ଭୁବନେଶ୍ବର: 1985 ମସିହାରେ ଶେଷ ଥର ପାଇଁ ଖୋଲାଯାଇଥିଲା ରତ୍ନଭଣ୍ଡାର । ତେବେ ଏହାର ସାତ ବର୍ଷ ପୂର୍ବରୁ ୧୯୭୮ରେ ଶେଷ ଥର ପାଇଁ ହୋଇଥିଲା ରତ୍ନଭଣ୍ଡାର ଗଣତି ମଣତି । ଏହାରି ଭିତରେ ୪୬ ବର୍ଷ ବିତିଛି । ରତ୍ନଭଣ୍ଡାରରେ କେତେ ରତ୍ନ ରହିଛି, ତାହାର ସଠିକ ହିସାବ କାହା ପାଖରେ ନାହିଁ । ତେବେ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆସନ୍ତାବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ସମସ୍ତ ସସପେନ୍ସ ଉପରୁ ହଟିବ ପରଦା । ରତ୍ନଭଣ୍ଡାରକୁ ନେଇ ଆଜି ଏଭଳି ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
2025 ଜାନୁଆରୀ ଶେଷ ସୁଦ୍ଧା ରତ୍ନ ଗଣତି:
ରତ୍ନ ଭଣ୍ଡାର ମଣତି ଗଣତି ପ୍ରସଙ୍ଗ । ଜାନୁଆରୀ ଶେଷ ସୁଦ୍ଧା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଗଣତି ଶେଷ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ରତ୍ନ ଭଣ୍ଡାର ମରାମତି ଶେଷ ହେବା ପରେ ହିଁ ମଣତି ଗଣତି ହେବ । ASI ତାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଜାନୁଆରୀ ଶେଷ ସୁଦ୍ଧା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଗଣତି ଶେଷ ହେବ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ବାହାରେ ହେବାର ବିଧି ନାହିଁ । ତେଣୁ ମରାମତି କାମ ସରିବା ପରେ ହିଁ ମଣତି ଗଣତି ହେବ । ଏହାକୁ ନେଇ ASI ସହିତ ଆଲୋଚନା ହୋଇଛି । ଜାନୁଆରୀ ମାସ ଶେଷ ସୁଦ୍ଧା ଗଣତି ମଣତି ପ୍ରକ୍ରିୟା ସରିବ ।"
ଏହା ବି ପଢନ୍ତୁ...ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ, ନୂଆବର୍ଷରୁ ଗଣତି ମଣତି
ରତ୍ନଭଣ୍ଡାର ସଂପର୍କିତ ଏହି ସବୁ ଖବର ପଢ଼ନ୍ତୁ-
ରତ୍ନଭଣ୍ଡାର GPR ସର୍ଭେ ଶେଷ, ଜଣାପଡ଼ିବ ସୁଡ଼ଙ୍ଗ ସତ - Ratna Bhandar GPR Survey
ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY
GPR ସର୍ଭେ କେବେ ହେବ ?
GPR ସର୍ଭେ କଥା ଯଦି କହିବା ତାହେଲେ ପୂର୍ବରୁ ମଧ୍ୟ ସୂଚନା ଦିଆଯାଇଛି ଯେ, ଗୁପ୍ତ ସମ୍ପଦ ବା ସୁଡଙ୍ଗ କଥା ତାହା ଅମୂଳକ ବୋଲି ଜଣାପଡୁଛି । ତେବେ ବିଧିବଦ୍ଧ ରିପୋର୍ଟ ଆସିବା ପରେ ହିଁ ସୂଚନା ଦିଆଯିବ । ରତ୍ନଭଣ୍ଡାର ଖୋଲିବା ପରେ ତାର ମରାମତି ଏବଂ ଗଣତି ହୋଇନାହିଁ । ମନ୍ତ୍ରୀ କହିଥିଲେ କାର୍ତ୍ତିକ ମାସ ପରେ କାମ ଆରମ୍ଭ ହେବ । ହେଲେ ଏବେ କାମ ଆରମ୍ଭ ହୋଇନାହିଁ । କେବେ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
କେବେ ଖୋଲିଥିଲା ରତ୍ନଭଣ୍ଡାର?
- ଜୁଲାଇ ୧୪ ତାରିଖରେ ଖୋଲିଥିଲା ରତ୍ନଭଣ୍ଡାର
- ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଥିଲା
- ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ୧୧ ଜଣିଆ କମିଟି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ
- ଜୁଲାଇ ୧୮ରେ ଦ୍ବିତୀୟ ଥର ପାଇଁ ଖୋଲିଥିଲା ରତ୍ନଭଣ୍ଡାର
- ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟ ଶେଯ ଗୃହରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାରକୁ ସିଲ୍ କରାଯାଇଥିଲା
- ନୂଆବର୍ଷ ୨୦୨୫ରେ ଅଳଙ୍କାର ଗଣତି ହେବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
- ଅଳଙ୍କାରକୁ ୧୯୭୭ ମସିହା ଗଣତି ସହ ମେଳ କରାଯିବ
ଇଟିଭି ଭାରତ, ଭୁବନେଶ୍ବର