ଭୁବନେଶ୍ବର:ଖୋଲିବ ଧାନମଣ୍ଡି । ଆସନ୍ତା ୨୦ ତାରିଖରୁ ବରଗଡରେ ଏବଂ ୨୨ ତାରିଖରୁ ସମ୍ବଲପୁରରେ ଧାନ କିଣିବେ ସରକାର । କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବେ ସରକାର । ମନଇଚ୍ଛା ହେବ ନାହିଁ କଟନୀ ଛଟନୀ । ସେହିପରି ବାହାର ବେପାରୀ ଓ କଳାବଜାରୀଙ୍କ ଉପରେ ତୀକ୍ଷ୍ଣ ନଜର ରହିବ । ମଣ୍ଡିରେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।
ସୁରୁଖୁରୁରେ ଧାନ କିଣା ହେବ:
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, "ଧାନ କିଣା ଏକ ବଡ଼ ଚ୍ୟାଲେଞ୍ଜ । ଯେହେତୁ ପ୍ରଥମ ଥର କରାଯାଉଛି । ସରକାର ଏଥିରେ ସଫଳ ହେବେ । ମିଲରଙ୍କ ଦାବିକୁ ଆଲୋଚନା କରି ବିଭାଗୀୟ ମନ୍ତ୍ରୀ ତାକୁ ଦୂର କରିଛନ୍ତି । ସୁରୁଖୁରୁରେ ଧାନ କିଣା ହେବ ସେନେଇ ପ୍ରସ୍ତୁତି ହୋଇଛି । ମନ ଇଚ୍ଛା କଟଣୀ ଛଟଣି ହେବ ନାହିଁ । ଧାନ କିଣାର ଗୋଟେ ସ୍ଲିପ ଚାଷୀ ଏବଂ ଆଉ ଗୋଟେ ସରକାରଙ୍କ ପାଖରେ ରହିବ । ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶାବଳୀ ଦିଆଯାଇଛି । ଧାନରେ ଆର୍ଦ୍ରତା ଓ ଏଫଏକ୍ଯୁ ଅନୁଯାୟୀ କ୍ୱାଲିଟି ଧାନ କିଣାଯିବ । କଟଣୀ ଛଟନି ଯେତେ କମ ହେବ । ଯେଉଁଠି ଏଫଏକ୍ଯୁ୍ କମ କ୍ୱାଲିଟି ଥିବ ଏବଂ ଆର୍ଦ୍ରତା ଥିବ ସେଠାରେ କେତେ ପ୍ରତିଶତ କଢ଼ାଯିବ ତାହା ନିର୍ଦ୍ଧାରିତ କରାଯିବ ।"
କଳାବଜାରୀଙ୍କ ଉପରେ ତୀକ୍ଷ୍ଣ ନଜର:
ସେହିପରି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତକହିଛନ୍ତି, ‘ବାହାର ବେପାରୀଙ୍କ ଉପରେ ସରକାରଙ୍କ କଡା ନଜର ରହିଛି । ଚାଷୀଙ୍କୁ ଅପିଲ କରାଯାଉଛି ଯେ, କାହା କଥାରେ ପଡ଼ନ୍ତୁ ନାହିଁ କି କମ ଦାମରେ କେଜିଏ ବି ଧାନ କାହାକୁ ଦିଅନ୍ତୁ ନାହିଁ । ୩୧୦୦ ଟଙ୍କାରେ ସବୁ ଧାନ ସରକାର ନେବେ । ବାହାର ବେପାରୀ ଓ କଳାବଜାରୀଙ୍କ ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଯିଏ ଗାଁ ଭିତରେ ଧରା ପଡ଼ିବ ତାକୁ ଧରାଯାଇ କଠୋର ଦଣ୍ଡ ଦିଆଯିବ । ସେଥିପାଇଁ ସମସ୍ତ ବିଧାୟକ ସ୍ଥାନୀୟ ନେତୃବୃନ୍ଦମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ୨୦ ତାରିଖରୁ ଧାନ କିଣା ଆରମ୍ଭ ହେବ । ଏଥିପାଇଁ ମଣ୍ଡି ସବୁକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖାଯାଇଛି । କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ । ମଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଛି, ପ୍ୟାଡି କ୍ଲିନର, ଗ୍ରେନ ଆନାଲାଇଜର, ତାରପୋଲୀନ ବ୍ୟବସ୍ଥା ହୋଇଛି । ଚାଷୀମାନେ ମଣ୍ଡିକୁ ଆସିଲେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବା ସହ ସବୁଠି ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା କରାଯାଇଛି ।"
'କଟନୀଛଟନୀ ବନ୍ଦ ହୋଇନାହିଁ କି ହୋଇପାରିବ ନାହିଁ':