ଓଡିଶା

odisha

ETV Bharat / state

ଗଡ଼ିବନି ବସ, ଆନ୍ଦୋଳନ ଡାକରା ଦେଲା ଘରୋଇ ବସ ମାଲିକ ସଂଘ - Private Bus Strike

ଗଡ଼ିବନି ଘରୋଇ ବସ । ୨୪ ଘଣ୍ଟା ବନ୍ଦ ଡାକରା ଦେଲେ ଘରୋଇ ବସ ମାଲିକ ସଂଘ । ସରକାର ଦାବି ନଶୁଣିଲେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଚେତାବନୀ ।

By ETV Bharat Odisha Team

Published : 5 hours ago

Private Bus Owners Association
Private Bus Owners Association (ETV Bharat Odisha)

ଭବାନୀପାଟଣା: ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ ମାଲିକ ସଂଘ । ଲକ୍ଷ୍ମୀ ବସ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବସ୍ ଧର୍ମଘଟ ଡାକରା ଦେଇଛନ୍ତି ଘରୋଇ ବସ ମାଲିକ ସଂଘ । ୨୪ ଘଣ୍ଟା ଗଡ଼ିବନି ଘରୋଇ ବସ । ଯଦି ସରକାର ଦାବି ନ ଶୁଣନ୍ତି ତେବେ ଅନିର୍ଦ୍ଦିଷ୍ଟକାଳ ଯାଏଁ ଆନ୍ଦୋଳନ ଜାରି ରଥିବେ ବୋଲି ଚେତାବନି ଦେଇଛନ୍ତି ବସ ମାଲିକ ସଂଘ ।

ଲକ୍ଷ୍ମୀ ବସ ଟାୟାର ଟୁକୁ ବିରୋଧ:

Private Bus Owners Association (ETV Bharat Odisha)

ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ପୂର୍ବରୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆସୁଥିଲା ଘରୋଇ ବସ ମାଲିକ ସଂଘ । ଏହି ବସ ଚାଲିବା ଦ୍ଵାରା ଘୋରୋଇ ବସ ମାଲିକ ସଂଘ କ୍ଷତି ସହିବାକୁ ପଡ଼ିବ । ଫଳରେ ଟାୟାର ଟୁ’କୁ ବିରୋଧ କରିକି ଆସନ୍ତା ୭ ତାରିଖ ସନ୍ଧ୍ୟା ୬ଟାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘ । ସେମାନଙ୍କ ଦାବି ପୂରଣ ନ ହେଲେ ପୁଣି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବା ନେଇ ନିଷ୍ପତ୍ତି ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘ ।

ସରକାର ନ ଶୁଣିଲେ ଅନିର୍ଦ୍ଦିଷ୍ଟକାଳ ଆନ୍ଦୋଳନ:

Private Bus Strike (ETV Bharat Odisha)

ଏନେଇ କୋରାପୁଟ ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ନଡି ମହାନ୍ତି କହିଛନ୍ତି, "ପୂର୍ବରୁ ସରକାର କହିଥିଲେ ଯେ, ଟାୟାର ୱାନ ଚଳାଇବେ ଟାୟାର ଟୁ ଚଳାଇବେ ନାହିଁ । କିନ୍ତୁ ସରକାର ପ୍ରତିଶ୍ରୁତି ରକ୍ଷା କରୁନାହାନ୍ତି । ଜିଲ୍ଲା ବାହାରକୁ ମଧ୍ୟ ବସ ଯାଉଛି । ଫଳରେ ଘରୋଇ ବସ ମାଲିକମାନଙ୍କୁ କ୍ଷତି ସହିବାକୁ ପଡୁଛି । ଏଥିପାଇଁ ଆମେ ମିଳିତ ବାବରେ ନିସ୍ପତି ନେଇଛୁ ଯେ ଆଗାମୀ ୭ ତାରିଖରେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ । ସନ୍ଧ୍ୟା ୬ଟାରୁ ତାପରଦିନ ସନ୍ଧ୍ୟା ୬ଟା ଅର୍ଥାତ ୨୪ ଘଣ୍ଟା ଆନ୍ଦୋଳନ କରିବୁ । ଯଦି ସରକାର ଆମ କଥା ନ ଶୁଣନ୍ତି ତେବେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ବୋଲି ନିଷ୍ପତ୍ତି ନେଇଛୁ ।"

କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବୁ:

Private Bus Strike (ETV Bharat Odisha)

ସେହିପରି ସମ୍ବଲପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ରାଜେନ୍ଦ୍ର କର କହିଛନ୍ତି, "ପୂର୍ବରୁ ଆମେ ଲକ୍ଷ୍ମୀ ବସ ଟାୟାର ୱାନକୁ ଆମେ ସମର୍ଥନ କରୁଥିଲୁ ଏବଂ ଟାୟାର ୱାନକୁ ବିରୋଧର କରୁଛ । ଏହାସହ ଯେଉଁ ଦର ନିର୍ଦ୍ଧାରଣ କରାଯାଇଛି ଏବଂ ଟାୟାର ଟୁରେ ମଧ୍ୟ ସମାନ ଦର କରାଯାଇ ଚଳାଇବାକୁ ନିର୍ଦ୍ଧାରଣ କରାଯାଉଛି । ଯାହାକୁ ଆମେ ବିରୋଧର କରିବା ସହିତ ଆସନ୍ତା ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବୁ । ଯଦି ସରକାର ନ ଶୁଣିବେ ତେବେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ।"

ଏହା ମଧ୍ୟ ପଢ଼ନ୍ତୁ...'ମୋ ବସ' ମୁହାଁ ଯାତ୍ରୀ, ଅଟୋ ଚାଳକଙ୍କ ରୋଜଗାରରେ ବେଡ଼ି - Mo Bus Affects Auto Drivers Income

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭାରେ ଉଠିଲା ଲକ୍ଷ୍ମୀ ବସ୍‌ ପ୍ରସଙ୍ଗ: ଲାଭ-କ୍ଷତି ହିସାବ ମାଗିଲେ ବିଧାୟକ, ଉତ୍ତର ରଖିଲେ ପରିବହନ ମନ୍ତ୍ରୀ - Laccmi bus scheme

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଆନ୍ଦୋଳନକୁ ଓହ୍ଲାଇଲେ କନିଷ୍ଠ ଡାକ୍ତର, କାଲି ବଡ଼ ବିକ୍ଷୋଭ - Junior Doctor Cease Work

ବୈଠକରେ ଏମାନେ ଥିଲେ ଉପସ୍ଥିତ:

Private Bus Strike (ETV Bharat Odisha)

ତେବେ ଆଜି ଅନୁଷ୍ଠିତ ବୈଠକରେ କଳାହାଣ୍ଡି ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ପ୍ରୋବୋଧ ରଥ, ପ୍ରଭିନ ଖମାରୀ, କୋରାପୁଟ ଜିଲ୍ଲା ବସ ମାଲିକ ସଂଘ ସଭାପତି ନଡି ମହାନ୍ତି, ଖଡ଼ିଆଳ ସଂପାଦକ ଅକ୍ଷୟ ନନ୍ଦ, ଲୋକନାଥ ପାଢ଼ୀ, ଲିପୁ ମହାନ୍ତି, ଧବଳେଶ୍ଵର ମହାପାତ୍ର, ଅରୁଣ ରଥ, ମାନସ ଦାସଙ୍କ ସମେତ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ସମସ୍ତ ଘରୋଇ ବସ ମାଲିକ ସଂଘର ସଭାପତିମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି:

ABOUT THE AUTHOR

...view details