ଓଡିଶା

odisha

ETV Bharat / state

OUAT ସମାବର୍ତ୍ତନ ଉତ୍ସବ: 4 ଜଣଙ୍କୁ ଡକ୍ଟରେଟ୍ ସମ୍ମାନ, ପ୍ରାକୃତିକ ଚାଷ ପାଇଁ ରାଷ୍ଟ୍ରପତିଙ୍କ ଆହ୍ବାନ - OUAT CONVOCATION CEREMONY

OUATର ୪୦ତମ ସମାବର୍ତ୍ତନ ଉତ୍ସବ । ପ୍ରାକୃତିକ ଚାଷ ପ୍ରତି ଆଗ୍ରହ ହେବାକୁ ରାଷ୍ଟ୍ରପତି ଦେଲେ ଆହ୍ବାନ । 4 ଜଣଙ୍କୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ ।

OUAT Convocation Ceremony
OUAT Convocation Ceremony (ETV Bharat Odisha)

By ETV Bharat Odisha Team

Published : Dec 5, 2024, 4:36 PM IST

ଭୁବନେଶ୍ବର: OUATର ୪୦ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ । ଏହି ଉତ୍ସବରେ ୪ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ରହିଛନ୍ତି ଓଡ଼ିଶାର ମିଲେଟ୍‌ ରାଣୀ ରାଇମତୀ ଘେଉରିଆ । ଯାହାଙ୍କୁ ରାଷ୍ଟ୍ରପତି ଡକ୍ଟରେଟ୍ ପ୍ରଦାନ କରିଛନ୍ତି । ଏହାସହ ପ୍ରାକୃତିକ ଚାଷ ପ୍ରତି ଆଗ୍ରହୀ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି ।



ପ୍ରାକୃତିକ ଚାଷ ପ୍ରତି ଆଗ୍ରହୀ ହେବାକୁ ରାଷ୍ଟ୍ରପତି ଆହ୍ବାନ:

OUAT Convocation Ceremony (ETV Bharat Odisha)

OUATର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାକୃତିକ ଚାଷ ପ୍ରତି ଆଗ୍ରହ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି । OUATର ବହୁ ଛାତ୍ରଛାତ୍ରୀ ଦେଶ, ବିଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । "କୃଷି ବୈଜ୍ଞାନିକମାନଙ୍କ ଅବଦାନ ଆମ ପାଇଁ ଯଥେଷ୍ଟ ଅଧିକ ରହିଛି । କୃଷକ ଭାଇଭଉଣୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଛନ୍ତି ସରକାର । ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କୃଷି ଭାଇଭଉଣୀଙ୍କ ପାଇଁ ଉପାଦେୟ କୃଷି କାର୍ଯ୍ୟକୁ ଆଗେଇ ନେବାକୁ ଆମ ପାଖରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ରହିଛି" ବୋଲି କହିବା ସହ ସମୟ ଉପଯୋଗୀ ଜ୍ଞାନକୌଶଳକୁ ଆପଣାଇବାକୁ ରାଷ୍ଟ୍ରପତିଙ୍କ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

'କୃଷି ବୈଜ୍ଞାନିକଙ୍କ ଗୁରୁଦାୟିତ୍ବ'

OUAT Convocation Ceremony (ETV Bharat Odisha)

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହୁରି ମଧ୍ୟ କହିଛନ୍ତି,"କୃଷି ଉତ୍ପାଦନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପାଇଛି ଭାରତ । ଏବେ ଭାରତ ଅନ୍ୟ ଦେଶକୁ କୃଷି ସାମଗ୍ରୀ ରପ୍ତାନୀ କରୁଛି । କୃଷି କାର୍ଯ୍ୟ ପାଇଁ ଆମ ଦେଶରେ ବ୍ୟାପକ ସୁବିଧା ରହିଛି । କୃଷି କାର୍ଯ୍ୟକୁ ଆଗକୁ ନେବା ପାଇଁ ଦେଶ ସମର୍ଥ ହୋଇଛି । ବିଭିନ୍ନ ସମୟରେ ଦେଶରେ କୃଷି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଯେମିତି କି ପାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ କୁପ୍ରଭାବ, ଆର୍ଥିକ ସମସ୍ୟା ଆଦିକୁ ସାମନା କରିବାକୁ ପଡୁଛି । ଯାହା ଫଳରେ ବୈଜ୍ଞାନିକମାନଙ୍କୁ ଜ୍ଞାନର ବିକାଶ ପ୍ରସାର କରିବାକୁ ପଡିବ । ଏହି ଦିଗରେ କୃଷି ବୈଜ୍ଞାନିକ ମାନଙ୍କ ଗୁରୁ ଦାୟିତ୍ଵ ରହିଛି ।"

ଏହା ବି ପଢନ୍ତୁ...ମାଣ୍ଡିଆ ରାଣୀରୁ ଡକ୍ଟର ରାଇମତି ଘେଉରିଆ, କାହିଁକି ଚର୍ଚ୍ଚାରେ କୋରାପୁଟ ଝିଅ

ଏହା ବି ପଢନ୍ତୁ...ଐତିହାସିକ ମିଶନ ଲଞ୍ଚ୍‌ କଲା ISRO; ସୂର୍ଯ୍ୟଙ୍କ ରହସ୍ୟ ଖୋଜିବ Proba-3

ଏହା ବି ପଢନ୍ତୁ...ଗୋଟିଏ କ୍ଲିକରେ ଜାଣନ୍ତୁ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ, ଜନ୍ମମାଟି ଯିବେ ମହାମହିମ

୪ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍:

OUAT Convocation Ceremony (ETV Bharat Odisha)
ଓୟୁଏଟିର ୪୦ ସମାବର୍ତ୍ତନ ଉତ୍ସବରେ ୪ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି । ସେମାନେ ହେଲେ ଆଟମିକ୍‌ ଏନର୍ଜି କମିଶନ ଅଧ୍ୟକ୍ଷ ତଥା ଆଟମିକ୍‌ ଏନର୍ଜି ବିଭାଗର ସଚିବ ଅଜିତ କୁମାର ମହାନ୍ତି, USA ସ୍ଥିତ NIFA ନିର୍ଦ୍ଦେଶକ ମଞ୍ଜିତ୍‌ ମିଶ୍ର, ନ୍ୟାସନାଲ୍‌ ଏକାଡେମୀ ଅଫ୍‌ ଭେଟେରିନାରୀ ସାଇନ୍ସର ସଭାପତି ପ୍ରକାଶ ରାଓ ଭେଙ୍କଟ ରମଣ ଦୁଭରୀ ଓ ଓଡ଼ିଶାର ମିଲେଟ୍‌ ରାଣୀ ଭାବେ ପରିଚିତ ରାଇମତୀ ଘେଉରିଆ । ତେବେ ଏହି ଉତ୍ସବରେ ୧୧୮ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ, ପିଜି ଓ ୟୁଜିର ୨, ୮୨୭ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ବୋଲି ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details