କଟକ: ନିର୍ବାଚନ ପାଇଁ ପ୍ରସ୍ତୁତ ହୋଉଛି ଓଡିଶା ପୋଲିସ । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ହେଉଛି ପୋଲିସର ମୁଖ୍ୟ କର୍ତ୍ତବ୍ୟ । ସେଥିପାଇଁ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନିର୍ବାଚନ ପ୍ରସ୍ତୁତି ପାଇଁ ତତ୍ପରତା ଦେଖାଇଛନ୍ତି ଅରୁଣ ଷଡ଼ଙ୍ଗୀ । କିପରି ସୁରୁଖୁରୁରେ ନିର୍ବାଚନ ହେବ ସେନେଇ ଆଲୋଚନା କରିଛନ୍ତି । ଆସନ୍ତା ନିର୍ବାଚନକୁ ଆଖିଆଗରେ ରଖି ଅରୁଣ ତାଙ୍କ ଟିମ ସହିତ ଏକ ବୈଠକ କରିଥିଲେ । ଯେଉଁଥିରେ ନିର୍ବାଚନ ପାଇଁ ପୋଲିସ ଏନଫୋର୍ସମେଣ୍ଟକୁ ବୃଦ୍ଧି କରାଯିବ। ୱାରେଣ୍ଟ ଥିବା ଅପରାଧୀମାନଙ୍କୁ ଧରିବା ସହ ମାଦବ ଦ୍ରବ୍ୟ ଉପରେ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।
୫ ଦିନ ଭିତରେ ୩୦ଟି ଜିଲ୍ଲାରେ ପାଖାପାଖି ୩ ହଜାର ୱାରେଣ୍ଟ କାର୍ଯ୍ୟକାରୀ କରିଛନ୍ତି। ଯାହା ଆଗକୁ ଅସାମାଜିକତାକୁ ମୁକ୍ତ କରିବା ସହ ନିର୍ବାଚନ ସମୟରେ ଅପରାଧ ମୁକ୍ତ ହୋଇ ପାରିବ ବୋଲି କହିଛନ୍ତି ଓଡ଼ିଶା ପୋଲିସ ମହା ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ପୂର୍ବରୁ କଟକ ପୋଲିସ ଡିଜି ମୁଖ୍ୟାଳୟରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସବୁ ଏସପିଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ନିର୍ବାଚନ ପୁର୍ବରୁ ପ୍ରାକ୍ ପୋଲିସ ପ୍ରସ୍ତୁତି ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଓ୍ବାରେଣ୍ଟ ଡ୍ରାଇଭ ,ପେସାଦାର ଅପରାଧୀଙ୍କ ତାଲିକା ପ୍ରସ୍ତୁତି, ନିଜ ଅଞ୍ଚଳର ସମ୍ବେଦନଶୀଳ ଅଞ୍ଚଳ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା ।