ଓଡିଶା

odisha

By ETV Bharat Odisha Team

Published : Jul 1, 2024, 6:03 PM IST

ETV Bharat / state

ମା' ଶାରଳାଙ୍କ ପୀଠରେ ଅସ୍ଥାୟୀ ଭାବେ ଭୋଗ ବିକିଲା ମନ୍ଦିର ପ୍ରଶାସନ - SARALA TEMPLE prasad shop issue

MAA SARALA TEMPLE: ଜଗତସିଂହପୁରର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ଭୋଗ ବିଭ୍ରାଟ ଘଟଣା । ଅସ୍ଥାୟୀ ଭାବେ ଭୋଗ ବିକିଲା ମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ

SARALA TEMPLE PRASAD SHOP ISSUE
SARALA TEMPLE PRASAD SHOP ISSUE (ETV Bharat Odisha)

ଜଗତସିଂହପୁର:ମା' ଶାରଳାଙ୍କ ପୀଠରେ ପ୍ରଶାସନ ପକ୍ଷରୁ ଖୋଲିଲା ଅସ୍ଥାୟୀ ଭୋଗ ଦୋକାନ । ଜଗତସିଂହପୁରର ଇଷ୍ଟଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମାଆ ଶାରଳାଙ୍କ ପୀଠରେ ଆଜି ଅସ୍ଥାୟୀ ଭୋଗ ଦୋକାନ ଖୋଲାଯାଇଛି । ନିଲାମରେ ଦିଆଯାଇଥିବା ଭୋଗ ଦୋକାନକୁ ଗତ (ଗୁରୁବାର) ଦିନଠୁ ଦେବୋତ୍ତର କମିଶନଙ୍କ ଚିଠି ଅନୁସାରେ ଜିଲ୍ଲାପାଳ ସମ୍ପୃକ୍ତ ଭୋଗ ଦୋକାନକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ପ୍ରତ୍ୟେକ ଦିନ ମନ୍ଦିରକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାକ ସମ୍ମୁଖୀନ ହେଉଥିଲେ ।

SARALA TEMPLE PRASAD SHOP ISSUE (ETV Bharat Odisha)

ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରଦ୍ଧାଳୁ ମା'ଶାରାଳାଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ମା'ଙ୍କୁ ଦର୍ଶନ କରିବା ସହିତ ବେଢା ମଧ୍ୟରେ ମିଳୁଥିବା ବିଭିନ୍ନ ପ୍ରକାଶର ମିଷ୍ଟାନ୍ନ ଭୋଗକୁ ପୂଜା କରିଥାନ୍ତି । ଦୀର୍ଘ ୪ ଦିନ ଧରି ମନ୍ଦିରରେ ଭୋଗ ପ୍ରସାଦ ନ ମିଳିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ଭୋଗ ଦୋକାନ ଖୋଲା ଯାଇଛି । ଏଠାରେ ଅତି ସୁଲଭ ମୂଲ୍ୟରେ ଅମଣିଆ ଭୋଗ ବିକ୍ରି କରାଯିବାକୁ ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ, ମନ୍ଦିର ବେଢା ମଧ୍ୟରେ ଥିବାଭୋଗ ଦୋକାନକୁ ଦେବୋତ୍ତର କମିଶନଙ୍କ ସୁପାରିଶ ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଗୁରୁବାର ଦିନ ସିଲ୍ କରାଯାଇଥିଲା । ଶାରଳା ମନ୍ଦିର ବେଢା ମଧ୍ୟରେ ଥିବା ଭୋଗ, ଦୀପ, ଫୁଲ ,ଓ ପୂଜା ସାମଗ୍ରୀ ଦୋକାନ ଥିବାବେଳେ ପ୍ରତ୍ୟେକ ବର୍ଷ ଏହାକୁ ନିଲାମରେ ଦିଆଯାଇଥାଏ । ଭୋଗ ଦୋକାନରୁ ମନ୍ଦିର ପ୍ରଶାସନକୁ ବାର୍ଷିକ ପାଖାପାଖି ଏକ କୋଟି ଟଙ୍କା ଆସିଥାଏ । ସେହିପରି ଦୀପ ଦୋକାନରୁ ଲକ୍ଷାଧିକ ଟଙ୍କାରେ ନିଲାମ ଦିଆଯାଉ ଥିବାବେଳେ ଟେଣ୍ଡର ନେଇଥିବା ଅଧିକୃତ ବିକ୍ରେତା ହିଁ ଫୁଲ ମନ୍ଦିର ବେଢା ମଧ୍ୟରେ ବିକ୍ରି କରିବାର ସୁଯୋଗ ମିଳିଥାଏ ।

2023-24 ଆର୍ଥିକ ବର୍ଷରେ ରଜନୀ କାନ୍ତ ରାଉଳ ନାମକ ଜଣେ ବ୍ୟକ୍ତି ଶାରଳା ମନ୍ଦିର ପରିସରରେ ଥିବା ଭୋଗ ଦୋକାନକୁ ନିଲାମରେ ନେଇଥିଲେ । ଦେବୋତ୍ତର ବିଭାଗର ନିୟମ ଅନୁସାରେ ଭୋଗ ଦୋକାନରେ ବିକ୍ରି କରାଯାଉଥିବା ବିଭିନ୍ନ ପ୍ରକାରର ଭୋଗ ସାମଗ୍ରୀର ରେଟ୍ ଚାଟ୍ ଲଗାଇବା । ବିଭାଗ ଦ୍ଵାରା ଧାର୍ଯ୍ୟ ମୂଲ୍ୟ କ୍ରେତାଙ୍କ ଠାରୁ ଗ୍ରହଣ କରିବା । ଭୋଗ ସାମଗ୍ରୀର ମାନ ଠିକ ରଖିବା ଆଦି ପ୍ରସଙ୍ଗରେ ଅନିୟମିତତା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଦେବୋତ୍ତର ବିଭାଗ ଓ ମନ୍ଦିରର ଅଧ୍ୟକ୍ଷ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ.....ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, 3 ରଥର ଦୁଆର ବେଢ଼ା ଓ ପ୍ରଭା ନିର୍ମାଣ ଶେଷ - Ratha Khala Halchal

ତେବେ ଅଭିଯୋଗ ହେବାପରେ ଦେବୋତ୍ତର କମିଶନ ନିଲାମ ଧରିଙ୍କୁ କୈଫିୟତ ତଲବ କରିଥିଲେ । କିନ୍ତୁ ସମ୍ପୃକ୍ତ ନିଲାମ ଧରି ନିଜର ପକ୍ଷ ରଖି ନଥିଲେ । ନିଲାମ ଧରିଙ୍କୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ପକ୍ଷ ନ ରଖିବାରୁ ଭୋଗ ଦୋକାନକୁ ସିଲ କରାଯାଇଥିଲା । ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଆଜି ଏହି ନିଷ୍ପତ୍ତି ନେଇଛି ।

ଇଟିଭି ଭାରତ , ଜଗତସିଂହପୁର

ABOUT THE AUTHOR

...view details