ନୂଆପଡା: କାଳବୈଶାଖୀର ତାଣ୍ଡବ । ସିନାପାଲି ବ୍ଲକ ଅନ୍ତର୍ଗତ ଯୋଗିବାହଲ ଗାଁରେ ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷାରେ ଭୁଶୁଡିଲା ଲକ୍ଷ ଲକ୍ଷ ଟଙ୍କାର କୁକୁଡ଼ା ଫାର୍ମ । 15 ହଜାର କୁକୁଡ଼ା ଚିଆଁଙ୍କ ମୃତ୍ୟୁ ଘଟିଥିବା ବେଳେ 25 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ହୋଇଛି । ଧାରକରଜରେ କରି ଏହି କୁକୁଡା ଚାଷ ଆରମ୍ଭ କରିଥିବା ବେଳେ କିଭଳି ଏହାକୁ ଭରଣ କରିବେ ସେନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି କୁକୁଡା ଚାଷୀ । ଅନ୍ୟପଟେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।
ରବିବାର ଦିନ ନୂଆପଡା ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସହ ଘୂର୍ଣ୍ଣିଝଡ କୁକୁଡା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ମାଖାପଦର ଗ୍ରାମପଞ୍ଚାୟତ ଯୋଗୀବାହଲ ଗ୍ରାମର ସଂଯୁକ୍ତା ମେହେର କୁକୁଡା ଚାଷ କରି ଜୀବିକା ନିର୍ବାହ କରନ୍ତି । ସ୍ଥାନୀୟ ସିନାପାଲି ପଶୁ ଚିକିତ୍ସା ଅଧିକାରୀ ଏବଂ ସିନାପାଲି ଆଇପିଓଙ୍କ ଠାରୁ ତାଲିମ ନେଇ ସେ ଆରମ୍ଭ କରିଥିଲେ କୁକୁଡ଼ା ଫାର୍ମ । କୁକୁଡ଼ା ଫାର୍ମରେ ସଂଯୁକ୍ତା ମେହେରଙ୍କ ସ୍ୱାମୀ ବୈଷ୍ଣବ ମେହେର, ପୁଅ ପ୍ରବୀଣ ମେହେର ସହିତ ନିଜେ ସଂଯୁକ୍ତା ମେହେର ଦିନରାତି ପରିଶ୍ରମ କରି କୁକୁଡ଼ା ଚାଷ କରୁଥିଲେ ।