ଓଡିଶା

odisha

ETV Bharat / state

ଯାଜପୁରରେ ପଡିବ ଭୋଟ, ବୁଥ ମୁହାଁ ପୋଲିଂ ପାର୍ଟି - ELECTION PREPAREDNESS IN Jajpur - ELECTION PREPAREDNESS IN JAJPUR

Fourth Phase of Election: ଜୁନ ୧ ତାରିଖରେ ଯାଜପୁର ନିର୍ବାଚନ ମଣ୍ଡଳୀରେ ଚାଲିବ ଭୋଟିଂ ପର୍ବ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

4th Phase of Election
4th Phase of Election (ETV Bharat Odisha)

By ETV Bharat Odisha Team

Published : May 31, 2024, 8:22 PM IST

ଯାଜପୁର: ଆସନ୍ତାକାଲି ଦେଶରେ ହେବାକୁ ଯାଉଛି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ । ସେହିକ୍ରମରେ ରାଜ୍ୟରେ ମଧ୍ୟ କାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଯାଜପୁର ଜିଲ୍ଲାରେ ଗୋଟିଏ ଲୋକସଭା ଆସନ ଓ 7ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଜିଲ୍ଲାର 10ଟି ବ୍ଲକ୍ ଓ ଦୁଇ ଗୋଟି ମ୍ୟୁନିସିପାଲଟିର 1637ଟି ବୁଥରେ ମତଦାତା ମାନେ ସେମାନଙ୍କ ମତ ସାବ୍ୟସ୍ତ କରିବେ । ଜିଲ୍ଲା ସଦର ମହକୁମାର ଏନସି କଲେଜକୁ ପୋଲିଂ ଓ କାଉଣ୍ଟିଙ୍ଗ ପାଇଁ କଣ୍ଟ୍ରୋଲ ରୁମ୍ କରାଯାଇଛି । ତେବେ ଆଜି ବଡି ଭୋରରୁ ପୋଲିଂ ପାର୍ଟି ମାନେ ନିଜ ନିଜ ବୁଥକୁ ନିଜ ସାଜ ସରଞ୍ଜାମ ସହ ଯାତ୍ରା ଆରମ୍ଭ କରିଛନ୍ତି ।

4th Phase of Election (ETV Bharat Odisha)

ପୋଲିଂ ପାର୍ଟିଙ୍କ ସାଜ ସରଞ୍ଜାମରେ ଭିଭିପାଟ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସାମଗ୍ରୀ ସାମିଲ ରହିଛି । ଯାହାକୁ ପୋଲିଂ ପାର୍ଟି ନେଇ ସାଙ୍ଗରେ ଯାଇଛନ୍ତି । ଏଥିପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଠାରେ ଆଜି ଅସ୍ଥାୟୀ ଭାବେ କ୍ୟାମ୍ପ ଖୋଲାଯାଇ ପୃଥକ୍ ପୃଥକ୍ ହଲ ମାନ କରାଯାଇଛି । ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ 7ଟି ନିର୍ବାଚନ ମଣ୍ଡଳୀ ପାଇଁ 7ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି। ତେବେ ଚଳିତ ବର୍ଷ 7ଟି ନିର୍ବାଚନ ମଣ୍ଡଳୀରେ 15 ଲକ୍ଷରୁ ଉର୍ଦ୍ଧ ଭୋଟର ଭୋଟ ଦେବାର କାର୍ଯ୍ୟକ୍ରମ ରହିଛି l ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବୁଥରେ କିଭଳି ନିରପକ୍ଷ ଭୋଟ ଗ୍ରହଣ ହେବ ଯାହା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି l

ଏହା ମଧ୍ୟ ପଢ଼ନ୍ତୁ... ରାତି ପାହିଲେ କାକଟପୁର ଓ ନିମାପଡାରେ ପଡିବ ଭୋଟ, ପ୍ରସ୍ତୁତ ୯୮ଟି ଆଦର୍ଶ ମତଦାନ କେନ୍ଦ୍ର - ELECTION PREPAREDNESS IN ODISHA

ବିଶେଷ ଭାବରେ ବୁଥ ଗୁଡିକ ମଧ୍ୟରେ ସିସିଟିଭିର ବ୍ୟବସ୍ଥା ସାଙ୍ଗକୁ ପାନୀୟ ଜଳ ବ୍ୟବସ୍ଥା କରାଇଥିବା ସୂଚନା ମିଳିଛି l ସେପଟେ ଉତ୍ତେଜନା ପ୍ରବଣ ବୁଥ ଗୁଡିକରେ ଜିଲ୍ଲା ପୋଲିସ ପକ୍ଷରୁ ସିଆରପିଏଫ ଯବାନ ମାନେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି l ସେପପଟେ ଆଜି ଭୀଷଣ ଗ୍ରୀଷ୍ମ ପ୍ରଭାବ ଯୋଗୁ ଯାଜପୁର ଟାଉନ ସ୍ଥିତ ଏନ.ସି କଲେଜ ପଡିଆରେ କାର୍ଯ୍ୟ କରୁଥିବା 7ଜଣ ପୋଲିଂ ପାର୍ଟି କର୍ମଚାରୀ ଅସୁସ୍ଥ ହୋଇଥିଲେ । ପ୍ରକାଶ ଯୋଗ୍ୟ ଆସନ୍ତାକାଲି ଜିଲ୍ଲାରେ 4ର୍ଥ ପର୍ଯ୍ୟାୟ ପାଇଁ ନିର୍ବାଚନ l ସେଥିପାଇଁ ଯାଜପୁର ଟାଉନ ସ୍ଥିତ ଏନ.ସି କଲେଜ ପଡିଆରେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ଭୋଟ ବାକ୍ସ ଯିବା ପାଇଁ ପୋଲିଂ ପାର୍ଟି କର୍ମଚାରୀଙ୍କୁ ଏକାଠି କରାଯାଇଛି l ତେବେ ଏହି ପଡିଆରେ ହଜାର ହଜାର କର୍ମଚାରୀଙ୍କ ଭିଡ ଯୋଗୁ 7ଜଣ କର୍ମଚାରୀ ଅଂଶୁଘାତ କାରଣରୁ ଅସୁସ୍ଥ ହୋଇ ଯାଇଥିବା ଅନୁମାନ କରାଯାଉଛି ।

ଇିଟଭି ଭାରତ, ଯାଜପୁର

ABOUT THE AUTHOR

...view details