ଭୁବନେଶ୍ବର: ସେ ଯିଏ ହେଉ ନା କାହିଁକି ସତ ସାମ୍ନାକୁ ଆସିବା ଦରକାର ବିଜେପି । ଝାରସୁଗୁଡ଼ା ଜିଲ୍ଲାର ତଲାବିରା କୋଇଲା ଖଣି ଦୁର୍ନୀତିରେ ସିବିଆଇ ମାମଲା ରୁଜୁ କରିଛି । CBI ପକ୍ଷରୁ ମାମଲା ରୁଜୁ ହେବା ପରେ ରାଜନୀତି ଜୋର ଧରିଛି । 2005ରେ କେନ୍ଦ୍ରରେ କଂଗ୍ରେସର ମନମୋହନ ସିଂହଙ୍କ ସରକାର ଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଣ୍ଡାଲକୋ ପାଇଁ ଚିଠି ଲେଖିଥିଲେ।ଏବେ ଉଭୟ ଓଡିଶା ଏବଂ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର । ତେବେ CBI ତଦନ୍ତ ପ୍ରସଙ୍ଗରେ ମତ ରଖିଛି ଉଭୟ ବିଜେପି ଏବଂ କଂଗ୍ରେସ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରତିକ୍ରିୟା ।
ଖଣି ଦୁର୍ନୀତି ପ୍ରସଙ୍ଗରେ ନାଁ ନନେଇ ପରୋକ୍ଷରେ ନବୀନଙ୍କ ଉପରେ ବର୍ଷିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଝାରସୁଗୁଡା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, "ଯେଉଁମାନେ ନିଜକୁ ନିର୍ମଳ ଭାବମୂର୍ତି କହି ନିଜର ଛବି ପ୍ରତିଷ୍ଠା କରୁଥିଲେ ସିବିଆଇ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ । ବିଗତ ସରକାର ସମୟରେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଅନେକ ଗୁଡିଏ କାମ କରାଯାଇଥିଲା । ସେହି ସବୁ କାମ ପାଇଁ ସମସ୍ତ ଆଇନ କାନୁନ ବିଧି ବ୍ୟବସ୍ଥାକୁ ଆଖି ବୁଜି ଦେଇ କାମ କରାଯାଇ ଥିଲା । ଯଦି ସିବିଆଇ ହିଣ୍ଡଲକୋ ଘଟଣାରେ ତଦନ୍ତ ଆରମ୍ଭ କରିଛି ନିଶ୍ଚିତ ଭାବେ ସିବିଆଇ ପାଖରେ କିଛି ନା କିଛି ତଥ୍ୟ ପ୍ରମାଣ ହସ୍ତଗତ ହେଇଥିବ । ଯଦି ଏହି କାର୍ଯ୍ୟ ରେ ନିୟମ କାନୁନର ଉଲଂଘନ କରାଯାଇଛି ଏବଂ ଅଭିଯୋଗ ଅନୁଯାୟୀ ଚାନ୍ଦା ଆଦାୟ ହୋଇଛି । ତେବେ ଏହା ଏକ ବହୁତ ଜଘନ୍ୟ ଓ ଗର୍ହିତ କଥା । ସିବିଆଇ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନା କୁ ଆସିବ । ଯେଉଁମାନେ ନିଜକୁ ନିର୍ମଳ ଭାବମୂର୍ତି କହି ନିଜର ଛବି ପ୍ରତିଷ୍ଠା କରୁଥିଲେ ସିବିଆଇ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ। ଯିଏ ଅଡୁଆରେ ପଡୁଛି ପଛେ ସବୁ କିଛି ସାମ୍ନା କୁ ଆସିବା ଦରକାର ।"