ଭୁବନେଶ୍ବର:ଖୋଲୁଛି ସିମ ବକ୍ସ ରାକେଟର ଗୋଟିଏ ପରେ ଗୋଟିଏ ଲିଙ୍କ୍ । କେବଳ ଭୁବନେଶ୍ବର କଟକ ନୁହେଁ ଝାଡଖଣ୍ଡ ଯାଏଁ ଲମ୍ବିଛି ସିମ ବକ୍ସ ନେଟୱାର୍କ ଚେର । ପଡୋଶୀ ରାଜ୍ୟ ଝାଡଖଣ୍ଡରେ ବି ସିମବକ୍ସ ଲଗାଇଛନ୍ତି ସନ୍ଦିଗ୍ଧ । ଏପରିକି ମିନି ଏକ୍ସଚେଞ୍ଜ କରିବା ଆଳରେ ଚଳାଇଥିଲେ ବେଆଇନ ସିମ ବକ୍ସ ରାକେଟ । ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳ ଠାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଛି କମିଶନରେଟ ପୋଲିସ । ଏନେଇ ଅଧିକ ତଦନ୍ତ ପାଇଁ ରାଜୁ ମଣ୍ଡଳକୁ ଧରି ରାଜ୍ୟ ବାହାରକୁ ଯିବ ପୋଲିସ ।
ଝାଡଖଣ୍ଡରେ ବି ସିମ ବକ୍ସ, ରାଜ୍ୟ ବାହାରକୁ ଯିବ ପୋଲିସ:
ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି, ‘ଭୁବନେଶ୍ବର ଲକ୍ଷ୍ମୀସାଗରରୁ ସିମ ବକ୍ସ ଘଟଣାର ତନାଘନା ବେଳେ ରିମାଣ୍ଡରେ ଆଣିଥିବା ରାଜୁ ମଣ୍ଡଳକୁ ନେଇ କଟକରୁ ମିଳିଛି ଆଉ ୫ଟି ଆକ୍ଟିଭ ସିମ ବକ୍ସ । ୨୩୬ ଆକ୍ଟିଭ ସିମ ସହ ଆଉ କିଛି ଏକ୍ସଟ୍ରା ସିମ ମଧ୍ୟ ମିଳିଛି । ଏଥି ସହ ୪ଟି ରାଉଟର ସହ ମୋଡେମ ମଧ୍ୟ ଜବତ କରିଛି ପୋଲିସ୍ । ଆଉ ରିମାଣ୍ଡ ବେଳେ ସେହି ସିମବକ୍ସ କିପରି ଲଗାଇଥିଲେ । କିପରି ଲୁଗା ବେପାର ପାଇ ଭଡ଼ା ଆଳରେ ନେଇ ସେଠାରେ ଏଭଳି ସିମ ବକ୍ସ ଜରିଆରେ ଇଣ୍ଟର ନ୍ୟାସନାଲ କଲକୁ ରାଉଟିଂ କରୁଥିଲେ। ଏଯାବତ ୧୨ଟି ସିମ ବକ୍ସ ୪୮୧ଟି ଆକ୍ଟିଭ ସିମ ସହ ୮୧୦ ବଳକା ସିମ ମଧ୍ୟ ଜବତ ହୋଇଛି । ଏନେଇ ପଚରା ଉଚରା ବେଳେ ମଧ୍ୟ ଏଭଳି ସିମ ବକ୍ସ ଝାଡଖଣ୍ଡରେ କରିଛି ବୋଲି ଜଣାପଡିଛି । ଆମ ପୋଲିସ ଯିବ ସ୍ଥାନୀୟ ପୋଲିସ ସହାୟତାରେ ସେଠି ତଦନ୍ତ କରାଯିବ । ରାଜୁ ମଣ୍ଡଳ ଝାଡଖଣ୍ଡରେ ମଧ୍ୟ ସେଟଅପ କରିବା କଥା କହିଛି । ଆମେ ଚିହ୍ନଟ କରିବାକୁ ଚେଷ୍ଟା କରିବୁ ।’
ପ୍ରତି ସପ୍ତାହରେ ଆସୁଥିଲା ଆଶାଦ୍ଦୁର ଜମାନ:
ପ୍ରତି ସପ୍ତାହରେ ଆସୁଥିଲା ବାଂଲାଦେଶୀ ସନ୍ଦିଗ୍ଧ ଆଶାଦ୍ଦୁର ଜମାନ । ରାଜୁ ମଣ୍ଡଳକୁ ପଚରାଉଚରା ବେଳେ ଏହି ତଥ୍ୟ ପାଇଛି ପୋଲିସ । ଗତ ଅକ୍ଟୋବର ମାସରେ ଓଡ଼ିଶା ଆସିଥିବା ଥିବା ବେଳେ ଭୁବନେଶ୍ବରରେ ଦୁଇ ଦିନ ରହିଥିଲା । ଟୁରିଷ୍ଟ ଭିସାରେ ଆସି ଷ୍ଟେସନ ସ୍କୋୟାର ହୋଟେଲ ଲିଙ୍ଗରାଜରେ ରହିଥିଲା । ଏନେଇ ହୋଟେଲକୁ ଯାଇ ତଦନ୍ତ କରିଛି ପୋଲିସ୍ । ଏପରିକି ହୋଟେଲରେ ସିସିଟିଭି ବ୍ୟାକଅପ ଅଛି କି ନାହିଁ ସେ ନେଇ ଯାଞ୍ଚ ଆରମ୍ଭ କରିଛି । ସରାଇ ଆପ ନିୟମ ଅନୁସାରେ ନିୟମ ପାଳନ କରିଥିଲେ କି ନାହିଁ ତାହାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।
ଫେରିବାଲାରୁ ଲକ୍ଷପତି ରାଜୁ ମଣ୍ଡଳ:
ପୋଲିସର ସୂଚନା ଅନୁସାରେ, ସିମ ବକ୍ସ ରାକେଟର ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳ ଜଣେ ଫେରିବାଲା । ସେ ଜିନିଷ ବିକ୍ରି କରିବାକୁ ବସେରିଘାଟରୁ ବାଂଲାଦେଶର ଆନେ ଗାଓକୁ ଯାଉଥିଲା । ଆଉ ସେଠାରେ ଆଶାଦ୍ଦୁର ଜମାନ ସହ ତାର ଭେଟ ହୋଇଥିଲା । ଏଥିସହ ରାଜୁର ଆର୍ଥିକ କାରବାର ନେଇ ତନାଘନା କରିଛି ପୋଲିସ । ରାଜୁର ତିନୋଟି ଆକାଉଣ୍ଟ ସହ ରାଜୁର ମାଆ ନାଁରେ ଥିବା ଆକାଉଣ୍ଟର ତଥ୍ୟ ଯାଞ୍ଚ କରିଛି । ଯେଉଁ ସବୁ ଆକାଉଣ୍ଟ ଘର ପାଖରେ ଥିବା କାଠିକଟାର ଏସବିଆଇ ବନ୍ଧନ ଓ ପିଏନବିରେ ଖୋଲାଯାଇଛି । ଏପରିକି ରୁଜୁ ବ୍ୟବହାର କରୁଥିବା ଫୋନ ପେ ଆକାଉଣ୍ଟ ଡିଟେଲ ମଧ୍ୟ ଯାଞ୍ଚ ଚାଲିଛି । ଏପରିକି ହାଓଲାରେ ଟଙ୍କା ନେଣଦେଣ ସହ ସମସ୍ତ ରାଜୁର ଖର୍ଚ୍ଚ ସେ ବହନ କରୁଥିଲା । ଏପରିକି ଘର ଭଡ଼ା ମେଣ୍ଟନାନ୍ସ ବିଲ ସବୁ ସେ ରାଜୁକୁ ପଠାଉଥିଲେ ।
ସିଡିଆର ଓ ବ୍ରାଉଜିଂ ହିଷ୍ଟ୍ରି ଯାଞ୍ଚ: