ଓଡିଶା

odisha

ETV Bharat / state

ଆପାର୍ଟମେଣ୍ଟ ଚୋରି ପାଇଁ ବସିଲା ବୈଠକ, ଆସିପାରେ ଆଡ଼ଭାଇଜାରି

Bhubaneswar Apartment Theft: ଆପାର୍ଟମେଣ୍ଟ ଚୋରିରେ ବ୍ରେକ ଲଗାଇବା ପାଇଁ ପୋଲିସର ଗୁରୁତ୍ବପୂର୍ଣ୍ଣ ବୈଠକ । ଆପାର୍ଟମେଣ୍ଟ ପାଇଁ ଜାରି ହୋଇପାରେ ଆଡ଼ଭାଇଜାରି । ରାଜଧାନୀର ବିଭିନ୍ନ ଚୋରି ଘଟଣାର ରିଭ୍ୟୁ କଲେ ପୋଲିସ କମିଶନର । ଅଧିକ ପଢନ୍ତୁ

ଆପାର୍ଟମେଣ୍ଟ ଚୋରି ପାଇଁ ବସିଲା ବୈଠକ ,  ଆସିପାରେ ଆଡ଼ଭାଇଜାରି
ଆପାର୍ଟମେଣ୍ଟ ଚୋରି ପାଇଁ ବସିଲା ବୈଠକ , ଆସିପାରେ ଆଡ଼ଭାଇଜାରି

By ETV Bharat Odisha Team

Published : Feb 24, 2024, 10:33 PM IST

ଆପାର୍ଟମେଣ୍ଟ ଚୋରି ପାଇଁ ବସିଲା ବୈଠକ , ଆସିପାରେ ଆଡ଼ଭାଇଜାରି

ଭୁବନେଶ୍ବର:ଆପାର୍ଟମେଣ୍ଟ ଚୋରିକୁ ନେଇ ଚିନ୍ତାରେ ପୋଲିସ । ଆଗକୁ ନିର୍ବାଚନ ଆସୁଛି ହେଲେ ଏବେଠୁ ସ୍ଥିତି ସଙ୍ଗୀନ ।ନୂଆ ନୂଆ ଅପରାଧୀ ନୂଆ ନୂଆ ଷ୍ଟାଇଲରେ କରୁଛନ୍ତି ଚୋରି । ଆପାର୍ଟମେଣ୍ଟ ଚୋରିରେ ବ୍ରେକ ଲଗାଇବା ପାଇଁ ଖୁବଶୀଘ୍ର ସତର୍କତା ସୂଚନା ଜାରି କରିବାକୁ ପ୍ରସ୍ତୁତ ହେଉଛି ପୋଲିସ । ଏନେଇ ଆଜି ପୋଲିସ ସେବା ଭବନରେ ବିଭିନ୍ନ ଥାନାର ଅଧିକାରୀ ସହ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜଧାନୀର ବିଭିନ୍ନ ଚୋରି ଘଟଣାର ରିଭ୍ୟୁ କରିଛନ୍ତି ପୋଲିସ କମିଶନର ।

ତେବେ ବୈଠକରେ ଆପାର୍ଟମେଣ୍ଟର ଚୋରି ଓ ଚୋରଙ୍କ ବିଷୟରେ ଆଲୋଚନା ହୋଇଛି । କେଉଁ କେଉଁ ଥାନା ଅଞ୍ଚଳର ଚୋରି ହୋଇଛି । ଚୋରିର ଷ୍ଟାଇଲ ଓ ଅପରେସନ କିପରି ରହିଛି ? କେତେ ଚୋରି ହୋଇଛି ଆପାର୍ଟମେଣ୍ଟ ଗୁଡ଼ିକର ସିକୁରିଟି ସିଷ୍ଟମ କ'ଣ ରହିଛି ? ସୁରକ୍ଷା ପାଇଁ କ'ଣ ପଦକ୍ଷେପ ନିଆଯାଇଛି ? ସେ ଦିଗରେ ବି ଆଲୋଚନା ହୋଇଛି । କେତୋଟି ଆପାର୍ଟମେଣ୍ଟ ଚୋରିର ରିପୋର୍ଟ ହୋଇଛି । କେଉଁ ଥାନା ଅଞ୍ଚଳରେ କେତୋଟି କେସ୍ ହୋଇଛି । ବିଭିନ୍ନ ଦିଗକୁ ନେଇ ବୈଠକରେ ବିଚାର ବିମର୍ଷ କରାଯାଇଛି । କାରଣ ରାଜଧାନୀ ଭୁବନେଶ୍ବରରେ ଦିର୍ଘ ଦିନ‌ ହେବ ଆପାର୍ଟମେଣ୍ଟ ଚୋରି ଏକ ଚିନ୍ତା ଜନକ ହୋଇଛି ।

ରାଜଧାନୀର ସୁରକ୍ଷିତ ସ୍ଥାନ ଆପାର୍ଟମେଣ୍ଟ କିନ୍ତୁ ଚୋରଙ୍କ ଚରାଭୂଇଁ ପାଲଟିଛି । ଆପାର୍ଟମେଣ୍ଟବାସୀ ଟାର୍ଗେଟରେ ରହିବା ପରେ ପୋଲିସକୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଗୋଟିଏ ଗୋଟିଏ ଆପାର୍ଟମେଣ୍ଟରୁ ଲୁଟେରାମାନେ ସିରିଜ୍ ଚୋରି କରି ଛୁ ମାରୁଛନ୍ତି । ପୁର୍ବରୁ କିଛି ଆପାର୍ଟମେଣ୍ଟର ନିୟୋଜିତ ସିକ୍ୱୁରିଟି ସଂସ୍ଥା ସହ ଆଲୋଚନା ସହ କିଛି ଚୋରଙ୍କୁ ଧରିଥିଲା ପୋଲିସ । ତଥାପି ଚୋରି ଉପରେ‌ ବ୍ରେକ ଲାଗୁ ନାହିଁ । ସେପଟେ ପୋଲିସ ଆପାର୍ଟମେଣ୍ଟର ସିସିଟିଭି , ସିକ୍ୱୁରିଟି ଓ ସୁରକ୍ଷା ନେଇ ଏକ ଆଡଭାଇଜରି ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି ।

ଏହା ମଧ୍ୟ ପଢନ୍ତୁ ....ଆପାର୍ଟମେଣ୍ଟ ଚୋରି ରୋକିବାକୁ ମାଷ୍ଟର ପ୍ଲାନ୍, ଟେକ୍ନୋଲୋଜି ସର୍ଭେ କରୁଛି କମିସନରେଟ ପୋଲିସ

ଏହି ବୈଠକରେ ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ଚୋରି ଘଟଣା ଉପରେ ର୍ଜମା କରାଯାଇଛି । ପୋଲିସ କମିଶନର କହିଛନ୍ତି," ଆପାର୍ଟମେଣ୍ଟ ଚୋରିକୁ ନେଇ ତଦନ୍ତ ଭଲ ଅଗ୍ରଗତି ହୋଇଛି । ତଦନ୍ତ ବେଳେ ଭିଡ଼ିଓ ଫୁଟେଜ୍ ଓ କେସ୍ ରିଭ୍ୟୁ ହୋଇଛି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ଆଶା କରାଯାଉଛି ଖୁବଶୀଘ୍ର ଏହାର ପର୍ଦ୍ଦାଫାସ କରାଯିବ । ରବିବାର ଦିନ ଆପାର୍ଟମେଣ୍ଟର ସୁରକ୍ଷା ଦିଗରେ ଆସୋସିଏସନର ସେକ୍ରେଟାରୀ ଓ ପ୍ରେସିଡେଣ୍ଟ ସହ ବୈଠକ କରିବୁ ।"

ସେହିପରି ଆଗକୁ ନିର୍ବାଚନ ଥିବାବେଳେ ଆପାର୍ଟମେଣ୍ଟ ଚୋରି ଯେପରି ଚିନ୍ତା ନ ବଢାଏ । ଅପରାଧୀକ କାର୍ଯ୍ୟକଳାପ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରାକାଶ ନ ପାଏ । ସେଥି ପାଇଁ ପୋଲିସ କିଛି ଯୁବ ଇଞ୍ଜିନିୟରଙ୍କର ଦ୍ବାରା ପ୍ରସ୍ତୁତ ଟେକ୍ନୋଲୋଜି ବ୍ୟବହାର‌ କରି କିପରି ଆପାର୍ଟମେଣ୍ଟ ସୁରକ୍ଷା ଦିଆଯାଇ ପାରିବ, ସେନେଇ ଆପାର୍ଟମେଣ୍ଟର ଆସୋସିଏସନ୍ ସହ ଆଲୋଚନା କରିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details