ଓଡିଶା

odisha

ETV Bharat / state

ଦୁଇଟି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କଲା କଣାସ ପୋଲିସ; ଜଣେ ଗିରଫ - Robbery case in Puri District

Robbery case in Puri District: ଦୁଇଟି ଭିନ୍ନ ଲୁଟ ଘଟଣାରେ ପୋଲିସକୁ ବଡ଼ ସଫଳତା । ଦୁଇଟି ଯାକ ଘଟଣାରେ ସମ୍ପୃକ୍ତ ଜଣେ ଲୁଟେରାକୁ ଗିରଫ କଲା ପୋଲିସ । 3 ଲକ୍ଷ 50 ହଜାର ଟଙ୍କା ଜବତ । ଅଧିକ ପଢ଼ନ୍ତୁ

Robbery case in Puri District
Robbery case in Puri District

By ETV Bharat Odisha Team

Published : Mar 13, 2024, 5:03 PM IST

Robbery case in Puri District

ପୁରୀ/କଣାସ: କଣାସ ଥାନା ପୋଲିସକୁ ବଡ଼ ସଫଳତା । ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କଲା କଣାସ ପୋଲିସ । ଗତ ଫେବୃଆରୀ ମାସ 19 ତାରିଖ କଣାସ ଥାନା ଅନ୍ତର୍ଗତ ବେଣାଗାଁ ଗ୍ରାମର ରବିନାରାୟଣ ମଙ୍ଗରାଜ କଣାସ ଇଣ୍ଡିଆନ୍‌ ଓଭରସିଜ ବ୍ୟାଙ୍କରୁ ୪ ଲକ୍ଷ ୯୭ ହଜାର ଟଙ୍କା ଉଠାଇଥିଲେ । ପରେ ନିଜ ବାଇକ୍ ଡିକିରେ ଉକ୍ତ ଟଙ୍କା ରଖି କାମ ଥିବାରୁ ପୁନର୍ବାର ବ୍ୟାଙ୍କକୁ ଯାଇ ଫେରିଲା ବେଳକୁ ବାଇକ ଡିକି ଭାଙ୍ଗି କୌଣସି ଦୃର୍ବୃତ୍ତ ଟଙ୍କା ନେଇଯାଇଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କଣାସ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ରବି ନାରାୟଣ ମଙ୍ଗରାଜ । ଏହି ଘଟଣାରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା କରତାଳି ଗ୍ରାମରୁ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ ।

ତେବେ ରବିନାରାୟଣ ମଙ୍ଗରାଜ ଏତେ ପରିମାଣର ଟଙ୍କା ଲୁଟ ହୋଇଥିବା ନେଇ ଲିଖିତ ଅଭିଯୋଗ କରିବା ପରେ କଣାସ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଉକ୍ତ ଘଟଣାକୁ ଗୁରୁତର ସହିତ ନେଇ କଣାସ ଥାନା କେସ ନମ୍ବର ୫୩/୨୦୨୪ରେ ଏକ ମାମଲା ରୁଜୁ କରିଥିଲେ । ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସେ ପୁରୀ ଏସପି ଓ ପିପିଲି ଏସଡିପିଓଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ସେହିଭଳି ଗତ ଫେବୃଆରୀ ମାସ 9 ତାରିଖରେ ମଧ୍ୟ ସମାନ ଢଙ୍ଗରେ ପିଲିଲି ଥାନା ଅଞ୍ଚଳରେ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ ହୋଇଥିଲା । ପରେ ପରେ ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ସେଥିରେ କଣାସ ଥାନା ଅଧିକାରୀ, ପିପିଲି ଥାନା ଅଧିକାରୀ ଓ ପିପିଲି ଏସଡିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଫାଇନାନ୍ସ କମ୍ପାନୀ ଏବିଏମଙ୍କ ଠାରୁ ଲୁଟ ଘଟଣା, 4 ଲୁଟେରା ଗିରଫ

ତେବେ ଉପରୋକ୍ତ ଦୁଇଟି ଲୁଟ୍ ଘଟଣାରେ ସଂପୃକ୍ତ ଥିବା ଅଭୁଲା ନାଇଡୁ (୨୭) କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ କରତାଳି ଗ୍ରାମରେ ବୋଲି ଜଣା ପଡିଛି । ଖବର ପାଇ କଣାସ ପୋଲିସ ଆସ୍କା ଅଞ୍ଚଳରୁ ଉକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ତା'ଠାରୁ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା । ଉକ୍ତ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଜଡିତ ଥିବା ମଧ୍ୟ ଜଣା ପଡ଼ିଛି । ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପିପିଲି ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତି ଓ କଣାସ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି । ଏହା ସହିତ ଗିରଫ ହୋଇଥିବା ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ନିମାପଡ଼ା/ପୁରୀ

ABOUT THE AUTHOR

...view details