ଓଡିଶା

odisha

ETV Bharat / state

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭେଟିଦେବେ 19,600 କୋଟି ଟଙ୍କାର ପ୍ରକଳ୍ପ

PM Modi Visit Odisha: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଚଣ୍ଡିଖୋଲରେ ଏକାଧିକ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ । ଅଧିକ ପଢନ୍ତୁ

PM Modi Visit Odisha
PM Modi Visit Odisha

By ETV Bharat Odisha Team

Published : Mar 5, 2024, 7:02 AM IST

ଭୁବନେଶ୍ୱର:ଆଜି ଏକ ଦିବସୀୟ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ଯାଜପୁର ଚଣ୍ଡିଖୋଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ 19,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଏବଂ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ର ସହିତ ଜଡିତ ।

ଚଣ୍ଡିଖୋଲ ଯିବେ ମୋଦି:ଆଜି ଦିନ 2ଟା 40 ମିନିଟ ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିବେ ପ୍ରଧାନମନ୍ତ୍ରୀ । ସେଠାରୁ ହେଲିକେପ୍ଟର ଯୋଗେ ସିଧା ଚଣ୍ଡିଖୋଲ ଯାତ୍ରା କରିବେ । ଅପରାହ୍ନ 3ଟା 30 ମନିଟରେ ସେଠାରେ ପହଞ୍ଚିବା ପରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ବିଜେପି ପକ୍ଷରୁ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ କର୍ମୀଙ୍କ ମନୋବଳ ବଢାଇବେ ।

ତୈଳ ଏବଂ ଗ୍ୟାସ: ପାରାଦ୍ବୀପ ବିଶୋଧନାଗାରରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସହାୟକ ହେବ । ପାରାଦ୍ବୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ 344 କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନକୁ ଉଦଘାଟନ କରିବେ । ଭାରତର ପୂର୍ବତଟରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପାରାଦ୍ବୀପରେ 0.6 MMTPA LPG ଆମଦାନୀ ସୁବିଧାକୁ ମଧ୍ୟ ଉଦଘାଟନ କରିବେ ।

ସଡକ ଭିତ୍ତିଭୂମି: ସେହିପରି ସଡକ ଭିତ୍ତିଭୂମି ବୃଦ୍ଧି କରିବା ପାଇଁ ରାଜପଥ-49ର ସିଙ୍ଗଡ଼ା ଠାରୁ ବିଞ୍ଜବାହାଲ୍ ତିଳେଇବନି ଚାରି ଲେନ, 49 ନମ୍ବର ଜାତୀୟ ରାଜପଥର ବିଞ୍ଜାବାହାଲରୁ ତିଲେଇବଣୀ ସେକ୍ସନର 4 ଲେନ୍ । 18 ନମ୍ବର ଜାତୀୟ ରାଜପଥ ର ବାଲେଶ୍ୱର-ଝରପୋଖରିଆ ଚାରି ଲେନ୍ ଏବଂ NH 16ର ଟାଙ୍ଗୀ- ଭୁବନେଶ୍ୱର ଚାରି ଲେନକୁ ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ଏଥି ସମେତ ଚଣ୍ଡିଖୋଲରୁ ପାରାଦ୍ବୀପ ମଧ୍ୟରେ ଚାରି ଲେନରୁ ଆଠଟି ଲେନ ଅଧିକ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ମଧ୍ୟ ପଢନ୍ତୁ-ହରିଦାସପୁର-ପାରାଦ୍ୱୀପ ରେଳ ମାର୍ଗରେ ଗଡିବ ପ୍ରଥମ ଯାତ୍ରୀବାହୀ ଟ୍ରେନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ରେଳ ଭିତ୍ତିଭୂମି: ପ୍ରଧାନମନ୍ତ୍ରୀ 162 କିମି ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ ଦୋହରିକରଣକୁ ଦେଶ ପାଇଁ ଉତ୍ସର୍ଗ କରିବେ । ଘରୋଇ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟକୁ ବୃଦ୍ଧି କରିବା ଲକ୍ଷ୍ୟରେ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋ ଉଦଘାଟନ କରିବେ । ଏହା ସହ ନର୍ଲା ଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ଟ୍ରେନ ଇଞ୍ଜିନ ପିରିଓଡିକାଲ୍ ଓଭର ହୌଲିଙ୍ଗ କାରଖାନା, କାଣ୍ଟାବାଞ୍ଜିରେ ୱାଗନ୍ ପିରିଓଡିକାଲ୍ ଓଭର ହୌଲିଙ୍ଗ କାରଖାନା ସମେତ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସହ ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୋଦି ।

ନୂଆ ଟ୍ରେନ ଶୁବାରମ୍ଭ: କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ କରିବେ ମୋଦି । କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ଦେଇ ହରିଦାସପୁର-ପାରାଦ୍ୱୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନକୁ ଶୁଭାରମ୍ଭ କରିବେ l ଏହା ବ୍ୟତୀତ, ଯାଜପୁର ଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବା ପ୍ରଚଳନକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details