ଓଡିଶା

odisha

ସ୍ବାମୀ-ସ୍ତ୍ରୀ ଦୁହେଁ ଭିନ୍ନକ୍ଷମ, ଭଙ୍ଗା ଚାଳଘରେ ବିତୁଛି ଜୀବନ - Request For PM Awas

By ETV Bharat Odisha Team

Published : Sep 11, 2024, 5:17 PM IST

Physically challenged Couple Seeks Help: ସ୍ବାମୀ-ସ୍ତ୍ରୀ ଦୁହେଁ ଭିନ୍ନକ୍ଷମ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । ଭଙ୍ଗା ମାଟିଘରେ 3 ଜୀବନ । ପକ୍କା ଘର ଖଣ୍ଡିଏ ପାଇଁ ସରକାରଙ୍କୁ ଗୁହାରୀ କରୁଛନ୍ତି ଭିନ୍ନକ୍ଷମ ଦମ୍ପତି । ଅଧିକ ପଢ଼ନ୍ତୁ

Family Lives In Broken Mud House
Family Lives In Broken Mud House (ETV Bharat Odisha)

ଖୋର୍ଦ୍ଧା:ବାଟ ହୁଡ଼ିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବାସହରା ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାତ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି ସରକାର । ଏହି ଜନ ମଙ୍ଗଳକାରୀ ଯୋଜନାରେ ଗରିବ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପକ୍କା ଘର ପାଇବାର ନିୟମ ରହିଛି । ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ବାଳସିଂହ ଗାଁରେ ଏହି ଯୋଜନା ବାଟବଣା ହୋଇଛି । ଗାଁର ଭିନ୍ନକ୍ଷମ ଦମ୍ପତି ମାନସ ପ୍ରଧାନ ଓ କାଞ୍ଚନ ପ୍ରଧାନଙ୍କ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ସାତ ସପନ ପାଲଟିଛି ।ସ୍ବାମୀ-ସ୍ତ୍ରୀ ଦୁହେଁ ଭିନ୍ନକ୍ଷମ । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିପାରିନି ।

Family Lives In Broken Mud House (ETV Bharat Odisha)
ପରିବାର ଉପରେ ଘୋଟି ଆସିଲା କଳା ବାଦଲ:

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାଗରଗୁଆଁ ପଞ୍ଚାୟତ ବାଳସିଂହ ଗ୍ରାମର ମାନସ ପ୍ରଧାନ । ଘରେ ୩ ପ୍ରାଣୀ କୁଟୁମ୍ବ । ୨୦୧୪ ମସିହା ପର୍ଯ୍ୟନ୍ତ ସବୁ ଠିକ ଠାକ ଚାଲିଥିଲା । ମାନସ ନିଜ ଭିନ୍ନକ୍ଷମ ପତ୍ନୀକୁ ଧରି ପରିବାର ଚଳାଉଥିଲେ । ହେଲେ ଧିରେ ଧିରେ ଅସୁସ୍ଥ ହୋଇ ପଡିଲେ ମାନସ । ହାତ ଗୋଡ ବଙ୍କା ହୋଇଗଲା । ଚଲାବୁଲା କରି ସାଇକେଲରେ ବେପାର କରି ପରିବାର ଚଳାଉଥିବା ମଣିଷଟା ପାଲଟିଗଲା ଶତ ପ୍ରତିଶତ ଭିନ୍ନକ୍ଷମ । ୨୦୧୪ ମସିହା ପରଠାରୁ ହସଖୁସିରେ ଚଳୁଥିବା ପରିବାର ଉପରେ ଦଇବ ଦାଉ ସାଧିଲା । ଏବେ ଦୁଇ ଜଣ ଭିନ୍ନକ୍ଷମ ଦମ୍ପତି ନିଜ ଭାଗ୍ୟକୁ ଆଦରି ସଂଘର୍ଷମୟ ଜୀବନ ଦେଇ ଗତି କରୁଛନ୍ତି । ୨ ଜଣ ଭିନ୍ନକ୍ଷମଙ୍କ ଗୋଟିଏ ମାତ୍ର ବଢିଲା ପୁଅ । ଯିଏ ଏବେ +୨ ପ୍ରଥମ ବର୍ଷରେ ନାମ ଲେଖାଇଛନ୍ତି । ହେଲେ ପଢ଼ିବାକୁ ଅର୍ଥର ଅଭାବ ।

Family Lives In Broken Mud House (ETV Bharat Odisha)


ଭଙ୍ଗାଘରେ ଜୀବନ:

ଏଣେ ବହୁ କଷ୍ଟରେ ଚଳୁଥିବା ଏହି ପରିବାର ଉପରେ ବୋଝ ଉପରେ ନଳିତା ବିଡା ସାଜିଛି ଭଙ୍ଗା ଝାଟିମାଟି ଘର । ବର୍ଷା, ଖରା ଓ ଶୀତରେ ମାଟି କୁଡିଆରେ କଟୁଛି ଜୀବନ । ଅନେକ ଦୁଃଖ ମଧ୍ୟରେ ପରିବାର ଚଳୁଥିବା ଵେଳେ ମାନସଙ୍କ ଔଷଧ ଖର୍ଚ୍ଚ ପାଇଁ ଅର୍ଥ ବାଧକ ସାଜିଛି । ମୁଣ୍ଡ ଗୁଞ୍ଚିବା ପାଇଁ ପକ୍କା ଘରଟିଏ ନଥିବା ବେଳେ ଘର ଚାରି ପାଖରେ ଅନାବନା ଘାସ ଆହୁରି ଭୟଙ୍କର ହୋଇପଡ଼ିଛି । ଝାଟିମାଟି ଚାଳଛପର ଘର ସାଙ୍ଗକୁ ଭିନ୍ନକ୍ଷମ ବାପାମାଆଙ୍କ ସେବା କରି ଭଲରେ ପାଠ ପଢିବା ପୁଅ ବିବେକାନନ୍ଦଙ୍କ ପାଇଁ ଅର୍ଥ ପାଚେରି ସାଜିଛି । ଟଙ୍କା କେଉଁଠୁ ଆସିବ, ଘରର ରୋଜଗାରିଆ ମଣିଷ ମାନସ ଭିନ୍ନକ୍ଷମ ହେବା ପରେ ପରିବାରର ସବୁ ସ୍ବପ୍ନ ଧୂଳିସାତ ହୋଇଯାଇଛି । ସରକାର ଏହି ପରିବାରକୁ ଭିନ୍ନକ୍ଷମ ଭତ୍ତା ସହ ଚାଉଳ ୫ କିଲୋ ଦେଇ ନିଜ ଦାୟିତ୍ୱ ସାରି ଦେଇଛନ୍ତି । କିନ୍ତୁ ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ମାନସଙ୍କ ପରିବାର ଉପରେ ନଜର ପକାଇ ନାହାନ୍ତି ସ୍ଥାନୀୟ ଜନପ୍ରତିନିଧି କି ବ୍ଲକ ପ୍ରଶାସନ । ପକ୍କା ଘର ଖଣ୍ଡେ ମିଳିଲେ ଭଲରେ ରହିପାରନ୍ତି ବୋଲି କହିଛନ୍ତି ମାନସ ।

ଏହା ମଧ୍ୟ ପଢ଼ନ୍ତୁ...ନବରଙ୍ଗପୁରରୁ ଝାଡଖଣ୍ଡ ପଳାଇଲା ଆବାସ ଟଙ୍କା ! ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ, ଋଣ ପରିଶୋଧ ପାଇଁ ଜମି ବନ୍ଧକ - PM Awas yojana money issue

ଘର ପାଇଁ ଗୁହାରୀ:

Family Lives In Broken Mud House (ETV Bharat Odisha)

ଏନେଇ ମାନସ କହିଛନ୍ତି, "ମୋ ହେହ ଖରାପ ଥିବାରୁ ମୁଁ ଚଲାବୁଲା କରିପାରୁନି । ଚଳିବା ପାଇଁ ବହୁତ ହଇରାଣ ହେଉଛି । ପୁରୁଣା ଜାଗାରେ ଘର ଥିଲା । ହେଲେ ବାତ୍ୟାରେ ଘର ଭାଙ୍ଗିଗଲା । ଏଠାକୁ ଆସି ଚାଳ ଘର କରି ରହିଛୁ । ଅର୍ଥ ଅଭାବରୁ ଭଲ ଘର ଖଣ୍ଡେ କରିପାରିନୁ । ମୋ ପୁଅ ଛୋଟ ପିଲା । ଯଦି ସରକାରଙ୍କ ତରଫରୁ ଘର ଖଣ୍ଡେ ମିଳନ୍ତା ତେବେ ଭଲରେ ରହିପାରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...Family Seeks Help: ପୁଅର ଚିକିତ୍ସା ପାଇଁ ପାଖରେ କାଣି କଉଡିଟିଏ ନାହଁ, ପଣତ କାନି ପତାଇ ସାହାଯ୍ୟ ମାଗୁଛି ମା’ - Helpless Family Seeks Help

ଏହା ମଧ୍ୟ ପଢ଼ନ୍ତୁ...ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ, ଜରିପାଲ ତଳେ ବିତୁଛି ଚାରି ଜୀବନ - Request For PM Awas

ଘର ଦେବାକୁ ପ୍ରତିଶ୍ରୁତି ଦେଲେ ବିଡ଼ିଓ:

Family Lives In Broken Mud House (ETV Bharat Odisha)

ସେପଟେ ମାନସଙ୍କ ବିସୟରେ ଜାଣିବା ପାରେ ବୋଲଗଡ ବିଡିଓ ଶରତ ମଲ୍ଲିକ ତାଙ୍କୁ ଅଗ୍ରାଧିକାର ଭିତିରେ ପକ୍କା ଘର ସହ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ବିଡିଓ ଶରତ ମଲ୍ଲିକ କହିଛନ୍ତି, "ଆମେ ଦେଖିଲୁ ତାଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘର ପାଇବା ପାଇଁ ସେ ଯୋଗ୍ୟ ହୀତାଧିକାରି । ଏବେ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଦିଆଯିବ ଆମେ ତାଙ୍କୁ ପ୍ରଥମେ ଆବାସ ଯୋଗାଇଦେବୁ । ଆମେ ତାଙ୍କୁ ନିଶ୍ଚିନ୍ତ ଅନ୍ତୋଦୟ ଯୋଜନାରେ ସାମିଲ କରିବୁ ।" ତେବେ ଭିନ୍ନକ୍ଷମ ଦମ୍ପତିଙ୍କ ସଂଘର୍ଷ ମୟ ଜୀବନ ଉପରେ ସରକାର କେବେ କୃପାଦୃଷ୍ଟି ପକାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details