ଜୋର ଧରିଲା ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ଦାବି ରାଉରକେଲା:ସହରରେ କେବେ ହେବ ରେଳ ଡିଭିଜନ ପ୍ରତିଷ୍ଠା । ରେଳ ଡିଭିଜନ ପ୍ରତିଷ୍ଠା ଲାଗି ହୋଇ ଆସୁଛି ଦାବି କିନ୍ତୁ ରେଳ ବିଭାଗ ସମ୍ପୂର୍ଣ୍ଣ ଚୁପ । ରାଉରକେଲା ସହରର ବହୁ ପ୍ରତୀକ୍ଷିତ ପ୍ରକଳ୍ପ କେବେ ହେବ ପୂରଣ । ଦୀର୍ଘଦିନର ଦାବି କେବେ ହେବ ପୂରଣ ? କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଇଛା ଶକ୍ତି ଅଭାବ ଯୋଗୁଁ ଅଟକି ରହୁଛି ବହୁ ପ୍ରତୀକ୍ଷିତ ରେଳ ଡିଭିଜନ ପ୍ରକଳ୍ପ । ହେଲେ ଲରକାର ପୂରା ଚୁପ ।
ଦୀର୍ଘ ୩୦ ବର୍ଷର ରାଉରକେଲା ରେଳ ଡିଭିଜନ ପାଇଁ ଦାବି ହେଉଛି । ହେଲେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟଙ୍କ ଅବହେଳା ଯୋଗୁଁ ଏଠାରେ ହୋଇ ପାରୁନାହିଁ ରେଳ ଡିଭିଜନ । ବନ୍ଧମୁଣ୍ଡା ଅଞ୍ଚଳରେ ପ୍ରଚୁର ପରିମାଣର ଭିତ୍ତିଭୂମି ଥାଇ ମଧ୍ୟ କାହିଁକି ଏଠାରେ ହୋଇ ପାରୁନାହିଁ ରେଳ ଡିଭିଜନ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଉରକେଲା ରେଳ ଷ୍ଟେସନ ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଷ୍ଟେସନ ଝାଡ଼ଖଣ୍ଡ ରାଜ୍ୟର ଚକ୍ରଧରପୁର ରେଳ ଡିଭିଜନ ଅଧୀନରେ ଥିବା ବେଳେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ଏବଂ ରାଉରକେଲା ସହରରୁ ପ୍ରତିବର୍ଷ ପ୍ରାୟ 8000 କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ରାଜସ୍ୱ ପାଉଛି ଚକ୍ରଧରପୁର ରେଳ ଡିଭିଜନ ଏବଂ ସାଉଥ ଇଷ୍ଟର୍ଣ୍ଣ ରେଳ ବିଭାଗ ।
ସୁନ୍ଦରଗଡ଼ ଜିଲ୍ଲା ବାସୀଙ୍କ ଟଙ୍କାରେ ଚକ୍ରଧରପୁର ଅଞ୍ଚଳରେ ରେଳ ବିଭାଗ ଅଧିକ ଉନ୍ନତ ହେଉଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ଉନ୍ନତି ଠିକ ଭାବେ ଦେଖିବାକୁ ମିଳୁନାହିଁ ବୋଲି ହୋଇଛି ଅଭିଯୋଗ । ଯେଉଁଥି ପାଇଁ ଜିଲ୍ଲାରେ ରେଳର ଉନ୍ନତି ଦେଖିବାକୁ ମିଳୁନାହିଁ । ଏହାସହ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଯେଉଁଥିପାଇଁ ରାଉରକେଲା ରେଳ ଡିଭିଜନ କରାଗଲେ ଜିଲ୍ଲାରେ ରେଳ ବିଭାଗର ବହୁ ଉନ୍ନତି ସାଧନ ହେବ ବୋଲି ଆଶା ରଖିଛନ୍ତି ସହରବାସୀ ।
ଏହା ମଧ୍ୟ ପଢନ୍ତୁ ....ପାଖର ଠାରେ ପାସେଞ୍ଜର ହଲ୍ଟ କାର୍ଯ୍ୟର ତଦାରଖ କଲେ ରେଳମନ୍ତ୍ରୀ
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କେଉଁଥିପାଇ ଏହି ରାଉରକେଲାରେ ହୋଇ ପାରୁନାହିଁ ରେଳ ଡିଭିଜନ । ରାଉରକେଲା ରେଳ ଡିଭିଜନ ନହେବା ପଛରେ କିଏ ରହିଛି ଦାୟୀ । ରାଜ୍ୟ ସରକାର ନା କେନ୍ଦ୍ର ସରକାର ନା ରେଳ ବିଭାଗର ତ୍ରୁଟି ରହିଛି । ରାଉରକେଲାରେ ପ୍ରଚୁର ପରିମାଣରେ ଭିତ୍ତିଭୂମି ଥିବା ସତ୍ତ୍ୱେ ମଧ୍ୟ କେଉଁଥି ପାଇଁ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଯେଉଁଠାରେ ରାଜ୍ୟ ସରକାର ମେଟ୍ରୋ ଟ୍ରେନ ପାଇଁ ଏକ ସ୍ୱତନ୍ତ୍ର କରିଡର ନିର୍ମାଣ କରୁଛନ୍ତି । ସେଠାରେ ରାଉରକେଲାକୁ ରେଳ ଡିଭିଜନର ମାନ୍ୟତା ସହ ଏଠାରେ ରେଳ ଡିଭିଜନ ପ୍ରତିଷ୍ଠା କାହିଁକି ହୋଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାଉରକେଲା ସହରବାସୀ ।
ଇଟିଭି ଭାରତ, ରାଉରକେଲା