ରାଇରଙ୍ଗପୁର/ନିଆଳି: ସ୍କୁଲକୁ ନେଇ ଅଶାନ୍ତି । କେଉଁଠି ପାଚିକାଙ୍କ ଦୁର୍ବ୍ୟବହାର ନେଇ ତ କେଉଁଠି ବଦଳି ଶିକ୍ଷୟିତ୍ରୀଙ୍କ ପୁନଃ ନିଯୁକ୍ତିକୁ ନେଇ ଅଶାନ୍ତି ଦେଖିବାକୁ ମିଳିଛି । ରାଜ୍ୟର ଦୁଇ ଦୁଇଟି ସ୍ଥାନରୁ ଏପରି ଅଭିଯୋଗ ଆସିଛି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ । ଫଳରେ ସ୍କୁଲରେ ଝୁଲିଛି ତାଲା । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁର ପଞ୍ଚାୟତ ସଳେଇବେଦପୁର ରାଧାକାନ୍ତ ପ୍ରକଳ୍ପ ଉନ୍ନତି ବିଦ୍ୟାଳୟ ଓ ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମ୍ବଡୁଭି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଶାନ୍ତି ଦେଖିବାକୁ ମିଳିଛି ।
ପାଚିକାଙ୍କ ଦୁର୍ବ୍ୟବହାରକୁ ତାତିଲେ ଅଭିଭାବକ:
ଛାତ୍ରଛାତ୍ରୀଙ୍କୁ ପାଚିକା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମ୍ବଡୁଭି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ । ଏହାକୁ ନେଇ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମଧ୍ୟାହ୍ନ ଭୋଜନ ଠିକ୍ ଭାବରେ ଦେଉ ନ ଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ତାତିଛନ୍ତି ଅଭିଭାବକ ।
‘ଆମେ ଖାଇବୁ ପାଣିଆ ତରକାରୀ, ସେମାନେ ଖାଇବେ ଭଲ’
ସ୍କୁଲର ଛାତ୍ର କହିଛନ୍ତି, ‘ପାଚିକା ମାନେ ପିଲାଙ୍କୁ ଗାଳିଗୁଳଜ କରନ୍ତି । ମଧ୍ୟାହ୍ନ ଭୋଜନ ସମୟରେ ଭାତ ମାଗିଲେ ଗାଳି ଦିଅନ୍ତି । ସେମାନେ ଭଲ ତରକାରୀ ନିଅନ୍ତି ଆମକୁ ପାଣିଆ ତରକାରୀ ଦିଅନ୍ତି । ସେମାନେ ଘରକୁ ବାଲ୍ଟି ବାଲ୍ଟି ଭାତ ଓ ତରକାରୀ ନିଅନ୍ତି । ଆମର ଦାବି ଅଲଗା ରୋଷେୟା ଆଣନ୍ତୁ । ଏମାନଙ୍କୁ ବାହାର କରି ଦିଅନ୍ତୁ ।
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗକୁ ଖଣ୍ଡନ କଲେ ପାଚିକା:
ଉକ୍ତ ଘଟଣାରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମହୁଳିଆ କ୍ଲଷ୍ଟର ସିଆରସିସିଙ୍କୁ ଜଣାଇବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୁରା ଘଟଣାର ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେପଟେ ଦାୟିତ୍ବରେ ଥିବା ପାଚିକା ଦୁଇ ଜଣ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଆମେ ପିଲାଙ୍କୁ ଗାଳିଗୁଲଜ କରିନୁ ବୋଲି ଖହିଛନ୍ତି ପାଚିକା ଜଣକ ।
କଟକରେ ଶିକ୍ଷୟତ୍ରୀଙ୍କ ପୁନଃ ନିଯୁକ୍ତିକୁ ବିରୋଧ: