ରାୟଗଡ଼ା: ଆଜି (ଶନିବାର) ରାୟଗଡା କୋର୍ଟରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ପଦ ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ ବିଜୟୀ ହୋଇଛନ୍ତି ପଦ୍ମନାଥ ଦାଶ । ରାୟଗଡା ଓକିଲ ସଂଘର ସଭାପତି ଭାବେ ପଦ୍ମନାଭ ଦାଶ ନିର୍ବାଚିତ ହେବା ପରେ ସର୍କିଟ କୋର୍ଟକୁ ସ୍ଥାୟୀ କୋର୍ଟ, ବୀମା, ଡେଥ ବେନିଫିଟ ସ୍କିମ ଭଳି ଅନ୍ୟାନ୍ୟ ସମସ୍ୟା ଦୂର କରିବା ନେଇ ପ୍ରକାଶ କରିଛନ୍ତି ।
ଆଜି ରାୟଗଡା ଓକିଲ ସଂଘ ନିର୍ବାଚନ ରାୟଗଡ କୋର୍ଟ ପରିସରରେ ଶେଷ ଅନୁଷ୍ଠିତ ହୋଇଥିଲା । ସକାଳ 8ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା । ପରେ ଅପରାହ୍ନ 4ଟା ଠାରୁ ଭୋଟ ଗଣତି ପକ୍ରିୟା ଆରମ୍ଭ ହୋଇଥିଲା । ତେବେ ରାୟଗଡା ଓକିଲ ସଂଘର ସଭାପତି ପଦ ପାଇଁ ପଦ୍ମନାଭ ଦାଶ, ବିଭୁଦ କୁମାର ପ୍ରଧାନ ଓ ପି.ଜଗନ ମୋହନ ରାଓ ପ୍ରତିଦ୍ୱନ୍ଦିତା କରିଥିଲେ । ପଦ୍ମନାଥ ଦାଶ ୫୯ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିବା ବେଳେ ବିଭୁଦଙ୍କୁ ୪୯ ଏବଂ ଜଗନଙ୍କୁ ୫୬ଟି ଭୋଟ ମିଳିଥିଲା ।
ସେହିପରି ସଂପାଦକ ଭାବେ ବିଶ୍ୱନାଥ ଗନ୍ତାୟତ ଏବଂ ଉପ-ସଭାପତି ଭାବେ ୱାଇ.ଶ୍ରୀନିବାସ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ସହ ସଂପାଦକ ଭାବେ ଜି.କ୍ରିଷ୍ଣାଦାଶ ଓ ଶୁଭ୍ରାକାନ୍ତି ବେହେରା ପ୍ରତିଦ୍ୱନ୍ଦିତା କରିଥିବା ବେଳେ ଶୁଭ୍ରାକାନ୍ତି ୯୦ଟି ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି କୋଷାଧ୍ୟକ୍ଷ ପଦ ପାଇଁ ନିଳାଚଳ ବିଷୋୟୀ ଓ ଜଳନ୍ଧର କୁଲଦିପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ନିଳାଚଳ ୧୧୯ଟି ଭୋଟ ପାଇ ବିଜୟୀ ହୋଇଛନ୍ତି । ସେପଟେ ବିଜୟୀ ପ୍ରତିଯୋଗୀଙ୍କୁ ପୂର୍ବତନ ସଭାପତି ଦେବୀ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ତଥା ପ୍ରେସ କ୍ଲବର ଆଇନ ପରାମର୍ଶଦାତା ମଦନ ମୋହନ ପାଢୀ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।