ଅନୁଗୋଳ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା OSRTC ବସ୍ । ଅନୁଗୋଳ ଜିଲ୍ଲା ସମଲ ଥାନା ଗହମ ଗ୍ରାମ ନିକଟରେ ଆଜି ବିଳମ୍ବିତ ସଂଧ୍ୟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍ରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15ରୁ ଅଧିକ ଆହତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ପୋଲିସ ଓ ଅନ୍ୟ ଜରୁରୀ ସେବାର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
- ଭାରସାମ୍ୟ ହରାଇ ଦୁର୍ଘଟଣା ସନ୍ଦେହ
ମିଳିଥିବା ସୂଚନା ଅନୁସାରେ, ବସ୍ଟି ପ୍ରାୟ 40 ଯାତ୍ରୀଙ୍କୁ ଧରି ରାଇରଙ୍ଗପୁରରୁ ଅନୁଗୋଳ ଅଭିମୁଖେ ଆସୁଥିଲା । ସମଲ ଥାନା ଗହମ ଗ୍ରାମ ନିକଟରେ କୌଣସି କାରଣରୁ ଭାରସମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଶାସନକୁ ଖବର ଦେଇଥିଲେ । ୨ଟି ଆମ୍ବୁଲାନ୍ସରେ ଗୁରୁତର ଆହତଙ୍କୁ ଗୋଡିବନ୍ଧ ଓ ମଣ୍ତାପାଳ ମେଡିକାଲକୁ ସ୍ଥାନାନ୍ତରଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁଙ୍କ ପରିଚୟ ମିଳିପାରି ନାହିଁ ।
- ରାଇରଙ୍ଗପୁରରୁ ଅନୁଗୋଳ ଆସୁଥିଲା ବସ
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବସଟି ସକାଳ ପ୍ରାୟ ୯ଟାରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଅନୁଗୋଳ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବସ୍ଟିରେ ପ୍ରାୟ 50ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ । ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ 31 ଜଣ ଆହତ ଯାତ୍ରାଙ୍କୁ ଗୋଡ଼ିବନ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିପରି 9ଜଣ ଗୁରୁତରଙ୍କୁ ଅନୁଗୋଳ ହସ୍ପିଟାଲରେ ଓ ଅନ୍ୟ 6 ଜଣଙ୍କୁ ତାଳଚେର ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଏବେ ସେମାନଙ୍କର ଚିକିତ୍ସା ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ :- |