ଭୁବନେଶ୍ୱର: ରାଜଧାନୀର ରବି ଟକିଜ ଛକରେ ଥିବା ଏକ ସ୍ପା ସେଣ୍ଟରରୁ ନାବାଳିକା ଉଦ୍ଧାର ଘଟଣା । ନିଜଆଡୁ ଏକ ମାମଲା ଦାୟର କରିଛି ‘ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ’ ବା ‘OSCPCR’ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ସିଡିପିଓଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପୋଲିସର ତଦନ୍ତ ଜାରି ।
ତଦନ୍ତ ରିପୋର୍ଟ ଦେବେ ଜିଲ୍ଲାପାଳ:
ଏନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ସସ୍ମିତା ନନ୍ଦ କହିଛନ୍ତି, "ଓସିପିସିଆର ପକ୍ଷରୁ ମାମଲା ଦାୟର କରାଯାଇଛି । ପୋଲିସକୁ ନିର୍ଦ୍ଦେଶ ପରେ ପୋଲିସ କିଛି ଜଣଙ୍କୁ ଗିରଫ କରାଯାଇଛି । ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଆମେ ଜିଲ୍ଲାପାଳ ଓ ସିଡିପିଓଙ୍କୁ ଜଣାଇଛୁ । ଯଦି ଆବଶ୍ୟକ ହୁଏ ଆମ ଟିମ ଯାଇ ଘଟଣାସ୍ଥଳ ପରିଦର୍ଶନ କରିବେ । ୧୮ ବର୍ଷ ପର୍ଯ୍ୟନ୍ତ କୌଣସି ପିଲା ଚାଇଲ୍ଡ ଲେବର କାମ କରିପାରିବେ ନାହିଁ ।"
ଅନ୍ୟପଟେ ଚାଇଲ୍ଡ ଲାଇନ ସଦସ୍ୟ ବେଣୁଧର ସେନାପତିକହିଛନ୍ତି, "ଯଦି ସ୍ପା ଭିତରେ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରାଯାଉଥିଲା ତେବେ ପୋକ୍ସୋ ଆକ୍ଟର ସେକ୍ସନ ୬ ଲାଗିବା କଥା । ଯଦି ସେପରି ଚାପ ପକାଯାଉଥିଲା ସେକ୍ସୁଆଲ ହାରାସମେଣ୍ଟ ଲାଗିବା କଥା । ଏନେଇ ପୋଲିସ ନିଜ ପକ୍ଷରୁ ତଦନ୍ତ କରି ସ୍ପା ମାଲିକକୁ ଗିରଫ କରିପାରିବ । ପିଲାଟିକୁ ସିଡବ୍ଲୁସିରେ ପ୍ରଡକ୍ସନ କରିବା କଥା । ପିଲାଟି ତୁରନ୍ତ ଅଭିଭାବକକୁ ହସ୍ତାନ୍ତର ସହ ତାର ଶିକ୍ଷା କ୍ଷେତ୍ରରେ ସାମିଲ କରିବାର ଆବଶ୍ୟକତା ଅଛି ।"