ଓଡିଶା

odisha

ETV Bharat / state

ବିଧାନସଭାରେ ପିଆଜ ତାତି; ବିରୋଧୀଙ୍କ ପ୍ରଶ୍ନ, ଓଡିଶା ପିଆଜ ଯାଉଛି କୁଆଡେ - ONION MISSION IN ODISHA

ପିଆଜ ମିଶନକୁ ନେଇ ପ୍ରଶ୍ନ କରିଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ । ସେପଟେତାରା ବାହିନୀପତି କହିଲେ ,ରାଜ୍ୟ ସରକାର ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାରେ ଅକ୍ଷମ । ସେଥିପାଇଁ ଆମେ ହଇରାଣ ହେଉଛୁ ।"

ONION MISSION IN ODISHA
ONION MISSION IN ODISHA (Etv Bharat)

By ETV Bharat Odisha Team

Published : Dec 4, 2024, 11:02 PM IST

ଭୁବନେଶ୍ବର:ଗୃହକୁ ସରଗରମ କଲା ପିଆଜ ତାତି । ଓଡ଼ିଶା ପିଆଜ ଯାଉଛି କୁଆଡ଼େ । ରାଜ୍ୟରେ ଆବଶ୍ୟକତାଠୁ ଅଧିକ ପିଆଜ ଉତ୍ପାଦନ ହେଉଛି । କିନ୍ତୁ କାହିଁକି ବଢୁଛି ବଜାରରେ ପିଆଜ ଦର ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ରାଜ୍ୟରେ ପିଆଜ ମିଶନକୁ ନେଇ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।

  • ପିଆଜ ମିଶନ କେବେ ଆରମ୍ଭ ହୋଇଥିଲା ?

ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଥିଲେ,"ରାଜ୍ୟରେ ପିଆଜ ମିଶନ କେବେ ଆରମ୍ଭ ହୋଇଥିଲା । ଏହି ମିଶନ ଅଧିନରେ ରାଜ୍ୟ ସରକାର ଚାଷୀମାନଙ୍କୁ କେଉଁ କେଉଁ ସୁବିଧା ପ୍ରଦାନ କରିଥିଲେ । ପିଆଜ ମିଶନ ଆରମ୍ଭ ସମୟରେ ରାଜ୍ୟରେ କେତେ ପିଆଜ ଉତ୍ପାଦାନ ହେଉଥିଲା ? ଏନେଇ ଲିଖିତ ଉତ୍ତରରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ.ଭି ସିଂ ଦେଓ କହିଛନ୍ତି, " ରାଜ୍ୟରେ ପିଆଜ ମିଶନ ହୋଇନାହିଁ । ଜାତୀୟ ନମୁନା ସର୍ବେକ୍ଷଣ ୬୮ ରାଉଣ୍ଡ ଆଧାରରେ ୨୦୨୩-୨୪ ପଇଁ ଓଡିଶାରେ ବାର୍ଷିକ ହାରାହାରି ୩.୭୫ ଲକ୍ଷ ମେଟ୍ରିକ ଟନ୍‌ ଆବଶ୍ୟକତା ରିହଥିବା ବେଳେ ୪.୨୦ ଲକ୍ଷ ମେଟ୍ରିକ ଟନ୍‌ ପିଆଜ ଉତ୍ପାଦାନ ହୋଇଥିଲା । "

  • ପିଆଜ ଦର ନିୟନ୍ତ୍ରଣ ପାଇଁ କେଉଁ ପ୍ରକାର ବ୍ୟବସ୍ଥା ହୋଇଛି ?

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ,"ରାଜ୍ୟରେ ପିଆଜ ମିଶନ ନାମକ ଏକ ଯୋଜନା କାର୍ଯ୍ୟକାରୀ ହୋଇଥିଲା କି ?ସେଥିପାଇଁ ରାଜ କୋଷରୁ କେତେ ଟଙ୍କା ବ୍ୟାୟବରାଦ କରାଯାଇଥିଲା । ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ ସରକାର କେଉଁ ପ୍ରକାର ବ୍ୟବସ୍ଥା କରିଛନ୍ତି ?"

ଏମିତି କହିଲେ ଯୋଗାଣ ମନ୍ତ୍ରୀ:

ଏନେଇ ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ,"ସେହିଭଳି କୌଣସି ଅର୍ଥ ବ୍ୟୟବରାଦ ହୋଇନାହିଁ । ରାଜ୍ୟରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ବାରା 'ଅଳୁ ପନିପରିବା ଓ ମସଲା ଉନ୍ନୟନ' ଯୋଜନାରେ ପିଆଜ ଚାଷ କରିବା ପାଇଁ ପ୍ରୋତ୍ସାହାନ ଯୋଗାଇ ଦିଆଯାଉଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ଅଞ୍ଚଳରେ ପୁରୁଣା ପିଆଜ ଗଚ୍ଛିତ ହ୍ରାସ ଏବଂ ନୂଆ ପିଆଜ ଅମଳ ବିଳମ୍ବ ହେବାରୁ ରାଜ୍ୟରେ ପିଆଜ ଦର ବଢିଛି । ରାଜ୍ୟରେ ବର୍ତ୍ତମାନ ପିଆଜର ଦର ୭୦ ଟଙ୍କା ରହିଛି । "

ଏହା ମଧ୍ୟ ପଢନ୍ତୁ...ଜବରଦଖଲ ଜମିରେ ଥିବା ଅଟାଳିକାରେ ଚଢିବ ବୁଲଡୋଜର: ରାଜସ୍ୱ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...ପ୍ରବାସୀ ଭାରତୀୟ ଦିବସ,ଅତିଥିଙ୍କ ପାଇଁ ୩୭୦୦ଟି ରୁମ ବୁକିଂ

ଏହା ମଧ୍ୟ ପଢନ୍ତୁ...ବର୍ଡର ସିଲ କରିଛନ୍ତି ପଶ୍ଚିମବଙ୍ଗ ସରକାର: କେମିତି ଓଡିଶାରେ ପହଞ୍ଚୁଛି ଆଳୁ ଟ୍ରକ, କହିଲେ ବଙ୍ଗୀୟ ଡ୍ରାଇଭର

'ରାଜ୍ୟ ସରକାର ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାରେ ଅକ୍ଷମ':

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି,"ରାଜ୍ୟ ସରକାର ସଂରକ୍ଷଣ ବ୍ୟବସ୍ଥା କରୁନଥିବାରୁ ଆବଶ୍ୟକତା ଠାରୁ ଅଧିକ ଉତ୍ପାଦନ କରି ଆମକୁ ମହଙ୍ଗା ଦରରେ ପିଆଜ କିଣିବାକୁ ପଡୁଛି । ପିଆଜ କିଲୋ ପିଛା ଉତ୍ପାଦନ ବେଳେ 5 ଟଙ୍କାରେ ବିକ୍ରି କରି ଦେଉଛୁ । ଏବେ 70 ଟଙ୍କାରେ କିଣି ଖାଉଛୁ । ରାଜ୍ୟ ସରକାର ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାରେ ଅକ୍ଷମ । ସେଥିପାଇଁ ଆମେ ହଇରାଣ ହେଉଛୁ । "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details