ଭୁବନେଶ୍ବର:ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଡିଭାଇଡର ପିଟି ଟ୍ରକକୁ ଧକ୍କା ଦେଲା ଦୃତଗାମୀ କାର୍ । ଜଣେ ମୃତ ,୪ ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ବିଶ୍ବଜିତ ରାୟ ଘର ରସୁଲଗଡ ଅଞ୍ଚଳରେ । ପୋଲିସର ସୂଚନା ମୁତାବକ, Od02CC2580 ଏକ କ୍ବିଡ କାର୍ ଯୋଗେ ୫ଜଣ ଖୋର୍ଦ୍ଧା ପଟୁ ଭୁବନେଶ୍ୱର ଆଡ଼କୁ ଆସୁଥିଲେ । ତମାଣ୍ଡୋ ହ୍ୟୁଣ୍ଡାଇ ସୋ' ରୁମ ପାଖରେ କାରଟି ହଠାତ୍ ଭାରସାମ୍ୟ ହରାଇ ଡିଭାଇଡରକୁ ଡେଇଁ ଅପର ପାର୍ଶ୍ୱରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଗାଡିଟି ଏତେ ମାତ୍ରାରେ ଦୁର୍ଘଟଣା ହୋଇଥିଲା ଯେ ଗାଡ଼ିର ସାମ୍ନା ପଟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାପରେ ସ୍ଥାନୀୟ ଲୋକେ ,ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଡି ଭିତରୁ ୫ଜଣଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣା ସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଦୁର୍ଘଟଣା ସ୍ଥଳରୁ ପୋଲିସ ଉକ୍ତ କାର ଏବଂ କାରଟି ଯେଉଁ ଟ୍ରକରେ ପିଟି ହୋଇଥିଲେ ତାହାକୁ ମଧ୍ୟ ଜବତ କରିଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ରାଜାଧାନୀରେ ଏଭଳି ଦୁର୍ଘଟଣା ଘଟିବା ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ନିତିଦିନ ଏଭଳି ଦୁର୍ଘଟଣା ମାନ ଘଟୁଛି । ସେହିପରି ଗତ ୨୯ତାରିଖ ରାତିରେ ମଧ୍ୟ ଆଉ ଏକ ଦୁର୍ଘଟଣା ଘଟିଥିଲା । ଜୟଦେବ ବିହାର ଛକରେ ଜଣେ ପୋଲିସ କନଷ୍ଟେବଳ ଉପରେ ଗାଡି ଚଢ଼ି ଯିବାରୁ ସେଠାରେ ସ୍ପଟଡେଥ୍ ହୋଇଥିଲା । ଏପରିକି ମୃତ୍ୟୁବରଣ କରିଥିବା ପୋଲିସ କନଷ୍ଟେବଳ ମଧୂସୁଦନ କିଷାନି ଯେ କି ନିଜର ଡ୍ୟୁଟିରୁ ଫେରୁଥିଲେ ଘରକୁ ।
ଏହା ମଧ୍ୟ ପଢନ୍ତୁ ......ଅଟୋ-ବାଇକ ମଧ୍ୟରେ ଧକ୍କା: ଚାଲିଗଲା 2 ଜୀବନ, 13 ଆହତ - RAYAGADA ROAD ACCIDENT