ଭୁବନେଶ୍ୱର:ବଢିବ ତାପମାତ୍ରା । କମିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆହୁରି ୨ ଦିନ ଘନ କୁହୁଡିର ସତର୍କତା
ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ତେବେ ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଫଳରେ ଶୀତ କମିବ । ହାଲୁକା ଶୀତ ସହ କଲବଲ କରିବ ଘନ କୁହୁଡି । ୯ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ ଓ କନ୍ଧମାଳ ଘନ କୁହୁଡି ଅନୁଭୁତ ହେବ । ଆଜି (ବୁଧବାର) କେନ୍ଦୁଝର, ଝାରସୁଗୁଡା, କଳାହାଣ୍ଡି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଥିଲା । ସେହିପରି ୯ ତାରିଖ ବା ଆସନ୍ତାକାଲି ଅନୁଗୋଳ,ଢେଙ୍କାନାଳ, କଳାହାଣ୍ଡି, ରାୟଗଡା ଓ ଝାରସୁଗୁଡାରେ ହାଲୁକା କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେହିପରି ୧୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୋଳ ଓ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି ।
ପାରାଦୀପ ଓ ଭବାନୀପାଟଣାରେ ଅତି ଘନ କୁହୁଡି ଦୃଶ୍ୟମାନ
ଜିଲ୍ଲାପାଳଙ୍କୁ ଏସ୍ଆରସିଙ୍କ ଚିଠି:
ସେପଟେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ରାତି ୨ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।