ଓଡିଶା

odisha

ETV Bharat / state

ଓଡିଶାରୁ ବିଦାୟ ନେଲା ମୌସୁମୀ, ଏବେ କେମିତି ରହିବ ପାଗ ?

ଅନେକ ସ୍ଥାନରୁ ଅପସାରଣ କରିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

By ETV Bharat Odisha Team

Published : 4 hours ago

Odisha Weather
Odisha Weather (ETV Bharat Odisha)

ଭୁବନେଶ୍ବର:ବିଦାୟ ନେଲା ମୌସୁମୀ। ଓଡି଼ଶାର ଅନେକ ସ୍ଥାନରୁ ଅପସାରଣ କରିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବାବେଳେ ଆସନ୍ତା ଦୁଇ ଦିନରେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସାରଣର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ଗତ କିଛିଦିନ ହେବ ମୌସୁମୀର ସ୍ଥିତି ଦୁବଳ ରହିବା ସହ ବର୍ଷାର ପରିମାଣ କମ ରହିଛି । ଏହାସହ ତାପମାତ୍ରା ବୃଦ୍ଧି ପାଇଛି। କେତେକ ସ୍ଥାନରେ ସ୍ୱାଭାବିକ ଠାରୁ ୨ ରୁ ୩ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ବିଶେଷ କରି ଟ୍ବିନସିଟିରେ ୩୪ ଡିଗ୍ରୀ ଉପରେ ତାପମାତ୍ରା ରହୁଛି ।

ଏହି ସ୍ଥାନରୁ ଫେରିଛି ମୌସୁମୀ:

ମୌସୁମୀ ଅପସାରଣ ପାଇଁ ଏହା ସହାୟକ ହେଉଛି । ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତନର ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ସହ ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମର ଅନେକ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ । ଏହାସହ ନୂଆପଡା ଓ କଳାହାଣ୍ଡିର କିଛି ଅଂଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି ।

Odisha Weather (ETV Bharat Odisha)



୫ ଦିନ ଯାଏଁ ଶୁଖିଲା ପାଗ:

ଆଗାମୀ ୫ ଦିନ ଯାଏ ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କାଁ ଭାଁ ସ୍ଥାନରେ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକର ପ୍ରଭାବ ନାହିଁ । ଆସନ୍ତା ୨୪ ଘଣ୍ଟାରେ ଗଂଜାମ, ଗଜପତି, ରାୟଗଡ଼ା , ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି କୋରାପୁଟ, ରାୟଗଡା ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁାକରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।

Odisha Weather (IMD)

ଏହା ବି ପଢନ୍ତୁ...ଫେରିଯିବ ମୌସୁମୀ, ପୂଜାକୁ ଫିକା କରିବ ବର୍ଷା ନା କଲବଲ କରିବ ତାତି ?

ଏହା ବି ପଢନ୍ତୁ...ଓଡ଼ିଶାରୁ ଫେରିଯିବ ମୌସୁମୀ, ପୂଜାରେ ବର୍ଷାରେ ଭିଜିଲା ରାଜଧାନୀ

ଏହା ମଧ୍ୟ ପଢ଼ନ୍ତୁ...୧୧ରୁ ବଢ଼ିବ ବର୍ଷା, ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ

କେଉଁ ବର୍ଷ କେଉଁ ସମୟରେ ପ୍ରତ୍ୟାବର୍ତ୍ତନ କରିଥିଲା ମୌସୁମୀ?

ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୭.୪ ଡିଗ୍ରୀ ରେକର୍ଡ ହୋଇଛି। ସାଧାରଣତଃ ସେପ୍ଟେମ୍ବର ମାସରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପକ୍ରୀୟା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକ ବର୍ଷା ୧୦୯୨.୦ ପ୍ରତିଶତ ଅନୁଭବ ହୋଇଛି ଯାହା ପୂର୍ବ ପରିମାଣ ୧୧୫୦.୨ % ତୁଳନାରେ ୫ ପ୍ରତିଶତ କମ୍ ।


ସେହିପରି ୨୦୨୦ ମସିହା ଅକ୍ଟୋବର ୨୬ ରୁ ୨୮ ଭିତରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ । ୨୦୨୧ରେ ଅକ୍ଟୋବର ୧୧ ରୁ ୨୩ ଭିତରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ। ୨୦୨୨ରେ ଅକ୍ଟୋବର ୨୦ ରୁ ୨୧ରେ ଭିତରେ ବିଦାୟ ନେଇଥିଲା । ୨୦୨୩ରେ ଅକ୍ଟୋବର ୧୩ରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଥିଲା ମୌସୁମୀ । ୨୦୨୦ରେ ୧୧୪୦.୮ ପ୍ରତିଶତ ସ୍ବାଭାବିକ ବର୍ଷା ହୋଇଥିବାବେଳେ ୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସେହିପରି ୨୦୨୧ ରେ ୧୦୪୭.୦ ପ୍ରତିଶତ ବର୍ଷା ହୋଇଥିବାବେଳେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ୨୦୨୨ ରେ ୧୧୯୬.୮ ପ୍ରତିଶତ ବର୍ଷା ହୋଇଥିବାବେଳେ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ୨୦୨୩ ରେ ୧୧୧୫.୪ ପ୍ରତିଶତ ବର୍ଷା ହୋଇଥିବାବେଳେ -୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି । ଚଳିତ ବର୍ଷ ୨ ଜିଲ୍ଲା ନୂଆପଡ଼ା ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । ୨୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ଓ ୪ ଜିଲ୍ଲା ଭଦ୍ରକ, କେନ୍ଦୁଝର, ଦେବଗଡ ଓ ଝାରସୁଗୁଡ଼ାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details