ଓଡିଶା

odisha

ETV Bharat / state

୯ ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ସମ୍ଭାବନା, ରାଜ୍ୟରୁ ଶୀତ ଉଭାନ - ODISHA WEATHER UPDATE

ରାଜ୍ୟରେ ୯ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଉ କିଛ ଦିନ ପରେ ରାଜ୍ୟରେ ଶୀତ ଅନୁଭୂତ ହେବ ।

Odisha Weather Forecast
Odisha Weather Forecast (ETV Bharat Odisha)

By ETV Bharat Odisha Team

Published : Nov 6, 2024, 7:20 PM IST

ଭୁବନେଶ୍ବର: ରାଜ୍ୟରେ ନଭେମ୍ବରରେ ଶୀତ ଉଭାନ । ସାରା ରାଜ୍ୟରେ ରହିଛି ଶୁଖିଲା ପାଗ । ଆଗାମୀ କିଛି ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଆର୍ଦ୍ରତା ଓ ଗୁଳୁଗୁଳି ପାଇଁ କାଁଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ଯାଏଁ ଯଦିଓ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ତଥାପି କିଛି ଜିଲ୍ଲାରେ ବର୍ଷା ହେବ । ୯ ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଏସବୁ ଜିଲ୍ଲାରେ ବର୍ଷା:

Odisha Weather Forecast Latest Update (IMD)

ତେବେ ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର କିଛି କିଛି ଜିଲ୍ଲା ବିଶେଷକରି ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟେ ଓ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପୁରୀ ଓ ଗଞ୍ଜାମ ଏହି ୨ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରହିବ । ସେହିପରି ୮ରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଯାଏଁ ଏଭଳି ପାଗ ଜାରି ରହିବା ସହ ବଡ ବର୍ଷା ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ସେପଟେ ୧୧ ତାରିଖରୁ ବର୍ଷର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି ।

Odisha Weather Forecast Latest Update (IMD)
ଏହା ମଧ୍ୟ ପଢ଼ନ୍ତୁ...୭ ଜିଲ୍ଲାରେ ବର୍ଷା ସମ୍ଭାବନା, ଏହି ଦିନଠାରୁ ଅନୁଭୂତ ହେବ ପ୍ରବଳ ଶୀତ
ଏହା ମଧ୍ୟ ପଢ଼ନ୍ତୁ...ଶୀତ ଦିନ ଆରମ୍ଭରୁ ଭିଜାଇଲାଣି ବର୍ଷା, କେବେଠୁ ହେବ ଥଣ୍ଡା ଅନୁଭୂତ? ଜାଣନ୍ତୁ

କାହିଁକି ହେଉନି ଶୀତ:

ସେପଟେ ବାତ୍ୟା ପରେ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ମାତ୍ରାଧିକ ଥିବାରୁ ଶୀତ ଅନୁଭବ ହେଉନଥିବା କହିଛି ପାଣିପାଗ ବିଭାଗ । ଏହାକୁ ନେଇ ଆଭ୍ୟନ୍ତରୀଣ ଓଡିଶାକୁ ଛାଡିଦେଲେ ଅନ୍ୟ ସ୍ଥାନରେ ଶୀତ ଅନୁଭବ ହେଉନାହିଁ । ଏହାସହ ଦିନର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହୁଛି । ଧୀରେ ଧୀରେ ଶୀତ ଯଦିଓ ବି ପଡ଼ିଲାଣି କିନ୍ତୁ ଏହିସବୁ କାରଣରୁ ତାହା ଅନୁଭବ ହେଉନାହିଁ । ଆଉ କିଛିଦିନ ପରେ ଅର୍ଥାତ ଆଗାମୀ ସପ୍ତାହ ଆଡକୁ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଗଜପତିର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ବେଳେ ଭଦ୍ରକରେ ସର୍ବାଧିକ ୨୭୯.୦୦ ମିମି ଵର୍ଷା ରେକର୍ଜ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details