ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

୫ରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା, ୧୦ ଜିଲ୍ଲାକୁ ଆଲର୍ଟ - Odisha Weather Latest Update

Odisha Weather Update: ରାଜ୍ୟରେ ପୁଣି ବର୍ଷା ଆଲର୍ଟ । ଅକ୍ଟୋବର ୫ ତାରିଖ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ୧୦ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

Odisha Weather Update
Odisha Weather Update (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ କମିଛି ବର୍ଷା । ଧିରେ ଧିରେ ବର୍ଷାର ପରିମାଣ କମୁଥିବା ବେଳେ ବୃଦ୍ଧି ପାଇବ ତାପମାତ୍ରା । ଆଗକୁ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିଲେ ମଧ୍ୟ ଗରମ ଗୁଳୁଗୁଳି ଅନୁଭୂତ ହେବ । ଦିନର ତାପମାତ୍ରା ବଢ଼ିବ । ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । କିଛି କିଛି ସ୍ଥାନରେ ତାପମାତ୍ର ୩୮ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବଢ଼ିବ ତାପମାତ୍ର:

ବର୍ତ୍ତମାନ ଦେଶର ଅନେକ ସ୍ଥାନରୁ ମୌସୁମୀ ବାୟୁ ଅପସାରଣ କରିବା ଆରମ୍ଭ କରିଥିବା ବେଳେ ଓଡ଼ିଶାରୁ ମୌସୁମୀ ଫେରିବା ପାଇଁ ଅନୁକୂଳ ହୋଇନାହିଁ । ବର୍ତ୍ତମାନ ବି କିଛି ପ୍ରକ୍ରିୟା ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣର ଆଦ୍ରତା ରହୁଥିବାରୁ ମୌସୁମୀ ଅପସରିବାର ବାଟ ଫିଟିନାହିଁ ବୋଲି କହିଛି ପାଣିପାଗ ବିଭାଗ । ଏବେ ବି ୭୦ରୁ ୯୦ ପ୍ରତିଶତ ରାଜ୍ୟରେ ଆଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ସେପଟେ ଆକାଶ ନିର୍ମଳ ସହ ମେଘମୁକ୍ତ ରହିଥିବାରୁ ଆସନ୍ତା ୪ ଦିନ ବିଶେଷ ବର୍ଷା ନାହିଁ । କାଁଭାଁ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ରହିବ । ଦିନର ତାପମାତ୍ରା ବଢିବ । ଆଗାମୀ ୩ରୁ ୪ ଦିନ ଯାଏଁ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଏହାସହ ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ଵିଭାଗ ।

Odisha Weather Update (ETV Bharat Odisha)

ବିଜୁଳି ଓ ଘଡ଼ଘଡ଼ି ସତର୍କତା:

ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ । ୫, ୬ ଓ ୭ ତାରିଖରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ଯଦିଓ ବର୍ଷାର ପରିମାଣ ଅଧିକ ରହିବ ନାହିଁ, ମାତ୍ର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ବାବନା ରହିଛି । ଅକ୍ଟୋବର ୫ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୧୦ ଜିଲ୍ଲା କଟକ, ଜଗତସିଂହପୁର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

Odisha Weather Update (IMD)

ଏହି ଯାଗାରେ ଅଧିକ ଗରମ:

ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ଅନେକ ସ୍ଥାନରେ ପାରଦ ଉପର ମୁହାଁ ହୋଇଛି । ଗତକାଲି ଅନେକ ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ଗଜପତିର ପାରଳାଖେମୁଣ୍ଡି ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠାରେ ସର୍ବାଧିକ ୩୬.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୩୬.୨ ଡିଗ୍ରୀ ସେଲସିୟସ ଓ କଟକରେ ୩୫.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ନବରଙ୍ଗପୁରରେ ସର୍ବନିମ୍ନ ୨୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Odisha Weather Update (IMD)

ଏହା ମଧ୍ୟ ପଢ଼ନ୍ତୁ...ଅକ୍ଟୋବର ୬ରେ ଲଘୁଚାପ, ଆଗାମୀ ୪୮ ଘଣ୍ଟା ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ - Odisha Weather Latest Update

ଏହା ମଧ୍ୟ ପଢ଼ନ୍ତୁ...ଦଶହରାରେ ଭିଜିବ ଓଡ଼ିଶା, ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା - Odisha Weather Latest Update

ଏହା ମଧ୍ୟ ପଢ଼ନ୍ତୁ...ଅକ୍ଟୋବର ୪ରୁ ଲେଉଟିବ ବର୍ଷା ! ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ - Odisha Weather Latest Update

ଏହି ଯାଗାରେ ସର୍ବାଧିକ ବର୍ଷା ରେକର୍ଡ:

ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କୋରାପୁଟଜିଲ୍ଲା ଜୟପୁରରେ ସର୍ବାଧିକ ୬୦.୨ ମିମି ବର୍ଷା ରେକର୍ଡ ହୋଇଛି । ସେହପରି କୋରାପୁଟ ଶିମିଳିଗୁଡ଼ାରେ ୪୨.୦ ମିମି, ନବରଙ୍ଗପୁର ପାପଡାପାଣ୍ଡିରେ ୩୩.୦ ମିମି, ଗଞ୍ଜାମ କୋଦଳା ଓ ଜଗନ୍ନାଥ ପ୍ରସାଦରେ ଯଥାକ୍ରମେ ୨୩.୦ ମିମି ଓ ୨୧.୬ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details