ଓଡିଶା

odisha

ETV Bharat / state

୫ ଦିନ ପରେ ବଢିବ ଶୀତ, କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - FOG ALERT

୧୮ ତାରିଖ ଯାଏ ଘନକୁହୁଡ଼ି ସମ୍ଭାବନା । ୫ଦିନ ପରେ ରାଜ୍ୟରେ ପ୍ରବଳ ଶୀତ । ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

Odisha Weather Update
Odisha Weather Update (ETV Bharat Odisha)

By ETV Bharat Odisha Team

Published : Jan 16, 2025, 6:01 PM IST

ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହେଲେ ବର୍ତ୍ତମାନ ଶୀତ ଅପେକ୍ଷାକୃତ କମ ରହିଛି । ୫ ଦିନ ଯାଏଁ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତାକାଲି କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

  • ୫ ଦିନ ପରେ ବଢିବ ଶୀତ:

ଆଗାମୀ ୭ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତ ବଢ଼ିବ । ୫ ଦିନ ପରେ ରାଜ୍ୟରେ ପ୍ରବଳ ଶୀତ ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, " ୪ ଦିନ ପରେ ୨ ରୁ ୩ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ହ୍ରାସ ସହ ପୁଣି ବଢିବ ଶୀତ । ଅନ୍ୟପଟେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିର ସମ୍ଭାବନା ରହିଛି । ଆଜିଠୁ ୧୮ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡା, ନୟାଗଡ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।"

Odisha Weather Update (ETV Bharat Odisha)
  • କୁହୁଡି ପାଇଁ ୱାର୍ଣ୍ଣିଂ:

ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ଗଂଜାମ, ଗଜପତି, ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ । ଆସନ୍ତାକାଲି କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡା, ନୟାଗଡ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ଗଂଜାମ, ଗଜପତି, ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇପାରେ ।"

ଏହା ବି ପଢନ୍ତୁ...ଆହୁରି ବଢ଼ିବ ଥଣ୍ଡା: କଲବଲ କରିବ ଘନକୁହୁଡ଼ି, 4 ଜିଲ୍ଲାକୁ ୱାର୍ଣ୍ଣିଂ

ଏହା ବି ପଢନ୍ତୁ...ମେଘୁଆ ରହିବ ପାଗ, ଘନ କୁହୁଡ଼ି ପାଇଁ 3 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

  • ସର୍ବନିମ୍ନ ତାପମାତ୍ରା କେଉଁଠି କେତେ?

ସେପଟେ ଗତ ୨୪ ଘଣ୍ଟାରେ ପାହାଡିଆ ଅଞ୍ଚଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେହିପରି ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୫.୪ ଡିଗ୍ରୀ ଓ କଟକରେ ୧୪.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details