ଓଡିଶା

odisha

ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ପୁଳା ପୁଳା ସୁନା, ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ - Ex chief engineer Vigilance scanner

By ETV Bharat Odisha Team

Published : Aug 12, 2024, 7:29 PM IST

VIGILANCE RAID EX CHIEF ENGINEER HOUSE: ପୁଣି ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ । R&Bର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଭିଜିଲାନ୍ସ ଜାଲରେ ପଡିଛନ୍ତି । ତାରାଙ୍କ ଆଖି ତରାଟିବା ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ
ଭିଜିଲାନ୍ସ ଜାଲରେ କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ (ETV Bharat Odisha)

ଭୁବନେଶ୍ବର/ଝାରସୁଗୁଡା: ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ଯନ୍ତ୍ରୀ । ଚଢାଉ ବେଳେ ମିଳିଲା ପୁଳା ପୁଳା ସୁନାଗହଣା । ଯାହାକୁ ଦେଖି ତାଜୁବ ଭିଜିଲାନ୍ସ । ଗତ ବର୍ଷ ଜୁନ ମାସରେ ଚାକିରିରୁ ଅବସର ନେଇଥିବା R&B(CIVIL) ଅଧିକାରି ଏବେ ଭିଜିଲାନ୍ସ ଜାଲରେ । ପୂର୍ବତନ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ପଶିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତିର ସୁରାକ ଖୋଜୁ ଖୋଜୁ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ ‌।

ଭିଜିଲାନ୍ସ ଜାଲରେ କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ (ETV Bharat Odisha)

ସାତ ତାଳ ପଙ୍କରେ ଲୁଚିଥିଲେ ବି ଛାଡୁନି ଭିଜିଲାନ୍ସ:

ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଶୂନ୍ୟସହନଶୀଳତା ନୀତି । କାହାରିକୁ ବି ଛାଡୁନି ଭିଜିଲାନ୍ସ । ଗତ ବର୍ଷ ଜୁନରେ ଅବସର ନେଇଥିଲେ ଏହି କୁବେର ଯନ୍ତ୍ରୀ ତାରା ପ୍ରସାଦ । ଆଜି ଭିଜିଲାନ୍ସ ରେଡ ବେଳେ ସାମ୍ନାକୁ ଆସିଛି ବାବୁଙ୍କ ଗାଡି ପୁଳା ପୁଳା ସୁନା ଅଳଙ୍କାର । ଯାହାକୁ ଦେଖି ଭିଜିଲାନ୍ସ ତାଜୁବ । ଘରୁ ସମ୍ପତ୍ତିର ଯେତେ ଖୋଜୁଛି ସେତେ ବାହାରୁଛି । ଘରୁ ମିଳିଛି ମର୍ସଡିଜ୍‌ ଭଳି ଦାମୀ କାର । ଦେଢ କେଜିରୁ ଊର୍ଦ୍ଧ୍ବ ସୁନା ଗହଣା ଓ ନଗଦ ଟଙ୍କା ମଧ୍ୟ ରହୁଥିବା ଘରୁ ଠାବ କରିଛି । ଏସବୁ ଦେଖି ଭିଜିଲାନ୍ସ ଆଶ୍ଚର୍ଯ ହେବା ସହ ଆକାଉଣ୍ଟର ତଥ୍ୟ ଓ ଲକ୍ ସହ ଆଉ କେଉଁଠି ରଖିଛନ୍ତି ସେ ନେଇ ଖୋଳତାଡ କରିଛି । ଏନେଇ ସରକାରୀ ଚାକିରିରୁ ଅବସର ନେଇ ସୁଖରେ ସମୟ କାଟୁଥିବା ଏହି ରିଚାର୍ଡ ଅଧିକାରିଙ୍କ ପାଇଁ ଟେନସନ‌ ବଢାଇ ଦେଇଛି ଭିଜିଲାନ୍ସ ।

୯ଟି ସ୍ଥାନରେ ରେଡ୍:

ଭିଜିଲାନ୍ସ ଜାଲରେ କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ (ETV Bharat Odisha)

ଭିଜିଲାନ୍ସ ଏସପି ଶ୍ରବଣା ବିବେକ ଏମଙ୍କ ଦେଇଥିବା ସୂଚନା ଅନୁସାରେ, ‘୧୨ ଡିଏସପି ସମେତ ୧୨ ଇନିସ୍ପେକ୍ଟର ୧୬ଏଏସ ଆଇଙ୍କୁ ନେଇ ଏକକାଳିନ ଭାବେ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ଏବେ ସୁଧା ୨.୭କୋଟିର‌ ଡିପୋଜିଟ,ନଗଦ ୬ଲକ୍ଷ ଟଙ୍କା ସହ ଦେଢ଼ କେଜିର ସୁନା ଅଳଙ୍କାର,୧୩ଲକ୍ଷ ଟଙ୍କାର ଘଣ୍ଟା,ମର୍ସଡିଜ କାର ଓ ସେଲଟସ କାର ସହ ଭୁବନେଶ୍ବର କଟକ ଓ ଜଟଣୀରେ ୭ଟି ପ୍ଲଟ ଠାବ ହୋଇଛି । ଭୁବନେଶ୍ବର IRC ଭିଲେଜ ନୟାପଲ୍ଲୀରେ ଥିବା ଅର୍ପଣ ଆପାର୍ଟମେଣ୍ଟର ୧୦୩ ଫ୍ଲାଟରେ ଚଢାଉ କରିଛି ଭିଜିଲାନ୍ସ । ସେହିପରି ନୟାପଲ୍ଲୀ ନିଳକଣ୍ଠ ନଗରରେ ଥିବା ଘର ମଧ୍ୟ ରେଡ ଜାରି ରହିଛି । ସେହିପରି ଡୁମୁଡୁମା କସମୋପଲିସ ୧୫ ମହଲାରେ ଥିବା କେ ୧୫୫ଏରେ ମଧ୍ୟ ରେଡ କରିଛି ଭିଜିଲାନ୍ସ । ଏଥିସହ ଝାରସୁଗୁଡା ଆସିଆନା ଫ୍ଲାଟ୍ ନମ୍ବର ୧୭,୩୦୭,୨୦୭ରେ ମଧ୍ୟ ରେଡ କରିଛି ଭିଜିଲାନ୍ସ । ସେହିପରି କଟକ ତିଗିରିଆ ଓ ଆଠଗଡ ମଧ୍ୟ ଏକକାଳିନ ରେଡ ଜାରି ରହିଛି ।

ଚଢାଉ ବେଳେ ବିଦେଶୀ ମୁଦ୍ରା ଜବତ:

ଭିଜିଲାନ୍ସ ଜାଲରେ କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ (ETV Bharat Odisha)

କେବଳ ଆଖି ତରାଟିଲା ଭଳି ସମ୍ପତ୍ତି ନୁହେଁ । ବିଦେଶୀ ମୁଦ୍ରା ମଧ୍ୟ ଜବତ କରିଛି ଭିଜିଲାନ୍ସ । USA, ଥାଇଲାଣ୍ଡ, ଭିଏତନାମ, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ, ସିଙ୍ଗାପୁର ଭଳି ଦେଶର ମୁଦ୍ରା ମଧ୍ୟ ଜବତ ହୋଇଛି । ତାରା ଭିଜିଲାନ୍ସ ଟୁର କରୁଥିବା ଭିଜିଲାନ୍ସ ସନ୍ଦେହ କରୁଛି । ଯାହାର ଏବେ ଖୋଳତାଡ କରୁଛି ଦୁର୍ନୀତି ନିବାରଣ ବିଭାଗ ।

ଏହା ମଧ୍ୟ ପଢନ୍ତୁ: ୩୩ବର୍ଷ ଚାକିରିରେ କୁବେର ହୋଇଗଲେ ଯନ୍ତ୍ରୀ; ଘରୁ ବାହାରିଲା କେଜିଏ ସୁନା, ୧୪କୋଟିର ସମ୍ପତ୍ତି, ବାନ୍ଧିଲା ଭିଜିଲାନ୍ସ

ସଉକିଆ ଥିଲେ ବାବୁ:

ଭିଜିଲାନ୍ସ ଜାଲରେ କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ (ETV Bharat Odisha)

ପୂର୍ବତନ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ମିଳିଥିବା ସାମଗ୍ରୀରେ ସେ ସଉକିଆ ଥିବା ସନ୍ଦେହ କରିଛି ଭିଜିଲାନ୍ସ । କାରଣ ଦେଢ଼ କେଜିର ଗହଣା । ଘରକୁ ସୁନାର ଦୋକାନ ପରି ସଜେଇ ରଖିଥିଲେ ହାତ ଶଙ୍ଖା ବା ଚୁଡ଼ି ବା ବାହୁଟିଠୁ ଆରମ୍ଭ କରି କାନଫୁଲ ଓ ମୁଦି ଓ ଚେନ ଓ ମଙ୍ଗଳସୁତ୍ର ଭଳି ହାର ଓ କାନଫୁଲ ଭଳି ଗହଣା ଜବତ ହୋଇଛି । କେବଳ ସେତିକି ନୁହେଁ ତାରାପ୍ରସାଦ ପିନ୍ଧୁଥିଲେ ଦାମୀ ଘଡି । ଚଢାଉ ବେଳେ ମିଳିଛି ରୋଲେକ୍ସର ହାତ ଘଣ୍ଟା । ଯାହାର ଦାମ୍ ୧୬ ଲକ୍ଷ ଟଙ୍କା । ସେହିପରି ଘରେ ଜୋତାର ଷ୍ଟାଣ୍ଡ ଦେଖି ମଧ୍ୟ ତାଜୁବ ହୋଇଛନ୍ତି । କାରଣ ଯେଉଁ ଦିନ ଯେଉଁ ସାର୍ଟ ପ୍ୟାଣ୍ଟ ପିନ୍ଧୁଥିଲେ ସେହି ହିସାବରେ ମ୍ୟାଚ କରି ଜୋତା ଓ ଚପଲ ପିନ୍ଧୁଥିଲେ ।

ଭିଜିଲାନ୍ସ ଜାଲରେ କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ: ବାହାରୁଛି ପୁଳା ପୁଳା ଟଙ୍କା, ସମ୍ପତ୍ତି ଦେଖି ତାଜୁବ ଅଧିକାରୀ

ଗତବର୍ଷ ନେଇଥିଲେ ଅବସର:

ପୂର୍ବତନ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ୧୯୮୪ ମସିହାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ ଆରମ୍ଭ କରିଥିଲେ । ସେ ଗତ ବର୍ଷ ଜୁନ ମାସ ୨୦୨୩ରେ ଅବସର ନେଇଥିଲେ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ବିଭିନ୍ନ ସ୍ଥାନରେ ଆଜି ରେଡ୍‌ ମାରିଛି ଭିଜିଲାନ୍ସ ।

ଇଟିଭି ଭାରତ, ଭୁବନେଶ୍ବର ଓ ଝାରସୁଗୁଡା

ABOUT THE AUTHOR

...view details