ଭୁବନେଶ୍ବର: 76ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପୋଲିସ ପଦକରେ ସମ୍ମାନିତ ହେଲେ ଓଡିଶା ପୋଲିସର 41 ଜଣ ଅଧିକାରୀ । ଆଜି ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ସମାରୋହରେ ଏହି ଅଧିକାରୀମାନଙ୍କୁ ରାଜ୍ୟପାଳ ହରିବାବୁ କାମ୍ଭମପତି ସେବା ମେଡାଲରେ ସମ୍ମାନିତ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ଓ୍ବାଇବି ଖୁରାନିଆ ଓ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
- 2024 ପାଇଁ ସମ୍ମାନିତ ହେଲେ 18 ଅଧିକାରୀ
ବର୍ଷ 2019ରୁ 2024 ମଧ୍ୟରେ ଉଲ୍ଲେଖନୀୟ ସେବା ପାଇଁ ଏହି ଅଧିକାରୀମାନଙ୍କୁ ଆଜି ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି । ୨୦୨୪ ମସିହା ପାଇଁ ୧୮ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ୨୦୨୧ ମସିହା ପାଇଁ ୨୦ ଜଣଙ୍କୁ ଏହି ପଦକ ପ୍ରଦାନ କରାଯାଇଛି । ୨୦୧୯, ୨୦୨୦ ଓ ୨୦୨୩ ପାଇଁ ଜଣେ ଲେଖାଏଁ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ୨୦୨୪ ପାଇଁ ଦକ୍ଷିଣାଞ୍ଚଳ-ଆଇଜି ଡଃ.ସାର୍ଥକ ଷଡଙ୍ଗୀ, ଓଡିଶା ସଶସ୍ତ୍ର ପୋଲିସ୍ ବଳ (ଓଏସଏପି) ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଭିଜିଲାନ୍ସ ଅତିରିକ୍ତ ଏସ୍ପି ସୁଶାନ୍ତ କୁମାର ବିଶ୍ୱାଳ, ଗଞ୍ଜାମ ଅତିରିକ୍ତ ଏସ୍ପି ରାଜୀବ ଲୋଚନ ପଣ୍ଡା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ସମେତ ୧୮ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:- |