ଭୁବନେଶ୍ବର/ବାଲେଶ୍ବର:ଓଡ଼ିଶା ନୂଆ ଆଇନ କମିଶନ ଗଠନ କଲେ ସରକାର । ଜଷ୍ଟିସ ବିଶ୍ବନାଥ ରଥ ହେଲେ ନୂଆ ଆଇନ କମିଶନ ଅଧ୍ୟକ୍ଷ । ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।
ଓଡିଶା ଲ' କମିଶନ:
ଗଠନ ହୋଇଛି ଓଡିଶା ଲ' କମିଶନ । ରାଜ୍ୟ ସରକାର ୬ ଜଣିଆ ଓଡିଶା ଲ' କମିଶନ ଗଠନ କରିଛନ୍ତି । ଯାହାର ଅଧ୍ୟକ୍ଷ ରହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ଏନେଇ ଆଜି ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ଓଡିଶା ଲ' କମିଶନ ଗଠନ କରିଛନ୍ତି । ଓଡିଶା ଲ' କମିଶନରେ ୬ ଜଣ ସଦସ୍ୟ ରହିଛନ୍ତି ।
କିଏ କିଏ ସଦସ୍ୟ?
ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଓଡିଶା ଲ' କମିଶନର ଅଧ୍ୟକ୍ଷ ହୋଇଛନ୍ତି । ଓଡିଶା ସରକାରଙ୍କ ଆଡଭୋକେଟ ଜେନେରାଲ ବା ଏଜି ପିତାମ୍ବର ଆଚାର୍ଯ୍ୟ କମିଟିର ସଦସ୍ୟ ହୋଇଛନ୍ତି । ଆଇନ ବିଭାଗର ପ୍ରମୂଖ ଶାସନ ସଚିବ ଓଡିଶା ଲ' କମିଶନର ସଦସ୍ୟ ରହିବେ । ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର, ସୌର ଚନ୍ଦ୍ର ମହାପାତ୍ର କମିଟିର ସଦସ୍ୟ ହୋଇଛି । ସେହିପରି ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।