ଓଡିଶା

odisha

By ETV Bharat Odisha Team

Published : Jun 29, 2024, 3:24 PM IST

ETV Bharat / state

ବୁର୍ଲା ଡାକ୍ତରଙ୍କୁ ସତର୍କବାଣୀ ଶୁଣାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଏପରି କାମ କଲେ ଯିବ ନୋଟିସ୍‌ - health minister visits sambalpur

Health Minister visits Sambalpur: ସମ୍ବଲପୁର ଗସ୍ତରେ ଆସି ଭୀମସାର ମେଡିକାଲରେ ସମୀକ୍ଷା ବୈଠକ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବୁର୍ଲାରେ ନିଯୁକ୍ତ ଥାଇ ଅନ୍ୟତ୍ର କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ପଟାଯିବା ନେଇ ରଖିଲେ ମତ । ଅଧିକ ପଢନ୍ତୁ

MUKESH MAHALING
MUKESH MAHALING (ETV BHARAT ODISHA)

ସମ୍ବଲପୁର:ସମ୍ବଲପୁର ଗସ୍ତରେ ଆସି ଭୀମସାର ମେଡିକାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପରିଦର୍ଶନ ପରେ ଭୀମସାର ମେଡିକାଲ ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀ ଓ ଡାକ୍ତରଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ବୁର୍ଲା ମେଡିକାଲରେ ଯେଉଁ ସବୁ ସୁବିଧା ରହିଛି ତାହା ସୁବିଧା ଜନକ ଭାବରେ ସମସ୍ତ ଲୋକଙ୍କ ପାଖରେ କିପରି କାର୍ଯ୍ୟକ୍ଷମ ହେବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା କହିଛନ୍ତି ମନ୍ତ୍ରୀ l

MUKESH MAHALING (ETV BHARAT ODISHA)
ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗରେ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବ l ଭୀମସାର ମେଡିକାଲରେ ଏମଆରଆଇ ସେବା ତୁରନ୍ତ କିପରି ଆରମ୍ଭ ହେବ ସେନେଇ ଚେଷ୍ଟା କରାଯିବ l ଯେଉଁ ଡାକ୍ତର ମାନେ ବୁର୍ଲାରେ ନିଯୁକ୍ତ ଥାଇ ମଧ୍ୟ ଅନ୍ୟତ୍ର କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ l ଏହାସହ ଭୀମସାରରେ କେନ୍ଦ୍ର ସରକାରଙ୍କ ଅନୁଦାନରେ ତିଆରି ହୋଇଥିବା ସୁପର ସ୍ପେସାଲିଟି ହସ୍ପିଟାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସରକାରୀ ସ୍ତରରେ ଉଦ୍ୟମ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ l

ଏହା ମଧ୍ୟ ପଢନ୍ତୁ-ମୁନା ଭାଇ MBBS ଫିଲ୍ମ ଦେଖନ୍ତୁ ଡାକ୍ତର: ସ୍ୱାସ୍ଥ୍ୟମନ୍ତ୍ରୀ - Munna Bhai MBBS

ସମୀକ୍ଷା ବୈଠକ କରିବା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭିମସାର ମେଡିକାଲ ପରିଦର୍ଶନ କରି ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ସହ କଥା ହୋଇଥିଲେ l ପ୍ରଥମେ ସେ ଚକ୍ଷୁ ଓ୍ବାର୍ଡ ଯାଇ ମୋତିଆବିନ୍ଦୁ ଅପରେସନ ପାଇଁ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଭେଟିଥିଲେ l ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ମନ୍ତ୍ରୀ l ଏହାସହ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ରୋଗୀଙ୍କୁ ଆଶ୍ବାସନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ l ଅନ୍ୟପଟେ ରାଉରକେଲାରେ ନକଲି ଡାକ୍ତର ବନ୍ଧା ହେବା ଘଟଣାରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି l ଏହି ଘଟଣା ନେଇ ସୁନ୍ଦରଗଡ ଜିଲ୍ଲାପାଳଙ୍କ ସହ ଆଲୋଚନା ହେବାସହ ତଦନ୍ତ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି l ଆଗକୁ ନକଲି ଡାକ୍ତର ଚିହ୍ନଟ ପାଇଁ ଏସଓପି କରାଯିବ l ତାହାସହ ଖଲ୍ଲିଖୋଟ ସିଏଚସିରେ ନିଆଁ ଲାଗିବା ଘଟଣାରେ ମଧ୍ୟ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details