ଓଡିଶା

odisha

ETV Bharat / state

ଓଡ଼ିଶାରେ ଅଛନ୍ତି 30ଟି ମହାବଳ ବାଘ; 5 ମାସରେ ମରିଛନ୍ତି 5 କଲରାପତରିଆ ବାଘ - ODISHA HAS 30 TIGERS

ଓଡ଼ିଶା ଜଙ୍ଗଲରେ ଅଛନ୍ତି 30ଟି ମହାବଳ ବାଘ । 5 ମାସରେ ମରିଛନ୍ତି 5 କଲରାପତରିଆ ବାଘ । ବାଘ ମାରିବା ପାଇଁ ୧୪ ଜଣଙ୍କୁ ଗିରଫ କରାଯାଇଛି ।

Odisha has 30 tigers
Odisha has 30 tigers (ETV Bharat Odisha)

By ETV Bharat Odisha Team

Published : Nov 27, 2024, 6:31 PM IST

ଭୁବନେଶ୍ୱର:ଓଡ଼ିଶାରେ 30ଟି ମହାବଳ ବାଘ ଅଛନ୍ତି । ରାଜ୍ୟର ବିଭିନ୍ନ ବନଖଣ୍ଡରେ ୩୦ଟି ମହାବଳ ବାଘ ଅଛନ୍ତି । ୨୦୨୪ ବାଘ ଗଣନାରୁ ଏହା ଜଣାପଡିଛି।ବିଧାନସଭାରେ ବିଜେପି ବିଧାୟକ ଟଂକଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ମନ୍ତ୍ରୀଙ୍କ ଗଣେଶ ରାମ ସିଂହ ଖୁଣ୍ଟିଆ । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ 27 ଟି ମହାବଳ ବାଘ ଥିବାବେଳେ କେନ୍ଦୁଝର ବନ୍ୟପ୍ରାଣୀ ବନ ଖଣ୍ଡରେ 1 ଟିଏ, ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ 1 ଏବଂ ପାରଳାଖେମୁଣ୍ଡିରେ ଗୋଟିଏ ମହାବଳ ବାଘ ଅଛନ୍ତି ।

5 ମାସରେ ମରିଛନ୍ତି 5 କଲରାପତରିଆ ବାଘ-

"ଗତ 5 ମାସରେ ଓଡିଶା ଜଙ୍ଗଲରେ କଲରାପତରିଆ ବାଘ ମଧ୍ୟ ମରିଛନ୍ତି ୫ଟି । ବାଘ ମାରିବା ପାଇଁ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏପଟେ ହାତୀ ମୃତ୍ୟୁକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ ଗତ 5 ମାସରେ ମରିଛନ୍ତି 40 ହାତୀ । ଏବେ ଜଙ୍ଗଲରେ ହାତୀ ମଣିଷ ଭିତରେ ୫ ମାସ ମଧ୍ୟରେ ଓଡ଼ିଶାରେ ମଲେଣି ୪୦ ହାତୀ । ଏଥିପାଇଁ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଛି," ବୋଲି ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ବିଧାନସଭାରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆଙ୍କ ଉତ୍ତର ।

ଏହା ବି ପଢନ୍ତୁ- ଶୂନ୍ୟକାଳରେ ଗନ୍ଧମାର୍ଦ୍ଦନ ଝଡ଼, ଉପ-ମୁଖ୍ୟମନ୍ତ୍ରୀ କହିଲେ ‘କୌଣସି କମ୍ପାନୀକୁ ଦେବୁନି’

ଏହି ବି ପଢନ୍ତୁ- ବିଧାନସଭାରେ ଉପସ୍ଥାପନ ହେଲା ୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍

୨୦୧୮ରେ ବାହାର ରାଜ୍ୟରୁ ୨ଟି ମହାବଳ ବାଘ ଆସିଥିଲେ । ସେମାନଙ୍କୁ ସାତକୋଶିଆ ବ୍ୟାଘ୍ର ଅରଣ୍ୟରେ ରଖାଯାଇଥିଲା । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାହାରୁ ଆସିଥିବା ଗୋଟିଏ ମହାବଳ ମଧ୍ୟପ୍ରଦେଶକୁ ଫେରାଇ ଦିଆଯାଇଥିଲା । ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ବନଖଣ୍ଡରେ ୬୯୬ଟି କଲରାପତରିଆ ବାଘ ରହିଛନ୍ତି ।

5 ମାସରେ ମରିଛନ୍ତି 5 କଲରାପତରିଆ-

  • 5 ମାସରେ ମରିଛନ୍ତି 5 କଲରାପତରିଆ ବାଘ
  • 5 ମାସ ମଧ୍ୟରେ ଓଡ଼ିଶାରେ ମଲେଣି 40 ହାତୀ
  • ୨୬ ଜଣଙ୍କୁ ଗିରଫ କରାଯାଇଛି
  • ଦୁଇ ଜଣ ଫରେଷ୍ଟଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ଗିରଫ କରାଯାଇଛି
  • ବାଘ ମାରିବା ପାଇଁ ୧୪ ଜଣଙ୍କୁ ଗିରଫ କରାଯାଇଛି

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details