ଭୁବନେଶ୍ବର:ରାଜ୍ୟରେ ପ୍ରଥମ ଥର ପାଇଁ ପୋଲିସ ପ୍ରମୋସନ ପ୍ରକ୍ରିୟାରେ ପରିବର୍ତ୍ତନ । ଡାଇରେକ୍ଟ ବା ସିଧାସଳଖ ଓପିଏସ(OPS) ପାଇଥିବା ଅଫିସରଙ୍କୁ ସିଧାସଳଖ ପ୍ରମୋସନ ଦେଇଛନ୍ତି ମୋହନ ସରକାର । ୪ ଟି ବ୍ୟାଚର ୬୦ ଜଣ ଓପିଏସଙ୍କୁ ଡାଇରେକ୍ଟ ପ୍ରମୋସନ ଦେଇ ଅତିରିକ୍ତ ଏସପି ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ମୋଟ ୮୯ ଜଣ ଉପ ଆରକ୍ଷୀ ଅଧିକାରୀ(DSP)ଙ୍କୁ ଅତିରିକ୍ତ ଏସପି(ASP) ଭାବେ ପ୍ରମୋସନ ମିଳିବା ସହ ବଦଳୀ କରାଯାଇଛି । ୧୧ ଜଣ ଅତିରିକ୍ତ ଏସପିଙ୍କୁ ମଧ୍ୟ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୋଲିସ ଅଫିସରଙ୍କ ପ୍ରୋମୋସନ ଓ ପୋଷ୍ଟିଂ:
ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, 100 ଜଣ ପୋଲିସ ଅଫିସରଙ୍କ ହୋଇଛି ପ୍ରୋମୋସନ ଓ ପୋଷ୍ଟିଂ। 89 ଜଣଙ୍କୁ ଅତିରିକ୍ତ ଏସପି ଭାବେ ପ୍ରମୋସନ ମିଳିଥିବା ବେଳେ 11 ଅତିରିକ୍ତ ଏସପି ଅନ୍ୟ ସ୍ଥନକୁ ବଦଳି କରାଯାଇଛି । ପ୍ରଥମ ଥର ପାଇଁ 60 ଜଣ ଡାଇରେକ୍ଟ OPSଙ୍କୁ ଡାଇରେକ୍ଟ ଅତିରିକ୍ତ ଏସପି ଭାବେ ପ୍ରମୋସନ ଦେଇଛନ୍ତି ରାଜ୍ୟ ସରକାର । ନଜର ପକାନ୍ତୁ କେଉଁ ମାନଙ୍କର ପ୍ରମୋସନ ଓ ପୋଷ୍ଟିଂ ହୋଇଛି ।
Odisha govt promotes and transfers 89 DSPs (ETV BHARAT ODISHA) ଏହା ମଧ୍ୟ ପଢ଼ନ୍ତୁ...ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet
Odisha govt promotes and transfers 89 DSPs (ETV BHARAT ODISHA) କାନ୍ଧରେ ଲାଗିବ ଅଶୋକ ସ୍ତମ୍ଭ:
ପ୍ରମୋସନ ପାଇଥିବା ଅଫିସର ଏବେ ତିନି ତାରକା ଡିଏସପିର ବ୍ୟାଚ ନପିନ୍ଧି ଅଶୋକ ସ୍ତମ୍ଭ କାନ୍ଧରେ ପିନ୍ଧିବେ । ସେମାନେ ଅତିରିକ୍ତ ଏସପି ଭାବେ ଦରମା ସହ ସମସ୍ତ ସୁବିଧା ସୁଯୋଗ ମଧ୍ୟ ପାଇବେ ।
Odisha govt promotes and transfers 89 DSPs (ETV BHARAT ODISHA) ଡାଇରେକ୍ଟ ପ୍ରମୋସନ ପାଇଁ ଆଶଙ୍କା:
ତେବେ ଦିର୍ଘଦିନ ଧରି ପ୍ରମୋସନ ପାଇଁ ଇନିସପେକ୍ଟରରୁ ଓପିଏସ ପ୍ରମୋସନ ପାଇଥିବା ଅଫିସରଙ୍କ ମଧ୍ୟରେ ଆଶଙ୍କା ରହିଥିଲା । ଯଦି ଡାଇରେକ୍ଟ ଡିଏସପି ଭାବେ ନିଯୁକ୍ତ ଅଫିସର ଡାଇରେକ୍ଟ ପ୍ରମୋସନ ପାଇଲେ, ତେବେ ପ୍ରମୋସନ ପାଇଁ ଆସିଥିବା ଓପିଏସ ଅଫିସରଙ୍କୁ ଅତିରିକ୍ତ ଏସପି ଭାବେ ପୋଷ୍ଟିଂରେ ସମସ୍ୟା ଉପୁଜିବ । ଯେଉଁ ଅଫିସର ପ୍ରମୋସନ ପାଇଥିବା ଓପିଏସ ସେମାନେ ପର୍ଯ୍ୟାପ୍ତ ପରିମାଣର ଅତିରକ୍ତ ଏସପି ଭାବେ ପ୍ରମୋସନ ପାଇପାରିବେ ପାଇବେ ନାହିଁ । କିନ୍ତୁ ତାକୁ ୬୦ ପ୍ରତିଶତ ଭାବେ ପ୍ରମୋସନ ଓପିଏସ ଓ ଡାଇରେକ୍ଟ ଓପିଏସ ମାନଙ୍କୁ ୪୦ ପ୍ରତିଶତ ଅଫିସରଙ୍କୁ ଏଭଳି ପ୍ରମୋସନରେ ନିଯୁକ୍ତ କରଯାଇଛି । ଫଳରେ ୟଙ୍ଗ ଅଫିସର ଯେଉଁମାନେ ୨୦୧୬ ପରଠୁ ଡାଇରେକ୍ଟ ଓପିଏସ ପାଇଥିଲେ, ସେମାନଙ୍କ ୪ଟି ବ୍ୟାଚ ଅଫିସର ସିଧାସଳଖ ଅତିରିକ୍ତ ଏସପି ଭାବେ ଏବେ ଦାୟିତ୍ବ ତୁଲାଇବେ।
Odisha govt promotes and transfers 89 DSPs (ETV BHARAT ODISHA) ଇଟିଭି ଭାରତ, ଭୁବନେଶ୍ବର