ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଭେଟି ଦେଲେ ସରକାର । ରାଜ୍ୟ କର୍ମଚାରୀଙ୍କ ଡିଏ(ମହଙ୍ଗା ଭତ୍ତା) ବଢ଼ାଇଲେ ସରକାର । ଆଜି(ଗୁରୁବାର) ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀମାନଙ୍କର ଡିଏ ଏବଂ ଟିଆଇ ବୃଦ୍ଧି ଘୋଷଣା କରାଯାଇଛି । 4 ପ୍ରତିଶତ ଡିଏ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 46ରୁ 50 ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ଗତ ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ ହେବ । ଏହାର ଫାଇଦା ଉଭୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀ ପାଇବେ ।
46ରୁ 50 ପ୍ରତିଶତକୁ ବୃଦ୍ଧି:ମହଙ୍ଗା ଭତ୍ତା ବୃଦ୍ଧି ହୋଇ 46ରୁ 50 ପ୍ରତିଶତ ହୋଇଯାଇଛି । 4 ଲକ୍ଷ 5 ହଜାର ରାଜ୍ୟ ସରକାରୀ କର୍ମଚାରୀ ଏଥିରେ ଉପକୃତ ହେବେ । ଏହା ସହିତ 3 ଲକ୍ଷ 50 ହଜାର ପେନସନଭୋଗୀ ବର୍ଦ୍ଧିତ ମହଙ୍ଗା ଭତ୍ତାରୁ ଉପକୃତ ହେବେ । ଜାନୁଆରୀ 1ରୁ ପିଛିଲା ଭାବେ ଡିଏ ବା ମହଙ୍ଗା ଭତ୍ତା ଲାଗୁ ହେବ । ନିର୍ବାଚନ ପୂର୍ବରୁ ସବୁ ବର୍ଗର ଲୋକଙ୍କୁ ନବୀନ ପଟ୍ଟନାୟକ ଖୁସି କରାଯାଉଥିବା ବେଳେ ଆଜି ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହି ବଡ ଉପହାର ଆକାରରେ ମହାଙ୍କା ଭତ୍ତା ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ: ସରକାରୀ କର୍ମଚାରୀଙ୍କୁ ରଜ ଭେଟି; ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା