ଓଡିଶା

odisha

ETV Bharat / state

ମଣିଷ ନୁହେଁ ମେସିନ କରୁଛି ଫିଟନେସ ଯାଞ୍ଚ, ଏଇଠି ଅଛି ରାଜ୍ୟର ପ୍ରଥମ ATS - AUTOMATED VEHICLE TESTING STATION

ମୋଟର ଯାନ ଫିଟନେସ ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବ ଅଟୋମେଟିକ ଟେଷ୍ଟିଂ ସେଣ୍ଟର ।

automated vehicle testing station
automated vehicle testing station (ETV Bharat Odisha)

By ETV Bharat Odisha Team

Published : Jan 31, 2025, 6:07 PM IST

କଟକ:ଗାଡ଼ିର ଫିଟନେସ ଯାଞ୍ଚ କରୁଛି ମେସିନ । ରାଜ୍ୟର ପ୍ରଥମ ଅଟୋମେଟିକ ଟେଷ୍ଟିଂ ସେଣ୍ଟରକୁ ମିଳିଲା ଅନୁମତି । ମୋଟର ଯାନ ଫିଟନେସ ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଫିଟନେସ ଯାଞ୍ଚ ତ୍ରୁଟି ଶୂନ୍ୟ କରିବାକୁ ରାଜ୍ୟ ସରକାର "ଏଟିଏସ" ବା ଅଟୋମେଟିକ ଟେଷ୍ଟିଂ ସେଣ୍ଟର ଭଳି ଗୁରୁତ୍ବପୂର୍ଣ୍ଣ ଏକ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଅଧିକାରୀଙ୍କ ଜରିଆରେ ନୁହେଁ ବରଂ ବୈଷୟିକ ଜ୍ଞାନକୌଶଳ ଜରିଆରେ ହେଉଛି ଗାଡ଼ିର ଫିଟନେସ ଯାଞ୍ଚ । କଟକ ଆରଟିଓ ଅଧୀନରେ ନରାଜଠାରେ ଥିବା ଏହି ସେଣ୍ଟରରେ ଗତକାଲି ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନଥିବା ଗାଡ଼ିଗୁଡ଼ିକ ସ୍ବୟଂକ୍ରିୟ ପଦ୍ଧତିରେ ବାଦ୍ ପଡ଼ିବେ । ଯାହାଫଳରେ ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ବୋଲି ଏସଟିଏ ପକ୍ଷରୁ କୁହାଯାଇଛି ।

ମେସିନ କରିବ ଗାଡ଼ିର ଫିଟନେସ ଯାଞ୍ଚ:

automated vehicle testing station (ETV Bharat Odisha)

ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ବା 'ଏଟିଏସ' । ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନଥିବା ଗାଡ଼ି ଗୁଡ଼ିକ ଏଣିକି ବାଦ୍ ପଡ଼ିବେ । କାରଣ ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ କିମ୍ବା ନବୀକରଣ ଅଧିକାରୀଙ୍କ ମୂଲ୍ୟାୟନ ବା ମାନ୍ୟୁଆଲ ଆଧାରରେ ହେଉଥିଲା । ହେଲେ ଆଜିଠାରୁ ତାହା ଅଟୋମେଟିକ ବ୍ୟବସ୍ଥାରେ ହେବା ଆରମ୍ଭ ହୋଇଛି । "ଏଟିଏସ" ବା ଅଟୋମେଟିକ ଟେଷ୍ଟିଂ ସେଣ୍ଟର ଜରିଆରେ ଗାଡ଼ି ଗୁଡ଼ିକର ଆରପିଏମଠାରୁ ଆରମ୍ଭ କରି ସ୍ପିଡ୍, ପ୍ରଦ୍ୟୁଷଣ, ହୁଇଲ ଆଲଇନମେଣ୍ଟ, ସସପେନ୍ସନ, ହେଡ ଲାଇଟ ପୋଜିସନ, ବ୍ରେକିଂ ସିଷ୍ଟମ, ଷ୍ଟିୟରିଂର ଫ୍ରି ପ୍ଲେ ଭଳି ୧୨ ପ୍ରକାରର ଜାଞ୍ଚ ୪ଟି ପର୍ଯ୍ୟାୟରେ କରାଯାଉଛି । ପୂର୍ବରୁ ଏହି ସେଣ୍ଟରରେ ଫିଟନେସ ଯାଞ୍ଚର ଅଧା କାର୍ଯ୍ୟ ମେସିନ ଦ୍ବାରା ଓ ଅଧା କାର୍ଯ୍ୟ ଜଣେ ଏମଭିଆଇ ଅଧିକାରୀଙ୍କ ଦ୍ବାରା କରାଯାଉଥିଲା । କିନ୍ତୁ ଏହି "ଏଟିଏସ" ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଗାଡିର ଯାଞ୍ଚ ସମ୍ପୂର୍ଣ୍ଣ ମେସିନ କରିବ ।

automated vehicle testing station (ETV Bharat Odisha)

ଗାଡ଼ିର ଫିଟନେସ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ:

ସଡ଼କ ସୁରକ୍ଷା କ୍ଷେତ୍ରରେ ଗାଡି ଗୁଡ଼ିକର ସ୍ଥିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର ସେଥିପାଇଁ ମୋଟର ଯାନ ନିୟମାବଳୀ ମଧ୍ୟ ରହିଛି । ମୋଟର ଯାନ ଫିଟନେସ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ 'ଏଟିଏସ' ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । "ଏଟିଏସ" ବା ଅଟୋମେଟିକ ଟେଷ୍ଟିଂ ସେଣ୍ଟର ସ୍ଥାପନ କରିବାରେ ଓଡ଼ିଶା ଦେଶର ଚତୁର୍ଥ ରାଜ୍ୟ ପାଲଟିଥିବାବେଳେ ସମ୍ପୂର୍ଣ୍ଣ ସରକାରୀ ଅର୍ଥରେ ଏହି ବ୍ୟବସ୍ଥା ଲାଗୁ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ପାଇଛି ।

automated vehicle testing station (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ମାରାଥନରେ ସଡକ ସୁରକ୍ଷା ବାର୍ତ୍ତା, ଜିଲ୍ଲାପାଳ ଓ ଏସପିଙ୍କ ସହ ଦୌଡ଼ିଲା ବାଲେଶ୍ୱର - ROAD SAFETY AWARENESS

ଏହା ମଧ୍ୟ ପଢନ୍ତୁ...ବିକଟାଳ ସାଉଣ୍ଡ କରି ଚଳାଇ ପାରିବେନି ଗାଡ଼ି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନମୋଡରେ ପୋଲିସ - TWO WHEELER MODIFICATIONS

ଏହା ମଧ୍ୟ ପଢନ୍ତୁ...ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ - NATIONAL ROAD SAFETY WEEK

'ସମ୍ପୂର୍ଣ୍ଣ ମେସିନ ମଧ୍ୟମରେ ଗାଡ଼ିର ଫିଟନେସ ଯାଞ୍ଚ ହେବ':

ଏନେଇ କଟକ ଆରଟିଓ ବିରଞ୍ଚି ଅଧିକାରୀ କହିଛନ୍ତି," ଏହାକୁ ଅଟୋମେଟିକ ଟେଷ୍ଟିଂ ସେଣ୍ଟର କୁହାଯାଏ । ଏହାକୁ ପୂର୍ବରୁ ଆମେ ଆଧୁନିକ କରଣ କରିଥିଲୁ । ଯାହା ୫୦ ପ୍ରତିଶତ ଅଟୋମେଟିକ ହୋଇଥିଲା । ହେଲେ ଗତକାଲି ସରକାରଙ୍କ ଅନୁମତି ମିଳିବା ପରେ ଆଜି ଠାରୁ ରାଜ୍ୟର ପ୍ରଥମ ଅଟୋମେଟିକ ଟେଷ୍ଟିଂ ସେଣ୍ଟର ଭାବେ କାର୍ଯ୍ୟକାରୀ ହୋଇଛି । ୪ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ମେସିନ ମଧ୍ୟମରେ ଗାଡ଼ିର ଫିଟନେସ ଯାଞ୍ଚ ହେବ ।"

'ଆହୁରି ୨୧ ଟି ଏଟିଏସ ସ୍ଥାପନ ପାଇଁ ଲକ୍ଷ୍ୟ' :

"ଖୁବଶୀଘ୍ର ରାଜ୍ୟରେ ଆହୁରି ୨୧ ଟି ଏଟିଏସ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛି ପରିବହନ ବିଭାଗ । ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଗାଡ଼ି ଗୁଡ଼ିକର ଯାଞ୍ଚ କାର୍ଯ୍ୟ ସଠିକ ଏବଂ ଶୀଘ୍ର ହେବ । ଫଳସ୍ବରୂପ ଗାଡ଼ିର ଯାଞ୍ଚ ସମୟରେ କୌଣସି ତ୍ରୁଟି ସନ୍ଦେହ ରହିବ ନାହିଁ" ବୋଲି କଟକ ଆରଟିଓ କହିଥିଲେ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଗାଡ଼ି ମାଲିକ ।

ଇଟିଭି ଭାରତ,କଟକ

ABOUT THE AUTHOR

...view details