ଓଡିଶା

odisha

ETV Bharat / state

କ୍ରାଇମବ୍ରାଞ୍ଚ କବଜାରେ ବଡ଼ ସାଇବର ଠକେଇ, ୨୪ ଗିରଫ, JSW ଅଧିକାରୀ ହୋଇଥିଲେ ଶୀକାର - CYBER FRAUD

ଓଡ଼ିଶା କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା । ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨୪ ଜଣ ଅନ୍ତଃରାଜ୍ୟ ସାଇବର ଠକ ଗିରଫ । ଫସିଗଲେ ଜେଏସଡବ୍ଲ୍ୟୁ JSW ବରିଷ୍ଠ ଅଧିକାରୀ ।

INTERSTATE CYBER FRAUD ARRESTED
INTERSTATE CYBER FRAUD ARRESTED (ETV Bharat Odisha)

By ETV Bharat Odisha Team

Published : Oct 30, 2024, 5:10 PM IST

କଟକ:ଅତ୍ୟଧିକ ଲୋଭ ହେଲା କାଳ । ଲୋଭ କରି ସାଇବର ଅପରାଧୀଙ୍କ ଜାଲରେ ଫସିଗଲେ ଜେଏସଡବ୍ଲ୍ୟୁର (JSW) ବରିଷ୍ଠ ଅଧିକାରୀ । ଲକ୍ଷେ କି ଦୁଇ ଲକ୍ଷ ଟଙ୍କା ନୁହେଁ ବରଂ ୬ କୋଟି ୨୮ ଲକ୍ଷ ଟଙ୍କା ହରାଇଲେ କୁନ୍ତଳ ମଜୁମଦାର । ଏହି ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ୨୪ ଜଣିଆ ଅନ୍ତରାଜ୍ୟ ସାଇବର ଠକ ଗ୍ୟାଙ୍ଗକୁ ଗିରଫ କରିଛି । ଏହି ଘଟଣାରେ ବିଦେଶୀ ଲିଙ୍କ୍ ଥିବାନେଇ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ ।


ଲୋଭ କରି ଫସିଗଲେ କୁନ୍ତଳା !
ଆପଣ ସେୟାର ମାର୍କେଟରେ ଟଙ୍କା ନିବେଶ କରୁଛନ୍ତି କି ! ହୋଇ ଯାଆନ୍ତୁ ସାବଧାନ ! ନଚେତ କୁନ୍ତଳ ମଜୁମଦରଙ୍କ ଭଳି ହୋଇପାରନ୍ତି ସାଇବର ଠକେଇର ଶିକାର । ଅଳ୍ପ ନିବେଶ କରି କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବା ମହଙ୍ଗା ପଡିଲା କୁନ୍ତଳଙ୍କୁ । ସେୟାର ମାର୍କେଟରେ ପୁଞ୍ଜି ନିବେଶ କରିବା ନିଶା ଥିଲା କୁନ୍ତଳଙ୍କୁ । ଆଉ ପ୍ରତ୍ୟକ ଦିନ ସେ ଅନଲାଇନରେ ସେୟାର ମାର୍କେଟ ସମ୍ପର୍କୀୟ ଖବର ଦେଖନ୍ତି । ସାଇବର ଠକମାନେ ମଧ୍ୟ ଏଭଳି ଗତିବିଧି ଲକ୍ଷ୍ୟ କରି କୁନ୍ତଳଙ୍କୁ ନିଜ ଜାଲରେ ଫସାଇ ବାକୁ ଜାଲ ବିଛାଇ ଥିଲେ । ବିଶେଷକରି ଅଜଣା ହ୍ବାଟସଅପ (WhatsApp) ମାଧ୍ୟମରେ କୁନ୍ତଳଙ୍କୁ କବଳିତ କରିଥିଲେ ସାଇବର ଠକ । ଜୁଲାଇ ମାସରେ ତାଙ୍କୁ ଗ୍ରୁପରେ ଆଡ୍ କରାଯାଇଥିଲା । ଏହା ପରେ ସେୟାର ମାର୍କେଟ ସମ୍ପର୍କିତ ଅନେକ ଆକର୍ଷଣୀୟ ଆଉ ଲୋଭନୀୟ ଅଫର ଦେଇ କୁନ୍ତଳଙ୍କୁ ନିଜ ଆୟତ୍ତକୁ ନେଇଥିଲେ । ପ୍ରତ୍ୟକ ଦିନ ଦୁଇ ଥର ଲେଖାଏଁ ବାର୍ତ୍ତାଳାପ କରି କୁନ୍ତଳଙ୍କୁ ପ୍ରଲୋଭିତ କରୁଥିଲେ । ଏହି କ୍ରମରେ ଗତ ଅକ୍ଟୋବର ମାସରେ ଟଙ୍କା ନିବେଶ କରିଥିଲେ କୁନ୍ତଳ ।

INTERSTATE CYBER FRAUD ARRESTED (ETV Bharat Odisha)

୪ କୋଟି ଟଙ୍କା ନିବେଶ କଲେ, ୭ ଦିନରେ ୨୩ କୋଟି !
ପ୍ରଥମେ ୫୦ ହଜାର ଟଙ୍କା ନିବେଶ କରିଥିଲେ କୁନ୍ତଳ । ଦୁଇ ଦିନରେ ଏହି ଟଙ୍କା ୪ ଗୁଣ ହୋଇ ୨ ଲକ୍ଷ ଟଙ୍କା ହୋଇଯାଇଥିଲା । ଯାହାକୁ ନେଇ କୁନ୍ତଳ ସହଜରେ ବିଶ୍ୱାସ କରିଥିଲେ । ତାଙ୍କୁ ପ୍ରଲୋଭିତ କରିବା ପାଇଁ ସାଇବର ଠକ ମାନେ ବିଭିନ୍ନ ପ୍ରଜାର ଆକର୍ଷଣୀୟ ଅଫର ଦେଇଥିଲେ । ଏପରିକି ୪୯ ଟଙ୍କା ମୂଲ୍ୟର ସେୟାରକୁ ଡିସକାଉଣ୍ଟରେ ୧୯ ଟଙ୍କାରେ ଉପଲବଧ ହେଉଥିବା କହି ଆହୁରି ପ୍ରଲୋଭିତ କରିଥିଲେ । ଏଥିରେ ସେ ଆହୁରି ପ୍ରଭାଭିତ ହୋଇ ପ୍ରାୟ ୪ କୋଟି ଟଙ୍କାର ସେୟାର କିଣିଥିଲେ । ଏହି ୪ କୋଟି ମାତ୍ର ୭ ଦିନରେ ୨୩ କୋଟି ହୋଇଥିଲା । ନିଜର ସେୟାର ଏତେ ବଢି ଯାଇଥିବାରୁ କୁନ୍ତଳା ଏହାକୁ ଉଠାଇବାକୁ ଚାହିଁ ଥିଲେ । ମାତ୍ର ସାଇବର ଠକମାନେ ତାଙ୍କୁ ଆହୁରି ଫସାଇ ଥିଲେ । ଗ୍ରୁପ ଆଡ଼ମିନ କହିଥିଲେ କି ଏହି ଟଙ୍କା ଉଠାଇବାକୁ ପାଇଁ ୧ କୋଟି ଟଙ୍କା ନିବେଶ କରିବାକୁ ହେବ । ଏତେ ଟଙ୍କା ଦେଖି କୁନ୍ତଳଙ୍କୁ ଲୋଭ ହୋଇଥିଲା । ୧ କୋଟି ଟଙ୍କା ଯୋଗାଡ କରି ପୁନର୍ବାର ନିବେଶ କରିଥିଲେ । ମାତ୍ର ଟଙ୍କା ଉଠାଇବାକୁ କହିବାରୁ ସାଇବର ଠକମାନେ ତାଙ୍କୁ ଗ୍ରୁପରୁ କାଢି ଦେଇଥିଲେ । ଏଭଳି ଠକେଇର ଶିକାର ହେବା ପରେ କୁନ୍ତଳା କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ ।

INTERSTATE CYBER FRAUD ARRESTED (ETV Bharat Odisha)

ସାଇବର ଥାନାରେ କ'ଣ ଅଭିଯୋଗ କରିଥିଲେ କୁନ୍ତଳ !
ଗତ ଅଗଷ୍ଟ 24 ତାରିଖରେ ସାଇବର ଅପରାଧ ହୋଇଥିବା ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ସାଇବର ଥାନା (କ୍ରାଇମବ୍ରାଞ୍ଚ)କଟକ ଠାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ମୁତାବକ, କୁନ୍ତଳ ଗତ ଜୁଲାଇ-2024ରେ ଗୋଟେ WhatsApp Group ‘KOTAK INVESTMENT CLUB’ ଗ୍ରୁପ୍‌ର ଆଡମିନିଷ୍ଟ୍ରେଟର (617-2594164) ମେମ୍ବର ଭାବରେ ଆଡ କରାଯାଇଥିଲା । ଗ୍ରୁପ୍ ଆଡମିନି ସେହି ଗ୍ରୁପରେ ପୁଞ୍ଜି ନିବେଶ ବାବଦରେ ପ୍ରବର୍ତ୍ତାଇବାରୁ ଅଭିଯୋଗକାରୀ WhatsApp Group ଏକ ପ୍ରକୃତ investment group ବୋଲି ବିଶ୍ବାସ କରିଥିଲେ । ଗ୍ରୁପ ଆଡମିନ କହିବା ଅନୁସାରେ ମୋଟ 25,40,000 ଅଂଶଧନ କ୍ରୟ କରି ସେ ବାବଦକୁ 6.28 କୋଟି ବିନିଯୋଗ କରିଥିଲେ । ନିବେଶ ପରେ ତୁରନ୍ତ ସେୟାରର ମୂଳ ମୂଲ୍ୟ ହଠାତ୍ ୧୧୦/- ଟଙ୍କାକୁ ବୃଦ୍ଧି ପାଇ ନିଜ ନିବେଶର ଫଣ୍ଡ ଭ୍ୟାଲୁ 25 କୋଟିରେ ପହଞ୍ଚିବାରୁ, କୁନ୍ତଳ ତାଙ୍କର ଟଙ୍କା ଉଠାଇବାକୁ ଗ୍ରୁପ୍ ଆଡମିନିଙ୍କୁ କହିଥିଲେ । ଅଗଷ୍ଟ ୧ ତାରିଖରୁ ଅଗଷ୍ଟ ୭ ତାରିଖ ମଧ୍ୟରେ ଏଥିସହ ଗ୍ରୁପ୍ ଆଡମିନି ୨୩ କୋଟି ଟଙ୍କା ଉଠାଇବାକୁ ଅନୁମତି ବି ଦେଇଥିଲେ । 21. 08. 2024 ତାରିଖରେ ଯେତେବେଳେ ସେ ତାଙ୍କ ଟଙ୍କା ଉଠାଇବାକୁ ଚେଷ୍ଟା କଲେ ସେହି ସମୟରେ ତାଙ୍କୁ ଗ୍ରୁପ୍ ହଟାଇ ଦିଆଗଲା ଏବଂ କାରବାର ପାଇଁ ବ୍ୟବହୃତ ଆପ୍ ନିଷ୍କ୍ରିୟ ହୋଇଗଲା ।

INTERSTATE CYBER FRAUD ARRESTED (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ସିମ୍ ବକ୍ସ ପରେ ଫେକ୍ କଲ ସେଣ୍ଟର, ରାଜଧାନୀରେ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ

ଏହା ମଧ୍ୟ ପଢନ୍ତୁ ...ଏଇ ଭୁଲ ପାଇଁ ଶିକ୍ଷକ ହରାଇଲେ ଅଢେଇ କୋଟି... - Digital Arrest

ଏହା ମଧ୍ୟ ପଢନ୍ତୁ ...ସାଇବର ଠକେଇରୁ ବଞ୍ଚିବା ପାଇଁ ସ୍ମାର୍ଟଫୋନରେ କରନ୍ତୁ ଏହି ସେଟିଂ; ହ୍ୟାକର୍ସ ହୋଇଯିବେ ତାଜୁବ - How to stay safe from cyber attack


ଓଡିଶା କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା :

INTERSTATE CYBER FRAUD ARRESTED (ETV Bharat Odisha)

ଏହି ମାମଲାରେ 100ରୁ ଉର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟ ଠାବ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ତାମିଲନାଡୁ, ଗୁଜୁରାଟ ଓ ରାଜସ୍ଥାନରୁ ଠକମାନଙ୍କୁ ଧରିବାରେ ସଫଳ ହୋଇଛି ବିଭାଗ । ଏଥିସହ 60 ଲକ୍ଷ ଟଙ୍କା ଫ୍ରିଜ କରାଯିବା ସହ ବିଦେଶ ଲିଙ୍କ୍ ଥିବାର ପ୍ରମାଣ ମିଳିଛି ବୋଲିକ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର। କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ, ଏହି ଘଟଣାର ତଦନ୍ତ କରି ଜାଣିବାକୁ ପାଇଲେ ଯେ ଅଭିଯୋଗକାରୀ ମୁଖ୍ୟତଃ 100ରୁ ଅଧିକ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ମୋଟ ୬.୮ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ ।

ତାମିଲନାଡୁ, ଗୁଜୁରାଟ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ମୋଟ ୨୪ ଅଭିଯୁକ୍ତଙ୍କୁ ସଫଳତାର ସହ ଚିହ୍ନଟ କରିବା ସହ ଆଜି ସୁଦ୍ଧା ତାମିଲନାଡୁର ୦୯ ଅଭିଯୁକ୍ତ, ଗୁଜୁରାଟର ୦୮ ଓ ରାଜସ୍ଥାନରୁ ୦୭ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନଙ୍କଠାରୁ ବ୍ୟବହୃତ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଆଦି ଜବତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details