ଓଡିଶା

odisha

ETV Bharat / state

ଜନତା ଦରବାରରେ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ, ଆଗକୁ RDC ସ୍ତରରେ ହେବ ଅଭିଯୋଗ ଶୁଣାଣି - CM Grievance Cell At RDC Level

CM Grievance Cell At RDC Level: ହଜାର ହଜାର ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ । ସମସ୍ୟାର ସମାଧାନ ପାଇଁ କେଉଁ ପଦକ୍ଷେପ ନିଆଯିବ ଜାଣନ୍ତୁ ।

CM Grievance Cell At RDC Level
CM Grievance Cell At RDC Level (ETV Bharat Odisha)

By ETV Bharat Odisha Team

Published : Jul 15, 2024, 6:09 PM IST

ଭୁବନେଶ୍ବର: ଆଜି ଅଭିଯୋଗ ଶୁଣାଣିର ଦ୍ଵିତୀୟ ଦିନ । ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଉପସ୍ଥିତ ଥିଲେ ୬ ଜଣ ମନ୍ତ୍ରୀ । ଜଣଙ୍କ ପରେ ଜଣଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସମୁଦାୟ ୧୭ ଶହ ଅଭିଯୋଗକାରୀ ଆସିଥିଲେ । ହଜାରରୁ ଊର୍ଦ୍ଧ୍ବ ଅଭିଯୋଗକାରୀଙ୍କ ସମସ୍ୟା ଆମେ ଉପସ୍ଥିତ ରହି ଶୁଣିଛୁ l ଖୁବଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସବୁ ସମସ୍ୟା ଦୀର୍ଘଦିନ ଧରି ରହିଛି ଓ ପୂର୍ବ ସରକାର ତାକୁ ନେଇ ଆଲୋଚନା କରିନାହାନ୍ତି ସେସବୁ ଆଲୋଚନା କରାଯାଇଛି । ୫ ଜଣ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ । ଯେହେତୁ ଦୀର୍ଘ ସମୟ ଧରି ପୂର୍ବ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଉନଥିଲେ ତେଣୁ ଅନେକ ଲୋକ ସମସ୍ୟା ଘେରରେ ରହିଛନ୍ତି । ବର୍ତ୍ତମାନ ସେସବୁର ସମାଧାନ ହେବ ।"

CM Grievance Cell At RDC Level (ETV Bharat Odisha)

ସେ ଆହୁରି କହିଛନ୍ତି, "ପୂର୍ବ ସରକାରରେ କେବଳ ସଚିବ ହିଁ ଦୁଃଖ ଶୁଣୁଥିଲେ । ଏହି ସରକାରରେ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି l ଯେହେତୁ ଲୋକଙ୍କ ଶାସନ, ତେଣୁ ମୋର ଦାୟିତ୍ଵ ଲୋକଙ୍କ ସହ ସିଧାସଳଖ ଭେଟିବା । ଏଠାରେ ଲୋକମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରୁଛନ୍ତି । କିଛି ଲୋକ ଅବଶୋଷ ଓ ଅଭିଯୋଗ କରୁଛନ୍ତି ଯେ ମୋତେ ଭେଟି ପାରିନାହାନ୍ତି । ସେପରି କିଛି ସମସ୍ୟା ନାହିଁ । ମୋତେ ଭେଟିଲା ପରେ ମୁଁ ସଚିବ କିମ୍ୱା ବିଭାଗୀୟ ମନ୍ତ୍ରୀମାନଙ୍କ ପାଖକୁ ପଠାଉଛି । ଏହି ବ୍ୟବସ୍ଥାକୁ ବ୍ୟାପକ କରିବା ପାଇଁ ଆମେ ଯୋଜନା କରୁଛୁ ।"

ଏହା ବି ପଢନ୍ତୁ...ASOଙ୍କୁ ମାଡ଼ ଘଟଣା: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ନ୍ୟାୟ ପ୍ରତିଶ୍ରୁତି ଦେଲେ ରାଜ୍ୟପାଳ - ASO Assault Case

"ଲୋକମାନେ କିପରି ଏଠାକୁ ନଆସି ଜିଲ୍ଲା ସ୍ତରରେ ସମାଧାନ ହୋଇପାରିବ ତାକୁ ନେଇ ନୂତନ ଯୋଜନା କରାଯାଉଛି । ଆଗକୁ RDC ସ୍ତରରେ ଅଭିଯୋଗ ଶୁଣାଣିର ବ୍ୟବସ୍ଥା ହେବ । ଆବଶ୍ୟକ ପଡ଼ିଲେ ମୁଁ ମଧ୍ୟ ନିଜେ ଅଭିଯୋଗ ଶୁଣିବା ପାଇଁ ଆରଡିସି ସ୍ତରକୁ ଯିବି" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଅଭିଯୋଗକାରୀମାନେ ମଧ୍ୟ ସମସ୍ୟାର ସମାଧାନ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ତେବେ ଲୋକଙ୍କ ସମସ୍ୟା ଶୁଣିବା ଉପରେ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ରାଜଧାନୀରେ ନୁହେଁ ରାଜଧାନୀ ବାହାରେ ମଧ୍ୟ ଅଭିଯୋଗ ଶୁଣାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details