ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା; ଅମାନିଆ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ACSଙ୍କ ଚିଠି - LETTER AGAINST GOVERNMENT OFFICIALS

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣିରେ ଆବେଦନ ହୋଇଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ।

LETTER AGAINST GOVERNMENT OFFICIALS
LETTER AGAINST GOVERNMENT OFFICIALS (Etv Bharat)

By ETV Bharat Odisha Team

Published : Feb 6, 2025, 3:26 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ଅଧିକାରୀଙ୍କ ଉପରେ ପଡିବ ଛାଟ । ଅମାନିଆ ଅଧିକାରୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏଥି ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ । ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସମସ୍ତ ବିଭାଗର କମିଶନର ତଥା ଶାସନ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ସେ ଚିଠି ଲେଖିଛନ୍ତି ।

ଚିଠିରେ କଣ ଉଲ୍ଲେଖ କରିଛନ୍ତି ନିକୁଞ୍ଜ ବିହାରୀ ଧଳ:

ଚିଠିରେ ଦର୍ଶାଇଛି ଯେ, ଜନ ଶୁଣାଣି ହେଉଛି ଓଡିଶା ସରକାରଙ୍କ ସର୍ବୋତ୍ତମ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଅନ୍ୟତମ । ଯାହା ନାଗରିକଙ୍କୁ ଯେକୌଣସି ସ୍ଥାନରୁ ଏବଂ ଯେକୌଣସି ସମୟରେ ଉଚ୍ଚପଦସ୍ଥ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ସେମାନଙ୍କ ଅଭିଯୋଗ ଦାଖଲ କରିବାକୁ ଏକ ମଞ୍ଚ ପ୍ରଦାନ କରିଥାଏ । ଅନେକ ଅଭିଯୋଗ ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ତ୍ବରିତ ପଦକ୍ଷେପ ନେବାରେ ବିଳମ୍ବିତ ହେଉଛି । ଅଭିଯୋଗ ଗୁଡିକର ସ୍ଥିତି ସମୀକ୍ଷା କରିବା ସମୟରେ ଏହା ନଜରକୁ ଆସୁଛି । ଫଳରେ ଅଭିଯୋଗକାରୀ ସମାନ ଅଭିଯୋଗ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ତେଣୁ ଅଭିଯୋଗ ଗୁଡିକର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ପଡିବ । ଯେଉଁ ଅଧିକାରୀ ଜାଣିଶୁଣି ଅଭିଯୋଗ ସମାଧାନରେ ଅବହେଳା କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଓଡିଶା ବେସାମରିକ ସେବା ବା ବର୍ଗୀକରଣ, ନିୟନ୍ତ୍ରଣ ଏବଂ ଆବେଦନ ନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

letter against government officials (ETV BHARAT ODISHA)

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି । ଲୋକଙ୍କ ଅଭିଯୋଗ ଶୁଣିବା ଓ ଏହାକୁ ତ୍ୱରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାର ଗଠନ ସମୟରୁ ଏହି ଆଭିମୁଖ୍ୟ ପୋଷଣ କରୁଛନ୍ତି ମୋହନ ସରକାର । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ଅଭିଯୋଗ ଶୁଣିବା ସହ ପଦକ୍ଷେପ ନେବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ କିଛି ଅଧିକାରୀ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ନଜରକୁ ଆସିଛି । ଯାହାକୁ ନେଇ କଠୋର ହୋଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

LETTER AGAINST GOVERNMENT OFFICIALS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବୋଲ ମାନୁ ନାହାନ୍ତି ବାବୁ ! ତାଗିଦ ପରେ ଯାଉନାହାଁନ୍ତି ଜିଲ୍ଲା, ସାନି ନିର୍ଦ୍ଦେଶକୁ ବିରୋଧୀଙ୍କ ସମାଲୋଚନା - OFFICERS FOR DISTRICT VISITS

ଏହା ମଧ୍ୟ ପଢନ୍ତୁ-ଷୋଡ଼ଶ ଅର୍ଥ କମିଶନ ଓ ରାଜ୍ୟ ସରକାରଙ୍କ ବୈଠକ - FINANCE COMMISSION MEETING

ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ:

LETTER AGAINST GOVERNMENT OFFICIALS (ETV BHARAT ODISHA)

ଗତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରୁ ସପ୍ତମ ପାଳି ସୁଦ୍ଧା ୮୧ ପ୍ରତିଶତ କେସ ସମାଧାନ ହୋଇଛି । ଗତ ୭ଟି ପାଳି ସୁଦ୍ଧା ସମୁଦାୟ ୮୦୩୧ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି । ତନମଧ୍ୟରୁ ୬୫୪୫ଟି ଅଭିଯୋଗର ସମାଧାନ କରାଯାଇଛି । ପ୍ରଥମ ପାଳିରେ ୯୦ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ଦ୍ୱିତୀୟ ପାଳିରେ ୮୮ ପ୍ରତିଶତ, ତୃତୀୟରେ ୮୬ ପ୍ରତିଶତ, ଚତୁର୍ଥରେ ୮୪ ପ୍ରତିଶତ, ପଞ୍ଚମରେ ୮୩ ପ୍ରତିଶତ, ଷଷ୍ଠରେ ୫୪ ପ୍ରତିଶତ ଏବଂ ସପ୍ତମରେ ୪୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ।

ମୁଖ୍ୟମନ୍ତ୍ରୀ ଓ ସହଯୋଗୀ ମନ୍ତ୍ରୀମଣ୍ଡଳର ସଦସ୍ୟ ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି । ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଗତ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବା ସହ ଅଭିଯୋଗ ସ୍ଥିତି ସମୀକ୍ଷା କରିଥିଲେ । କିନ୍ତୁ ଅନେକ ଅଭିଯୋଗ ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ତ୍ବରିତ ପଦକ୍ଷେପ ନେବାରେ ବିଳମ୍ବିତ ହେଉଛି । କିଛି ଅଧିକାରୀ ଜାଣିଶୁଣି ଅଭିଯୋଗ ସମାଧାନରେ ଅବହେଳା କରୁଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳ ସଦସ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୟୁରଭଞ୍ଜ ଜିଲ୍ଲାରେ ଅଭିଯୋଗ ଶୁଣାଣୀ ସମୟରେ ଦେଇଥିବା ନିର୍ଦ୍ଦେଶର ଅବହେଳା କରାଯାଇଥିଲା । ଏନେଇ ବିରକ୍ତ ଭାବ ପ୍ରକାଶ କରିଥିଲେ ମନ୍ତ୍ରୀ ।

ଲୋକେ ସରକାରଙ୍କ ପାଖକୁ ଯେଉଁ ଆଶା ଭରସା ନେଇ ଲୋକେ ଆସୁଛନ୍ତି, ଆମେ ସେମାନଙ୍କୁ ନିରାଶ କରିବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତଙ୍କ ଅଭିଯୋଗ ଓ ସମସ୍ୟାକୁ ଗୁରୁତ୍ୱଦେଇ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ, ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସନ୍ତୁ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମେ ଅଭିଯୋଗ ଜଣାନ୍ତୁ । ସେଠାରେ ମଧ୍ୟ ଅଭିଯୋଗର ସମାଧାନ କରାଯାଉଛି । ଜଟିଳ ସମସ୍ୟା ହେଲେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହେଲେ ସମସ୍ୟା ଜିଲ୍ଲା ସ୍ତରରେ ସମାଧାନ ହେଉନଥିବାରୁ ଲୋକେ ଭୁବନେଶ୍ୱର ଆସୁଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details