ଓଡିଶା

odisha

ETV Bharat / state

ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆସିଛି ସର୍ବାଧିକ ଆଳୁ: ଯୋଗାଣ ମନ୍ତ୍ରୀ - POTATO CRISIS ISSUE

ବିଧାନସଭାରେ ଆଳୁ ପ୍ରସଙ୍ଗ । ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ।

Potato Crisis Issue
Potato Crisis Issue (ETV Bharat Odisha)

By ETV Bharat Odisha Team

Published : Feb 19, 2025, 8:43 PM IST

ଭୁବନେଶ୍ବର:ବିଧାନସଭାରେ ପୁଣି ଉଠିଲା ଆଳୁ ପ୍ରସଙ୍ଗ । ଯାହାର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ । "ଗତବର୍ଷ୨୦୨୪ରେ ଓଡ଼ିଶାରେ ଦେଖାଦେଇଥିଲା ବଡ଼ ଆଳୁ ସଙ୍କଟ । ପଶ୍ଚିମବଙ୍ଗ ସରକାରଙ୍କ ଅସହଯୋଗ ପରେ ସହଯୋଗର ହାତ ବଢ଼ାଇଥିଲେ ପଞ୍ଜାବ ଓ ଉତ୍ତର ପ୍ରଦେଶ ସରକାର । ଏହି ସମୟରେ ଉତ୍ତରପ୍ରଦେଶ, ପଞ୍ଜାବରୁ ଦୈନିକ ହାରାହାରି ୮ହଜାରରୁ ୧୦ହଜାର କୁଇଣ୍ଟାଲ ଆଳୁ ଓଡି଼ଶାକୁ ଅଣାଯାଇ ବିକ୍ରି ହୋଇଛି । ବିଧାନସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଓଡ଼ିଶାରେ ଆଳୁ ସଙ୍କଟ:

ଆଳୁ ଉତ୍ପାଦନରେ ରାଜ୍ୟ ଆତ୍ମ ନିର୍ଭରଶୀଳ ହୋଇପାରିନଥିବାବେଳେ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡେ । ଗତବର୍ଷ ୨୦୨୪ ମସିହାରେ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲେ । ଫଳରେ ସାମୟିକ ଭାବେ ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଥିଲା । ଆଳୁ ଦର ମଧ୍ୟ ବୃଦ୍ଧି ହୋଇଥିଲା । ରାଜ୍ୟ ସରକାର ଦର ବୃଦ୍ଧିକୁ ରୋକିବା ପାଇଁ NAFED ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ୬୦୦ କୁଇଣ୍ଟାଲ ଆଳୁ ଉତ୍ତରପ୍ରଦେଶରୁ ଆମଦାନୀ କରିଥିଲେ । ରାଜ୍ୟର ପ୍ରମୁଖ ସହର ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ବର, ଜୟପୁର ଓ ବଲାଙ୍ଗୀରରେ ଖାଉଟିଙ୍କୁ ୩୦ ଟଙ୍କାରେ ଅର୍ଥାତ୍ ସୁଲଭ ମୂଲ୍ୟରେ ଯୋଗାଇ ଦେଇଥିଲେ ।

ଖିଲାପକାରି ବ୍ୟବସାୟୀଙ୍କୁ ଜରିମାନା:

ସେହିପରି ଡିସେମ୍ବର ଓ ଜାନୁଆରୀ ୨୦ ଭିତରେ ଆଳୁ ଦର ଚଢା ଦରରେ ବିକ୍ରି ଯୋଗୁଁ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଦ୍ବାରା ରାଜ୍ୟରେ ପ୍ରାୟ ୨୫୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା ୩୬ ଜଣ ଖିଲାପକାର ବ୍ୟବସାୟୀଙ୍କ ଠାରୁ ୨୯୧୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହା ସଙ୍ଗେ ୧୯ ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହି ସମୟରେ ପଶ୍ଚିମବଙ୍ଗ ଛଡା ଉତ୍ତରପ୍ରଦେଶ, ପଞ୍ଜାବରୁ ଦୈନିକ ହାରାହାରି ୮ହଜାରରୁ ୧୦ହଜାର କୁଇଣ୍ଟାଲ ଆଳୁ ଓଡି଼ଶାକୁ ଅଣାଯାଇ ବିକ୍ରି କରାଯାଇଛି ।

ଏହା ବି ପଢନ୍ତୁ...ପୁଣି ଆଳୁ ଟେନସନ; ହଠାତ ବଢ଼ିଲା ଦର, ଚିନ୍ତାରେ ଖାଉଟି
ଏହା ବି ପଢନ୍ତୁ...ଆଉ ହେବନି ଆଳୁ ସଙ୍କଟ, ଓଡ଼ିଶା ଆତ୍ମନିର୍ଭରଶୀଳ ହେବାକୁ ବଦ୍ଧପରିକର: ଉପମୁଖ୍ୟମନ୍ତ୍ରୀ
ଶୀତଳ ଭଣ୍ଡାର ବ୍ୟବସ୍ଥା:

ସେହିପରି ରବି ଋତୁରେ ହୋଇଥିବା ଆଳୁ ଚାଷ ସମ୍ପର୍କରେ ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, "ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଅଗ୍ରୀମ ଆକଳନ ଅନୁଯାୟୀ ପ୍ରାୟ ୪୦,୮୭୬ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି । ପ୍ରାୟ ୪.୮୮ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହେବାର ସମ୍ଭାବନା ଅଛି । ଚଳିତ ରବି ଋତୁରେ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଛି । ଉତ୍ପାଦିତ ଆଳୁକୁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ଓ ଶୀତଳିକରଣ ଗୃହର ବ୍ୟବସ୍ଥା ରହିଛି । ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ନହେବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର କ୍ଷେତ୍ର କର୍ମଚାରୀଙ୍କ ଜରିଆରେ ଆଳୁକୁ ସାଇତି ରଖିବା ଓ ବିକ୍ରିବଟା ପାଇଁ ସଚେତନ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details