ଓଡିଶା

odisha

ETV Bharat / state

କଂଗ୍ରେସ ଭବନରେ ଟିକଟ ତାତି, କୃଷ୍ଣଚନ୍ଦ୍ର ସଗରିଆଙ୍କୁ ବିରୋଧ କରି ତାତିଲେ ଜୟନ୍ତ - Congress Ticket Tension - CONGRESS TICKET TENSION

Congress Ticket Tension: ହୋହଲ୍ଲାରେ କମ୍ପିଲା କଂଗ୍ରେସ ଭବନ । ଜୟଦେବରେ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଜୋରଦାର ବିରୋଧ । ଅଧିକ ପଢନ୍ତୁ

କଂଗ୍ରେସ ଭବନରେ ପୁଣି ଟିକଟ ତାତି ,କୃଷ୍ଣଚନ୍ଦ୍ର ସଗରିଆଙ୍କୁ ବିରୋଧ କରି ତାତିଲେ ଜୟନ୍ତ
କଂଗ୍ରେସ ଭବନରେ ପୁଣି ଟିକଟ ତାତି ,କୃଷ୍ଣଚନ୍ଦ୍ର ସଗରିଆଙ୍କୁ ବିରୋଧ କରି ତାତିଲେ ଜୟନ୍ତ

By ETV Bharat Odisha Team

Published : Apr 22, 2024, 8:10 PM IST

କଂଗ୍ରେସ ଭବନରେ ପୁଣି ଟିକଟ ତାତି ,କୃଷ୍ଣଚନ୍ଦ୍ର ସଗରିଆଙ୍କୁ ବିରୋଧ କରି ତାତିଲେ ଜୟନ୍ତ

ଭୁବନେଶ୍ବର:କଂଗ୍ରେସ ଭବନରେ ପୁଣି ଟିକଟ ତାତି । ଜୟଦେବ ନିର୍ବାଚନ ଟିକଟ ବଣ୍ଟନକୁ ବିରୋଧ କରି ହୋହଲ୍ଲା ନାରାବାଜି ଦେଖିବାକୁ ମିଳିଛି । କୃଷ୍ଣଚନ୍ଦ୍ର ସଗରିଆଙ୍କୁ ବିରୋଧ କରି ଜୟଦେବ ନିର୍ବାଚନ ମଣ୍ଡଳୀର ଜୟନ୍ତ କୁମାର ଭୋଇ ସମର୍ଥକଙ୍କ ସହ କଂଗ୍ରେସ ଭବନରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ସହ ଟଙ୍କା ନେଇ ଟିକଟ ଦେଇଥିବା ଅଭିଯୋଗ କରି କଂଗ୍ରେସସର ଶୀର୍ଷ ନେତୃତ୍ୱଙ୍କୁ ବିରୋଧରେ ବିଷ ଓଗାଳିଛନ୍ତି ଜୟନ୍ତ ।

କାହିଁକି ତାଙ୍କୁ ଟିକଟ ଦେବାର ୬ ଦିନ ପରେ ପୁଣି ଟିକଟ ବଦଳାଇ ନିର୍ବାଚନ ମଣ୍ଡଳୀ ପାଇଁ ସମ୍ପୂର୍ଣ୍ଣ ଅଜଣା ଥିବା ଲୋକକୁ ଟିକଟ ଦିଆଗଲା । ଏନେଇ ରାଜ୍ୟର ଶୀର୍ଷ ନେତୃବୃନ୍ଦଙ୍କୁ ପ୍ରଶ୍ନ କରିଛନ୍ତି ଜୟନ୍ତ । କାରଣ ଗତ ୧୪ ତାରିଖରେ ତାଙ୍କୁ ବିଧାୟକ ପ୍ରାର୍ଥୀ କଂଗ୍ରେସ ଟିକଟ ଦେବା ସହ ସେ ପ୍ରଚାର ମଧ୍ୟ ଆରମ୍ଭ କରିଥିଲେ । ହେଲେ ହଠାତ୍ ୨୦ ତାରିଖରେ ଦଳ ଟିକଟ ବଦଳାଇ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଟିକେଟ ଦେଲା । ଯାହାର କାରଣ ଦଳ ତାଙ୍କୁ ଜଣାଇ ନାହିଁ । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।



ସେ କହିଛନ୍ତି," ୧୦ ବର୍ଷ ଧରି ମୁଁ ଦଳରେ ରହି ଜୟଦେବ ନିର୍ବାଚନରେ କଂଗ୍ରେସ ପାଇଁ କାର୍ଯ୍ୟ କରୁଛି । ୱାର୍ଡକୁ ୱାର୍ଡ ଘରକୁ ଘର ବୁଲି ସଙ୍ଗଠନକୁ ସୁଦୃଢ କରୁଛି । ଯେଉଁଠି କି ୩୫ ବର୍ଷ ହେବ କଂଗ୍ରେସର କୌଣସି ନାଁ କି ସଂଗଠନ ନଥିଲା । ମତେ ଟିକଟ ଦେବା ପରେ ସମର୍ଥକ ଓ ଲୋକଙ୍କ ଭଲ ପାଇବାକୁ ନେଇ ପ୍ରଚାର ପ୍ରସାର ଚଲାଇଥିବା ବେଳେ କଂଗ୍ରେସକୁ ଭୋଟ ଦେବେ ବୋଲି ଲୋକେ ମାନସିକ ସ୍ତରରେ ପ୍ରସ୍ତୁତ ଥିଲେ । କିନ୍ତୁ ଦଳ ହଠାତ ଦକ୍ଷିଣ ଓଡ଼ିଶାର ନେତାଙ୍କୁ ଟିକଟ ଦେଲା । ଯାହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଯାଇଛି । ଏହା ଅତ୍ୟନ୍ତ ଦୁଃଖ ଓ ଅନୁତାପର ବିଷୟ କାରଣ ଯାହାଙ୍କ ନାଁ ଦଳ ଘୋଷଣା କରିଛି । ତାଙ୍କୁ ଏ ନିର୍ବାଚନ ମଣ୍ଡଳୀରେ କିଛି ଜଣାନାହିଁ । ତେଣୁ ଯଦି ଏହି ପାର୍ଥୀଙ୍କୁ ପ୍ରତ୍ୟାହାର ନ କରାଯାଏ । ଦଳରେ ବିରାଟ ବଡ ଝଡ ଆସିବ । ଯାହା ମହାବାତ୍ୟା ଠାରୁ ଅଧିକ ଭୟଙ୍କର । ତେଣୁ ଆମକୁ ଟିକଟ ଆଉ ଥରେ ଦେବା ପାଇଁ ଦାବି କରୁଛୁ ।

ସେ ଆହୁରି ମଧ୍ୟ କହିଛନ୍ତି,"କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦଙ୍କୁ ଜଣାଇଲା ପରେ ବି କୌଣସି ଉତ୍ତର ଅସୁନଥିବାରୁ ଆଗାମୀ ଦିନରେ ଯଦି ଟିକଟକୁ ନେଇ ପୁନଃ ବିଚାର ନ ହୁଏ । ତାହାଲେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ ଜୋରଦାର ହେବ । ୪୮୭ ଗାଁ ଆମେ ବୁଲି ସଂଗଠନ କରିଛୁ । ଅଧିକାର ସହ ଟିକଟ ମାଗିଛୁ । ତେଣୁ ଆମେ ଛାଡ଼ିବୁ ନାହିଁ । କାରଣ ଦଳର କିଛି କୁଚକ୍ରୀ ନେତା ଓ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କ ପାଇଁ ଦଳ ବୁଡ଼ିଯିବାକୁ ବସିଛି । "

ଏହା ମଧ୍ୟ ପଢନ୍ତୁ ......28ରେ ଓଡିଶା ଆସିବେ ରାହୁଲ, ଖଡ୍‌ଗେ ଓ ପ୍ରିୟଙ୍କାଙ୍କ ଗସ୍ତ ନେଇ ବି ଚାଲିଛି ଯୋଜନା - Rahul Gandhi Visit Odisha

ଅନ୍ୟପଟେ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଜୟଦେବ ନିର୍ବାଚନ ମଣ୍ଡଳୀର ହୋଇନଥିବା ବେଳେ ତାଙ୍କୁ କିପରି ଜୟଦେବରେ ଟିକଟ ଦିଆଯାଇଛି ? ତାହାର ଉତ୍ତରରେ ପ୍ରଭାରୀ ଅଜୟ କୁମାର କହିଛନ୍ତି ଯେ, ଜୟଦେବ ନିର୍ବାଚନ ମଣ୍ଡଳୀରେ ଗତ ଦୁଇଟି ନିର୍ବାଚନରେ ସ୍ଥିତି କେମିତି ରହିଛି ସମସ୍ତେ ଜାଣିଛନ୍ତି । ତେଣୁ କୃଷ୍ଣଙ୍କୁ ଦଳ ସେଠାରୁ ଟିକଟ ଦେଇ ଗୋଟେ ବଡ ସୁଯୋଗ ନେଇଛି । ଯଦି ବିଦ୍ରୋହୀ କର୍ମୀ ସେହି ନିର୍ବାଚନ ମଣ୍ଡଳୀର ନୁହେଁ ବୋଲି କହିବେ ତେବେ ଅଶ୍ୱିନୀ ବୈଷ୍ଣବ ଏବଂ ପାଣ୍ଡିଆନ ବାହାରୁ ଆସି କେମିତି ନିର୍ବାଚନରେ ସାମିଲ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାରୀ ।

ଏଠାରେ ସୂଚନା ଥାଉକି କୃଷ୍ଣଚନ୍ଦ୍ର ସଗରିଆଙ୍କୁ ୨୦୧୪ ନିର୍ବାଚନରେ କୋରାପୁଟ ପାଇଁ କଂଗ୍ରେସରୁ ଦିଆଯାଇଥିଲା । ଯେଉଁଠିକି ସେ ଜିତିଥିଲେ । ହେଲେ ୨୦୧୯ରେ ସେ କଂଗ୍ରେସ ଛାଡି ବହୁଜନ ସମାଜ ପାର୍ଟିରୁ ଜୟପୁର ନିର୍ବାଚନ ମଣ୍ଡଳୀରେ ଲଢ଼ିଥିଲେ । ସେତେବେଳେ ୨ ହଜାର ୮୭୬ ଟି ଭୋଟ ପାଇଥିଲେ । ଆଉ ବର୍ତ୍ତମାନ ପୁଣି କଂଗ୍ରେସକୁ ଫେରିଥିବା ବେଳେ ବା ଘର ବାହୁଡା ହୋଇଥିବାବେଳେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକଟ ଦେଇଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details