ନୂଆପଡା:ନୂଆପଡା ଜିଲ୍ଲା ଖଡ଼ିଆଳଠାରେ ଆଦିବାସୀ ମେଳି । ୮ ଦଫା ଦାବି ପୂରଣ ନେଇ ସଭାପତି ବାଳକୃଷ୍ଣ ଶବରଙ୍କ ନେତୃତ୍ୱରେ ଗତକାଲି (ରବିବାର) ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲା ଜିଲ୍ଲା ଆଦିବାସୀ ସଂଘ । ପ୍ରଥମେ ଖଡ଼ିଆଳ ଅଧିଷ୍ଠାତ୍ରୀ ଦେବୀ ଠାକୁରାଣୀ ମନ୍ଦିରଠାରେ ପୂଜାର୍ଚ୍ଚନା କରି ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ବିଶାଳ ରାଲି ବାହାରିଥିଲା । ଏଥିରେ ଶତାଧିକ ଆଦିବାସୀ ଯୋଗ ଦେଇ ସହର ପରିକ୍ରମା କରିବା ପରେ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।
ତେବେ ଦିବଂଗତ ଆଦିବାସୀ ନେତା ସ୍ବର୍ଗୀୟ ଘାସିରାମ ମାଝୀ ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ 7 ଥର ବିଧାୟକ ଭାବରେ ବିଜୟୀ ହୋଇଥିଲେ । ସେହିଭଳି ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ସ୍ବର୍ଗୀୟ ଦୁର୍ଯ୍ୟୋଧନ ମାଝୀ 5 ଥର ବିଧାୟକ ହୋଇଥିଲେ । ନୂଆପଡା ଓ ଖଡ଼ିଆଳ ଉଭୟ ନିର୍ବାଚନ ମଣ୍ଡଳୀର ଆଦିବାସୀମାନଙ୍କର ଏକତା ରହିଛି । ତେଣୁ ଏଠାରେ ସରକାରୀ ଦଳ ତଥା ବିଜୁ ଜନତା ଦଳ ଆଦିବାସୀ ବିଧାୟକ ପ୍ରାର୍ଥୀ ଚୟନ କରି ଟିକେଟ ଦେବାକୁ ଆଦିବାସୀ ସଂଘ ଦାବି କରିଛି । ନିଶ୍ଚୟ ଆଦିବାସୀ ନେତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବେ ବୋଲି ଆଦିବାସୀ ସଂଘ କହିଛି ।