ଦେବଗଡ଼: ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ନୂଆ-ଓ ସ୍କଲାରସିପ । ଏହି ସ୍କିମରେ ରାଜ୍ୟର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଗତକାଲି(ସୋମବାର)ଠାରୁ ଆରମ୍ଭ ହୋଇଛି ଏହି ଯୋଜନା । ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି । ମାର୍ଚ୍ଚ ୫ ତାରିଖରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ । ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କ 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ପ୍ରଧାନପାଟ ବଡ ବଗିଚାଠାରେ ନୂଆ-ଓ ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି ।
ନୂଆ-ଓ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିଲାଗି ଏହି ଯୋଜନା କରାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସୂଚନା ମୁତାବକ, 5T ଅଧ୍ୟକ୍ଷ ଗତକାଲି(ସୋମବାର) ଦେବଗଡ ଜିଲ୍ଲା ଗସ୍ତରେ ଆସି ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ ପରେ ଜିଲ୍ଲାର ୩ଟି ବ୍ଲକରୁ ମୋଟ 11ଟି ମହାବିଦ୍ୟାଳୟର 3,524 ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ 3କୋଟି 40 ଲକ୍ଷ 84 ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି l
ଏଥି ମଧ୍ୟରେ 1487 ଛାତ୍ର ଥିବାବେଳେ 2037 ଛାତ୍ରୀ ଥିବା ଜଣାପଡିଛି l ସେଥିମଧ୍ୟରୁ କଂସର ସ୍ଥିତ ଏକଲବ୍ୟ ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ 83 ଛାତ୍ର ଓ 85 ଛାତ୍ରୀ ଥିବାବେଳେ ବୁଢାପାଳ ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ କଲେଜର 162 ଛାତ୍ର ଓ 248 ଛାତ୍ରୀ, ଦେବଗଡ଼ ଆଦର୍ଶ ମହାବିଦ୍ୟାଳୟର 304 ଛାତ୍ର ଓ 376 ଛାତ୍ରୀ, କଲା ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜର 180 ଛାତ୍ର ଓ 291 ଛାତ୍ରୀ, ଦେବଗଡ଼ ଡିଗ୍ରୀ କଲେଜର 455 ଛାତ୍ର ଓ 356 ଛାତ୍ରୀ ପଲସମା ବିଜ୍ଞାନ ଡିଗ୍ରୀ କଲେଜର 93 ଛାତ୍ର ଓ 52 ଛାତ୍ରୀ, ବାରକୋଟ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟର 80 ଛାତ୍ର ଓ 208 ଛାତ୍ରୀ, ସ୍ୱାମୀ ଶିବାନନ୍ଦ ସଂସ୍କୃତ କଲେଜର 31 ଛାତ୍ର ଓ 107 ଛାତ୍ରୀ, ନୂଆପଡା ସ୍ଥିତ ଲଳିତ ଅନନ୍ତ ସେବାଶ୍ରମ ମହାବିଦ୍ୟାଳୟର 51 ଛାତ୍ର ଓ 34 ଛାତ୍ରୀ, ମହିଳା ଡିଗ୍ରୀ ମହାବିଦ୍ୟାଳୟର 164 ଛାତ୍ରୀ, ଓ ରିଆମାଳ ଡିଗ୍ରୀ କଲେଜର 48 ଛାତ୍ର ଓ 116 ଛାତ୍ରୀ ରହିଛନ୍ତି l