ଭୁବନେଶ୍ବର:ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସଂଗ୍ରହାଳୟରେ ଉଦଘାଟିତ ହୋଇଯାଇଛି ନୂଆ ଗ୍ୟାଲେରୀ । ନିର୍ମିତ ହୋଇଥିବା ଏହି ୯ ଟି ଗ୍ୟାଲେରୀ ସାଙ୍ଗକୁ ତାଳପତ୍ର ପୋଥିରେ ଲିଖିତ ରାମାୟଣ ଦେଖିବେ ପ୍ରବାସୀ । ଗତକାଲି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । ତାଙ୍କ ସହ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ମ୍ୟୁଜିୟମରେ ମିଠା ଓ ପିଠାର ଆସର:
ରାଜ୍ୟରେ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହି ଅବସରରେ ବିଦେଶରୁ ଆସୁଥିବା ପ୍ରବାସୀ ଭାରତୀୟମାନେ କିଭଳି ସୁବିଧାରେ ମ୍ୟୁଜିୟମ ଆସି ଐତିହ୍ୟ ସଂସ୍କୃତି ଜାଣିପାରିବେ ସେନେଇ ପ୍ରଚେଷ୍ଟା ହୋଇଛି । ପ୍ରଥମ ଏଣ୍ଟ୍ରାନ୍ସ ଗ୍ୟାଲେରୀରେ ପୁରାତନ ସାମଗ୍ରୀକୁ ତଳେ ଥିବା କାଚ ଆବଦ୍ଧ ଫ୍ଲୋରରେ ସଜେଇ ରଖାଯାଇଛି । ଏହା ସହିତ ବିକ୍ରମ ବେତାଳ ଗପରେ ବିଭିନ୍ନ ଐତିହାସିକ ଜାଗା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ପରିପ୍ରେକ୍ଷୀରେ "ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ" ରାଜ୍ୟ ସଂଗ୍ରହାଳୟ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ । ମ୍ୟୁଜିୟମରେ ମିଠା ଓ ପିଠାର ମଜା ମଧ୍ୟ ନେଇପାରିବେ ପ୍ରବାସୀ ଏଥିପାଇଁ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ପାରମ୍ପରିକ ଖାଦ୍ୟ ପରଷା ଯାଉଛି ।