ଓଡିଶା

odisha

ETV Bharat / state

ମଙ୍ଗଳବାର କାର୍ଯ୍ୟକ୍ଷମ ହେବ ଭୁବନେଶ୍ବର ବିମାନବନ୍ଦର ଟର୍ମିନାଲ ଲିଙ୍କ ବିଲ୍ଡିଂ - Terminal Link Building Inaugurate

New Terminal Link Building: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ଯୋଡି ହେବ ନୂଆ ଓ ପୁରୁଣା ଟର୍ମିନାଲ ବିଲ୍ଡିଂ। ଆସନ୍ତାକାଲି ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂ ଭିଡିଓ କନଫରେନ୍ସରେ ଏହାର ଶୁଭାରମ୍ଭ କରିବେ। ଅଧିକ ପଢନ୍ତୁ

ମଙ୍ଗଳବାର କାର୍ଯ୍ୟକ୍ଷମ ହେବ ଭୁବନେଶ୍ବର ବିମାନବନ୍ଦର ଟର୍ମିନାଲ ଲିଙ୍କ ବିଲ୍ଡିଂ
ମଙ୍ଗଳବାର କାର୍ଯ୍ୟକ୍ଷମ ହେବ ଭୁବନେଶ୍ବର ବିମାନବନ୍ଦର ଟର୍ମିନାଲ ଲିଙ୍କ ବିଲ୍ଡିଂ

By ETV Bharat Odisha Team

Published : Feb 5, 2024, 10:30 PM IST

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ଯୋଡି ହେବ ନୂଆ ଓ ପୁରୁଣା ଟର୍ମିନାଲ ବିଲ୍ଡିଂ। ଆସନ୍ତାକାଲି ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂ ଭିଡିଓ କନଫରେନ୍ସରେ ଏହାର ଶୁଭାରମ୍ଭ କରିବେ। ଏହା ସହ ବୈଷୟିକ ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମେତ ବିମାନ ବନ୍ଦର ନିର୍ଦ୍ଦେଶକ ଭୁବନେଶ୍ବର ବିମାନ ବନ୍ଦରରେ ଉପସ୍ଥିତ ରହିବେ।

ଅଧିକ ପଢନ୍ତୁ- ବିମାନବନ୍ଦରର ହେବ ରିସର୍ଫେସିଂ କାମ; ବିମାନ ସେବା ହୋଇପାରେ ପ୍ରଭାବିତ

ଭୁବନେଶ୍ଵର ଆନ୍ତର୍ଜାତୀୟ ବିମନାବନ୍ଦରରେ ରହିଛି ଦୁଇଟି ଟର୍ମିନାଲ ସମେତ ଗୋଟିଏ ଆନ୍ତର୍ଜାତୀୟ ଟର୍ମିନାଲ। ଦୈନିକ ଭାବରେ ଯାତ୍ରୀଙ୍କ ବିମାନ ଯାତ୍ରାରେ ଅହେତୁକ ବୃଦ୍ଧି ନେଇ ଟର୍ମିନାଲ ବୃଦ୍ଧି କରାଯାଉଛି। ୨୦୨୦ ମସିହା ଜାନୁଆରି ୨୫ ତାରିଖରେ ବିମାନ ବନ୍ଦରର ଟର୍ମିନାଲ-୧ ରୁ ଟର୍ମିନାଲ-୨କୁ ଯୋଡ଼ିବା ପାଇଁ ୧୦ ହଜାର ବର୍ଗଫୁଟର ଏକ ଛାତ କାମ ଚାଲିଥିଲା। ଦିଲୀପ କନଷ୍ଟ୍ରକଶନ ନାମରେ ଏକ ନିର୍ମାଣ ସଂସ୍ଥା ଦ୍ବାରା ଏହି କାମ କରାଯାଉଥିଲା। ରାତିରେ ଢଳେଇ ପଡ଼ିବା ସମୟରେ ଛାତଟି ସଂପୂର୍ଣ୍ଣ ରୂପେ ଗଳି ପଡିଥିଲା ।

ଭୁବନେଶ୍ବରରୁ ବର୍ତ୍ତମାନ ସମୟରେ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକୁ ବିମାନ ଉଡାଣ କରୁଛି। ଆଗକୁ ଅନ୍ୟ ଦେଶକୁ ଏହି ତାଲିକାରେ ଯୋଡାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ନିଷ୍ପତି ହୋଇନାହିଁ। ସିଆଇଏସଏଫ, କଷ୍ଟମ, ଏୟାରଲାଇନ୍ସ, ଇମିଗ୍ରେସନ ବିଭାଗ ସହ ବୈଠକ ହେବା ପରେ ବିମାନ ବନ୍ଦରର ଲିଙ୍କ ବିଲ୍ଡିଙ୍ଗକୁ କ୍ଳିୟରାନ୍ସ ମିଳିଛି।

ଅନ୍ୟପଟେ ଖୁବଶୀଘ୍ର ସୁରଟ, ଡେରାଡୁନ, ଚଣ୍ଡିଗଡ, ଜମ୍ମୁକୁ ଭୁବନେଶ୍ବରରୁ ଉଡିବ ନୂଆ ବିମାନ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଯୋଗାଯୋଗ କରିଛି ଭୁବନେଶ୍ବର ବିମାନ ବନ୍ଦର । ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ଏବେ ବିଦେଶ ଯାତ୍ରାକୁ ଗ୍ରୀନ ସିଗନାଲ ମିଳିବା ପରେ ତିନୋଟି ଦେଶକୁ ବିମାନ ସେବା ଯୋଗାଇ ଦିଆଯାଉଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନିଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମୁହୁର୍ତ୍ତରେ ଏହା ବନ୍ଦ କରି ଦିଆଯାଇଥିଲା। ଆଗକୁ ଅନ୍ୟ ଦେଶ ଓ ଅନ୍ୟ ରାଜ୍ୟକୁ ବିମାନ ଉଡ଼ିବା ନେଇ ଚାଲିଛି ପ୍ରକ୍ରିୟା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details