ଓଡିଶା

odisha

ETV Bharat / state

ପରାକ୍ରମ ଦିବସରେ ନେତାଜୀଙ୍କ ସ୍ମୃତିଚାରଣ, ମୁଖ୍ୟମନ୍ତ୍ରୀ କହିଲେ 'ଇତିହାସ ଦେଇନି ଉଚିତ ସମ୍ମାନ' - SUBHASH CHANDRA BOSE BIRTHDAY

ଉତ୍ସବ ମୁଖର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ କଟକ ଜାନକୀନାଥ ଭବନ । ପରାକ୍ରମ ଦିବସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

NETAJI SUBHASH CHANDRA BOSE JAYANTI
NETAJI SUBHASH CHANDRA BOSE JAYANTI CELEBRATION AT CUTTACK (CMO)

By ETV Bharat Odisha Team

Published : Jan 23, 2025, 2:26 PM IST

କଟକ: ‘ତୁମେ ମୋତେ ରକ୍ତ ଦିଅ ...ମୁଁ ତୁମକୁ ସ୍ବାଧୀନତା ଦେବି’...ଜନତାଙ୍କ ମଧ୍ୟରେ ଦେଶ ପ୍ରେମର ବହ୍ନି ଜଳାଇବାରେ ଏହି କିଛି ଶବ୍ଦ ବେଶ ପ୍ରଭାବ ପକାଇଥିଲା । ଆଜି ବି ଗୁଞ୍ଜରିତ ହେଉଥିବା ଏହି ବାକ୍ୟର ସ୍ରଷ୍ଟା ତଥା ଦେଶ ମାଟିର ପୁଅ ବୀର ସେନାନୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି 128ତମ ଜନ୍ମ ଦିନ । ଜନ୍ମମାଟି କଟକରେ ଧୁମଧାମରେ ନେତାଜୀ ଜୟନ୍ତୀ ବା ପରାକ୍ରମ ଦିବସ ପାଳନ କରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀ ନାଥ ଗସ୍ତ କରି ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପରାକ୍ରମ ଦିବସର ଉଦଘାଟନ କରିଛନ୍ତି ।

ଉତ୍ସବ ମୁଖର ଜାନକୀନାଥ ଭବନ:

ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଧୁମଧାମରେ ପାଳନ ହେଉଛି ତାଙ୍କ ଜୟନ୍ତୀ । ଏହି ଉପଲକ୍ଷେ କଟକ ଓଡ଼ିଆ ବଜାର ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

NETAJI SUBHASH CHANDRA BOSE JAYANTI CELEBRATION AT CUTTACK (ETV Bharat Odisha)

ନେତାଜୀଙ୍କ ଭବନ ବୁଲିଲେ ମୁଖ୍ୟମନ୍ତ୍ରୀ:

ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ‘ଜାନକୀନାଥ’ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ମନ୍ତ୍ରୀ ଏବଂ କଟକ ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।

ଜାତୀୟତାବାଦର ନୂଆ ସଂଜ୍ଞା ନିରୂପଣ କରିଥିଲେ ନେତାଜୀ:

ପରାକ୍ରମ ଦିବସ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଅଭିଭାଷଣରେ କହିଛନ୍ତି, ‘ଜାନୁଆରୀ 23, କ୍ୟାଲେଣ୍ଡରରେ ଥିବା ଏହି ତାରିଖ ପ୍ରତ୍ୟେକ ଭାରତୀୟ ତଥା ଓଡ଼ିଆଙ୍କୁ ଗର୍ବିତ କରିଥାଏ । ଓଡ଼ିଆ ମାଟିରେ ଜଣେ ଅଦମ୍ୟ ସାହାସୀ, ଦେଶ ଭକ୍ତିରେ ପ୍ଲାବିତ ଦୂରଦ୍ରଷ୍ଟା, ନିର୍ଭିକ ବିପ୍ଲବୀ, ଜନନାୟକ ଜନ୍ମ ନେଇଥିଲେ । ଯିଏକି ପରବର୍ତ୍ତୀ କାଳରେ ଦେଶରେ ଜାତୀୟତାବାଦର ନୂଆ ସଂଜ୍ଞା ନିରୂପଣ କରିଥିଲେ । ତାଙ୍କ ଜନ୍ମର 100 ବର୍ଷ ପରେ ଏବେବି ସଂଗ୍ରାମ କଥା ଉଠେ ନେତାଜୀଙ୍କ ନାଁ ସର୍ବାଗ୍ରେ ରହିଥାଏ ।’

କଟକରେ ନେତାଜୀ ଜୟନ୍ତୀ ପାଳିବା ସୌଭାଗ୍ୟ କଥା:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବ୍ରିଟିଶ ଶାସନ ବିରୁଦ୍ଧରେ ନେତାଜୀଙ୍କ ବୀରତ୍ବ ଓ ଯୁଦ୍ଧ କୌଶଳ ଦେଶର ସ୍ବାଧୀନତା ପାଇଁ ଏକ ମୁଖ୍ୟ କାରଣ ଥିଲା । ଏଭଳି ଜଣେ ବୀରଙ୍କୁ ସମ୍ମାନ ଅର୍ପଣ କରିବା ପାଇଁ ପରାକ୍ରମ ଦିବସ ପାଳନ କରିବା ପାଇଁ 2021 ଜାନୁଆରୀ 19ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଏହି ଅବସରରେ ତାଙ୍କ ଜନ୍ମଜୟନ୍ତୀକୁ କଟକରେ ପାଳନ କରିବା ଆମ ପାଇଁ ଏକ ସୌଭାଗ୍ୟ ଅବସର ।’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନେତାଜୀ ଥିଲେ ଅଦମ୍ୟ ସାହାସର ମୂର୍ତ୍ତିମନ୍ତ ପ୍ରତୀକ । ସେ 1897 ମସିହା ଜାନୁଆରୀ 23 ଅର୍ଥାତ ଆଜିର ଦିନରେ ପ୍ରସିଦ୍ଧ ଆଇନଜୀବୀ ରାୟବାହାଦୂର ଜାନକୀ ନାଥ ବୋଷଙ୍କ ନବନ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ । ଏହି କଟକ ସହରର ରେଭେନ୍ସା କଲିଜିଏଟ ସ୍କୁଲରେ ପାଠ ପଢା ହୋଇଥିଲା । ପରେ କୋଲକାତା ଓ ଲଣ୍ଡନରେ ପାଠ ପଢିଥିଲେ ।

NETAJI SUBHASH CHANDRA BOSE JAYANTI CELEBRATION AT CUTTACK (CMO)

ନେତାଜୀଙ୍କ ବିଷୟରେ ଅନେକ କଥା କୁହାଯାଇନାହିଁ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଦୁଃଖର କଥା ଇତିହାସ ପୃଷ୍ଠାରେ ନେତାଜୀଙ୍କ ଜୀବନ କାହାଣୀ ସଂଘର୍ଷକୁ ଲୋକଲୋଚନରୁ ହଜାଇ ଦିଆଯାଇଛି । 4 ଜଣ ପ୍ରସିଦ୍ଧ ଇତିହାସକାରଙ୍କ ଦ୍ବାରା ଲିଖିତ ପ୍ରସିଦ୍ଧ ପୁସ୍ତକ ’Freedom Struggle Of India’ 600 ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ସ୍ବାଧୀନତା ଆନ୍ଦୋଳନକୁ ସୀମିତ କରି ରଖି ଦିଆଯାଇଛି । କଲେଜରେ ପାଠ ପଢୁଥିବା ବେଳେ ପ୍ରିନ୍ସପାଲଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିବାରୁ ତାଙ୍କୁ କଲେଜରୁ ବର୍ଷେ ପାଇଁ ନିଲମ୍ବିତ ହେବାକୁ ପଡିଥିଲା । ଏକଥା ଆମେ ଜାଣିନାହୁଁ । କୌଣସି ବହି କିମ୍ବା ପୁସ୍ତକରେ ଜାଣିବା ପାଇଁ ଅଭିପ୍ରାୟ ମଧ୍ୟ ନାହିଁ । ଆମ ମନରେ ଧାରଣା ରଖି ଦିଆଯାଇଥିଲା ନେତାଜୀଙ୍କ କୌଣସି ମିଲିଟାରୀ ଟ୍ରେନିଂ ନଥାଇ ସେ ସାମରିକ ଭାବେ ସଂଗ୍ରାମ କରିବାକୁ ବାଛିଥିଲେ । ଯାହା ଯୁକ୍ତି ସଙ୍ଗତ ଆଦୌ ନଥିଲା । କିନ୍ତୁ ଇତିହାସ ପୃଷ୍ଠାରେ ଆମକୁ ପଢାଯାଇନଥିଲା ସେ କଲେଜ ଜୀବନରେ ମିଲିଟାରୀ ଟ୍ରେନିଂ ନେଇଥିଲେ । କଲେଜ ପାସ କରିବା ସମୟରେ ନନ୍‌ କମିଶନର ଅଫିସର ସେ ହୋଇସାରିଥିଲେ ।’

NETAJI SUBHASH CHANDRA BOSE JAYANTI CELEBRATION AT CUTTACK (CMO)

ଇତିହାସରେ ମହାନ ବ୍ୟକ୍ତିତ୍ବକୁ ମିଳିନି ଉଚିତ ସ୍ଥାନ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘କିଛି ବ୍ୟକ୍ତିତ୍ବକୁ ମହାନ କରି ତୋଳିବା ପାଇଁ ବର୍ତ୍ତମାନର ରଚିତ ଇତିହାସ ଉଚିତ ସମ୍ମାନ ଦେଇନାହିଁ । ଏହା ଆଜିର ସମୟରେ ଆମ ପାଇଁ ନିଶ୍ଚିତ ଏକ ଘୋର ଲଜ୍ଜାର ବିଷୟ । ଇତିହାସ ପୃଷ୍ଠାରେ ଶହୀଦ ଭଗତ ସିଂକୁ ଜଣେ ଆତଙ୍କବାଦୀ ଭାବେ ଚିତ୍ରଣ କରାଯାଇଛି । ଏମାନଙ୍କଠାରୁ ଆଉ ଆମେ ଅଧିକ କଣ ଆଶା କରିବା । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏହା ବଦଳିବା ଆରମ୍ଭ କରିଛି ।’

ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଓଡ଼ିଶା ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ପେନସନକୁ ବୃଦ୍ଧି କରିବା ସହ ସେମାନଙ୍କ ସମ୍ମାନ ପ୍ରଦର୍ଶନ କରିବା ଏବଂ ତାଙ୍କର ପେନସନକୁ ବୃଦ୍ଧି କରିବା 20 ହଜାର ପହଞ୍ଚାଇବା ଏ କାମ ବି ଆମ ସରକାର କରିବା ଆରମ୍ଭ କରିଛନ୍ତି ।’

ଏହା ମଧ୍ୟ ପଢନ୍ତୁ:

ନେତାଜୀଙ୍କୁ 'ରାଷ୍ଟ୍ର ପୁତ୍ର' ଘୋଷଣା ଦାବିରେ ହାଇକୋର୍ଟରେ ପିଟିସନ, କେନ୍ଦ୍ର ଓ ରାଜ୍ୟକୁ ଜବାବ ତଲବ

ସ୍ବତନ୍ତ୍ରତା ସଂଗ୍ରାମର ଜନନାୟକ ନେତାଜୀ: 'ପରାକ୍ରମ ଦିବସ' ପାଳୁଛି ଜନ୍ମମାଟି

ନେତାଜୀଙ୍କ ପୂଣ୍ୟତିଥି; ଜାପାନର ଏହି ମନ୍ଦିରରେ ଅଛି ଅବଶେଷ, ଫେରାଇ ଆଣିବାକୁ ମୋଦିଙ୍କୁ ଅପିଲ୍ କଲେ ଅଣନାତି - Bring Netaji remains back to India

ବଦଳୁଛି ନେତାଜୀଙ୍କ ଜନ୍ମ ପୀଠ ଚିତ୍ର

NETAJI SUBHASH CHANDRA BOSE JAYANTI CELEBRATION AT CUTTACK (CMO)

କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ‘ଯୁବ ଓ ଛାତ୍ରମାନେ ଆଜି ଅଧିକ ମାତ୍ରାରେ କଟକର ଏହି ନେତାଜୀଙ୍କ ଜନ୍ମ ଭୂମିକୁ ଆସିଛନ୍ତି । ଜଣାପଡୁଛି ଯେ ନେତାଜୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ଏହାବ୍ୟତୀତ ଏହି ଜାନକୀନାଥ ଭବନର ଐତିହ ଓ କିମ୍ବଦନ୍ତୀ ବିଷୟରେ କାହାକୁ ଅଛପା ନାହିଁ । ତେଣୁ ଜଣେ ଓଡ଼ିଆ ହିସାବରେ ସେ ଦେଶ ପାଇଁ ଯେଉଁ କର୍ତ୍ତବ୍ୟ କରିଛନ୍ତି ଓ ଭାରତ ସ୍ୱାଧୀନତା ପାଇବାରେ ନେତାଜୀଙ୍କ ଅବଦାନ ସର୍ଵଦା ଶୀର୍ଷକ ବୋଲି କୁହାଯାଏ । ତେଣୁ ଆଜିର ଦିନ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଦିନ ।’

ଦେଶ ପାଳୁଛି ପରାକ୍ରମ ଦିବସ:

ନେତାଜୀଙ୍କ ଜୟନ୍ତୀଙ୍କୁ ସାରା ଦେଶ ଆଜି ପରାକ୍ରମ ଦିବସ ଭାବେ ପାଳନ କରୁଛି । ପ୍ରଧାନମନ୍ତ୍ରୀଙ୍କଠୁ ନେଇ ରାଷ୍ଟ୍ରପତି ବିଶିଷ୍ଟ ବ୍ୟକ୍ତି ବିଶେଷ ନେତାଜୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥର ନେତାଜୀଙ୍କ ଜନ୍ମସ୍ଥାନ କଟକରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯାଉଛି । ଯାହାକି 3 ଦିନ ପର୍ଯ୍ୟନ୍ତ ଚାଲିବ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details