ଓଡିଶା

odisha

ETV Bharat / state

ପୋଲିସ ଗୁଳିରେ ଟଳିଲା ମାଓବାଦୀ ଦସ୍ରୁ; KKBN ଡିଭିଜନର ଥିଲା ଜିଲ୍ଲା କମାଣ୍ଡର - ପୋଲିସ ମାଓବାଦୀ ଗୁଳି ବିନିମୟ

Naxal killed in encounter: କନ୍ଧମାଳ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ । ପୋଲିସର ଗୁଳି ବିନିମୟରେ ଟଳିଲା ହାର୍ଡକୋର ମାଓବାଦୀ ଦସ୍ରୁ । ଅଧିକ ପଢନ୍ତୁ

Naxal killed in encounter
ପୋଲିସ ଗୁଳିରେ ମାଓବାଦୀ ଦସ୍ରୁ ନିହତ

By ETV Bharat Odisha Team

Published : Feb 4, 2024, 12:26 PM IST

Updated : Feb 4, 2024, 7:27 PM IST

ପୋଲିସ ଗୁଳିରେ ଟଳିଲା ମାଓବାଦୀ ଦସ୍ରୁ

ଭୁବନେଶ୍ୱର/ଫୁଲବାଣୀ :କନ୍ଧମାଳ ଜଙ୍ଗଲରେ ମାଓ ଅପରେସନ । ପୋଲିସ ଗୁଳିରେ ଟଳିଲା ହାର୍ଡକୋର ମାଓବାଦୀ । ସୁରକ୍ଷାବଳର ଏନକାଉଣ୍ଟରରେ କେକେବିଏନ ଡିଭିଜନର ଡିସିଏମ ଦସ୍ରୁ ନିହତ ହୋଇଛି । ଗତକାଲି(ଶନିବାର) ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ସୁଦ୍ରା ଗ୍ରାମପଞ୍ଚାୟତ କାକେରକୁପା ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ଦସ୍‌ରୁ ମୃତ୍ୟୁ ହୋଇଥିବା ଓଡ଼ିଶା ପୋଲିସର ଗୁଇନ୍ଦା ନିର୍ଦ୍ଦେଶାଳୟ ସୂଚନା ଦେଇଛି । ତେବେ ଏହି ଘଟଣାରେ ଜଣେ ଯବାନ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, କାକେରକୁପା ଜଙ୍ଗଲରେ ମାଓ ଗତିବିଧି ଖବର ପାଇ ୩ ତାରିଖ ସନ୍ଧ୍ୟାରେ ପୋଲିସର କନ୍ଧମାଳ ଡିଭିଏଫ କମାଣ୍ଡର ଓ ଏସଓଜି ମିଳିତ ଭାବେ ମାଓ ଅପରେସନ ଆରମ୍ଭ କରିଥିଲେ । ଘନ ଅନ୍ଧକାରରେ ଅପରେସନ ବେଳେ ସୁରକ୍ଷାବଳ ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ ମାଓବାଦୀ । ପୋଲିସର ପାଲଟା ଗୁଳିରେ ଜଣେ ମାଓ କମାଣ୍ଡର ହାତରେ ଗୁଳି‌ ବାଜିବା ପରେ ସେମାନେ ସେଠାରୁ ଛତ୍ରଭଙ୍ଗା ଦେଇଥିଲେ । ଏହାପରେ ସୁରକ୍ଷାବଳ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀର ମୃତଦେହ ମିଳିଥିଲା । ଯିଏକି କେକେବିଏନ ଡିଭିଜନର ଡିସିଏମ ଦସ୍ରୁ ବୋଲି ଚିହ୍ନଟ ହୋଇଥିଲା । ତା' ମୃତଦେହ ନିକଟରୁ ଗୋଟିଏ ୩୦୩ ରାଇଫଲ ସହ କିଛି ମାଓ ସାମଗ୍ରୀ ଜବତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:ଚିନ୍ତା ବଢ଼ାଉଛି ହାର୍ଡକୋର ମାଓବାଦୀ ଦସ୍ରୁ, KKBNକୁ ନେଇ ଟେନସନରେ ଓଡ଼ିଶା ପୋଲିସ


ଛତିଶଗଡ଼ ସମେତ ଓଡ଼ିଶା ପୋଲିସ ପକ୍ଷରୁ ଦସ୍ରୁ ମୁଣ୍ଡରେ ପୁରସ୍କାର‌ ରାଶି ରହିଥିଲା । ଦସ୍ରୁ ନାଁରେ ଅନେକ ମାଓ ହିଂସା ମାମଲା ରହିଛି । କନ୍ଧମାଳ ଓ‌ ବୌଦ୍ଧ ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ ହିଂସା ମାମଲାରେ ସେ ମୋଷ୍ଟ ଓ୍ବାଣ୍ଟେଡ ଥିଲା । ସାଧାରଣ ନାଗରିକଙ୍କୁ ହତ୍ୟା, ପୋଲିସ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଭଳି ସଙ୍ଗୀନ ଅପରାଧରେ ତା'ର ସମ୍ପୃକ୍ତି ଥିଲା । କେକେବିଏନ ଡିଭିଜନ ଦସ୍‌ରୁ ନେତୃତ୍ବରେ ବେଶ ସକ୍ରିୟ‌ ରହିଥିଲା । ଯାହାକି ଓଡ଼ିଶା ପୋଲିସ ପାଇଁ ଚିନ୍ତା ବଢାଇଥିଲା ।

ମାଓବାଦୀ ଡେଭିଡ ପରେ କେକେବିଏନର ଡିଷ୍ଟ୍ରିକ କମାଣ୍ଡର ଭାବେ ଦାୟିତ୍ବ ନେଇଥିଲା ଦସ୍‌ରୁ । ସେ ଆନ୍ଧ୍ର ଓ ତେଲେଙ୍ଗାନା ଭଳି ଛତିଶଗଡ଼ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରହିଥିଲା । କେକେବିଏନ ମାଓ ସଂଗଠନ(କୋରାପୁଟ, କନ୍ଧମାଳ, ବୌଦ୍ଧ, ନୟାଗଡ )ଡିଭିଜନର ଧିରେ ଧିରେ ଦୁର୍ବଳ ହେବାରେ ଲାଗିଥିଲା । କାରଣ ୨୦୧୭ରେ ଏହାର ମୁଖ୍ୟ ଜମ୍ପାନା ଓ ତା'ର ପତ୍ନୀ ଆତ୍ମସମର୍ପଣ କରିଥିଲେ । ପରେ ଏହି ସଂଗଠନର ମୁଖ୍ୟ ଥିଲା ଡେଭିଡ ଯିଏକି ୨୦୧୮ ମସିହାରେ ମାଓ ଅପରେସନରେ ନିହତ ହୋଇଥିଲା । ଏହାପରେ କେକେବିଏନର ଡିଷ୍ଟ୍ରିକ୍ଟ କମାଣ୍ଡ ମେମ୍ବର ଭାବେ ଦସ୍ରୁ ଦାୟିତ୍ବ ନେଇଥିଲା । ସେ କନ୍ଧମାଳ ଅଞ୍ଚଳରେ ବେଶ୍ ସକ୍ରିୟ ଥିଲା ।

ବିଗତ କିଛି ଦିନ ଧରି ବୌଦ୍ଧ ଅଞ୍ଚଳରେ ସେମାନଙ୍କ ଗତିବିଧି ବଢିବା ନେଇ ଓଡ଼ିଶା ପୋଲିସ ଅପରେସନ ଜୋରଦାର କରିଥିଲା। ଏପରିକି ଗତ ମାଓ ସମ୍ପର୍କିତ ବୈଠକରେ ଦସ୍‌ରୁକୁ ନେଇ ଓଡ଼ିଶା ପୋଲିସ ମଧ୍ୟ ଟାର୍ଗେଟ କରିଥିଲା । ଦସ୍‌ରୁ ରାଜ୍ୟ ବାହାରକୁ ପଳାଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ବିଗତ କିଛି ଦିନ ଧରି ଓଡ଼ିଶାରେ ମାଓ ଅପରେସନ ବେଳେ ସାମ୍ନାକୁ ଆସିଥିଲା କେକେବିଏନ ଡିଭିଜନ ମାଓବାଦୀଙ୍କ ସକ୍ରିୟତା । ଏମ ରାମପୁରରେ ହୋଇଥିବା ମାଓ ଅପରେସନରେ କେକେବିଏନ ସଦସ୍ୟ ନିହତ ହେବା ପରେ ପ୍ରତିଶୋଧ ନେବା ମୁଡରେ ଥିଲା ଦସ୍ରୁ । ଏଥିପାଇଁ ସେ ବଡ ମାଓ ହମଲା ପାଇଁ ଯୋଜନା‌ କରୁଥିବା ଓଡିଶା ପୋଲିସର ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏନେଇ ମାଓ ଅପରେସନ ଜୋରଦାର କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର/କନ୍ଧମାଳ

Last Updated : Feb 4, 2024, 7:27 PM IST

ABOUT THE AUTHOR

...view details