ଓଡିଶା

odisha

ETV Bharat / state

କଳାହାଣ୍ଡିରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ କହିଲେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ - Naveen Patnaik in Bhawanipatna

Naveen Patnaik campaign in Bhawanipatna: ପୁଣି ଫେରିବେ ନବୀନ ପଟ୍ଟନାୟକ । ଶପଥ ଗ୍ରହଣ ତାରିଖ ଓ ସମୟ କହିଲେ ପାଣ୍ଡିଆନ । ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଲେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଅଧିକ ପଢନ୍ତୁ

Naveen Patnaik campaign in Bhawanipatna
Naveen Patnaik campaign in Bhawanipatna (ETV bharat odisha)

By ETV Bharat Odisha Team

Published : May 6, 2024, 2:34 PM IST

Naveen Patnaik campaign in Bhawanipatna (ETV bharat odisha)

ଭବାନୀପାଟଣା:ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ନେତା । ଏହି କ୍ରମରେ ଆଜି ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଦୁଇ ହେଭିୱେଟ୍‌ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁରର କନିଷିରେ ଜନସଭାକୁ ସମ୍ବୋଧିତ କରିବା ସମୟରେ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ ପଟ୍ଟନାୟକ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ସଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ମୋତେ ଆଶୀର୍ବାଦ କରନ୍ତୁ ବୋଲି କହି ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: କଳାହାଣ୍ଡି ଲୋକସଭା କ୍ଷେତ୍ର ପାଇଁ ବିଜେଡି ସୁପ୍ରିମୋ ଭୋଟ ମାଗିଛନ୍ତି । ଯୋଡି ଶଙ୍ଖକୁ ଭୋଟ ଦେବା ପାଇଁ ଅପିଲ କରିବା ସହିତ ମୋତେ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ନବୀନ । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କୁମ୍ଭୀର କାନ୍ଦଣା ବିଷୟରେ ଆପଣ ଜାଣିବା ଦରକାର ବୋଲି ସେ କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହିତ ପାଣ୍ଡିଆନ ମଧ୍ୟ ଭବାନୀପାଟଣାରୁ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆୟୁଷ୍ମାନ ଯୋଜନାରେ କେନ୍ଦ୍ରସରକାର ଯେତିକି ବଜେଟ ରଖିଛନ୍ତି ତାହା ଠାରୁ ବିଏସକେଓ୍ବାଇର ବଜେଟ ଆହୁରି ଅଧିକ । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ବିଏସକେୱାଇ ଭଳି କାର୍ଡ୍ ଦେଇଛନ୍ତି । ଏହି କାରଣ ପାଇଁ ଗରୀବଙ୍କୁ ବୀମା କମ୍ପାନୀ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା - Naveen Patnaik Election Campaign

ଜୁନ୍ 9ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ:ବିଜେପିକୁ ସିଧାସଳଖ ଟାର୍ଗେଟ କରିବା ସହ ବିଜେପିର ମେନିଫେଷ୍ଟୋକୁ ସମାଲୋଚନା କରିଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଜୁନ୍ 10 ତାରିଖରେ ଶପଥ ନେଇ ଘୋଷଣା କରିଥିବା ବେଳେ ପାଣ୍ଡିଆନ ମଧ୍ୟ ଏନେଇ ଘୋଷଣା କରିଛନ୍ତି । ଜୁନ୍ 9 ତାରିଖରେ ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ନବୀନ ସରକାର ପୁଣିଥରେ ସରକାରକୁ ଆସିବେ । ଯେଉଁଠି ଡବଲ ଇଞ୍ଜିନ ସରକାର ଆସେ ସେଠାରେ ରାଜ୍ୟ 20 ବର୍ଷ ପଛକୁ ଫେରିଆସେ । କେତେ ରାଜ୍ୟରେ ଡବଲ ଇଞ୍ଜିନ ଆସିଥିଲା, ସେଠାରେ ତେଲ ସରିଗଲା । ଓଡ଼ିଶାରେ ନବୀନ ସରକାରଙ୍କର କୌଣସି ଯୋଜନା ବନ୍ଦ ହେବନି । ଗରିବ ଲୋକଙ୍କୁ ସଶକ୍ତ କରୁଥିବା ଯୋଜନାକୁ ଓଡିଶାରେ କେହି ବନ୍ଦ କରିପାରିବେ ନାହିଁ ।

ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତି, ଭବାନୀପାଟଣା ବିଧାୟକ ପ୍ରାର୍ଥୀ ଲଳିତା ନାଏକ ଓ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଉପସ୍ଥିତ ଥିଲେ। ଏହି ନିର୍ବାଚନ ସଭାରେ ସମସ୍ତ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଓ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details