ଓଡିଶା

odisha

ଖୁସି ଖବର ଦେଲା ସିଂହୀ ବିଜିଲି, ନନ୍ଦନକାନନକୁ ଆସିଲେ 5 ନୂଆ ଅତିଥି - Lioness Bijli Gives Birth to 5 Cubs

By ETV Bharat Odisha Team

Published : Aug 29, 2024, 6:06 PM IST

Nandankanan Zoo welcomed new guests: ଚତୁର୍ଥଥର ପାଇଁ ମାଆ ହେଲା ସିଂହୀ ବିଜିଲି । 5 ଶାବକକୁ ଜନ୍ମ ଦେଲା ସିଂହୀ । ନନ୍ଦନକାନନରେ ଖୁସିର ଲହରୀ । ପଢନ୍ତୁ ଖବର ।

LIONESS BIJLI
LIONESS BIJLI GIVES BIRTH TO 5 CUBS (ETV Bharat Odisha)

ଭୁବନେଶ୍ବର:ନନ୍ଦନକାନନରୁ ଆସିଲା ଖୁସି ଖବର । ଚତୁର୍ଥ ଥର ପାଇଁ ମାଆ ହେଲା ସିଂହୀ ବିଜିଲି । ଜନ୍ମ ଦେଲା ୫ ସିଂହ ଶାବକ । ସିଂହୀ ବିଜିଲି ଏବଂ ସିଂହ ସମ୍ରାଟ ଔରସରୁ 5 ଶାବକ ଜନ୍ମ ହୋଇଛନ୍ତି । ଫଳରେ ଏସିୟ ସିଂହଙ୍କ ସଂଖ୍ୟା ଏବେ ୧୮କୁ ବୃଦ୍ଧି ପାଇଛି । ଏହା ସହିତ ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।

ଆସିଲେ 5 ନୂଆ ଅତିଥି:

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ସୂଚନା ଦେଉଛନ୍ତି, ସିଂହୀ ବିଜିଲି ଏବଂ ସିଂହ ସମ୍ରାଟ ମିଳନରୁ ବିଜିଲି ୫ ଶାବକ ଜନ୍ମ ଦେଇଛି। ଯାହା ଫଳରେ ଫଳରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ୧୯କୁ ବୃଦ୍ଧି ପାଇଛି । ଏହା ସହିତ ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୬କୁ ବୃଦ୍ଧି ହୋଇଛି । ଏନେଇ ପ୍ରାଣୀ ଉଦ୍ୟାନରେ ଖୁସିର ବାତାବରଣ ସୃଷ୍ଟି ହୋଇଛି ।

ନନ୍ଦନକାନନ (ETV Bharat Odisha)

ନନ୍ଦନକାନନରେ କେତେ ଅଛନ୍ତି ସିଂହ ?

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ, ନନ୍ଦନକାନନରେ ମୋଟ ୧୪ଟି ଏସିୟ ସିଂହଙ୍କ ମଧ୍ୟରେ ୯ଟି ଅଣ୍ତିରା, ୫ଟି ମାଈ ଓ ହାଇବ୍ରିଡ ୭ଟି ସିଂହ ମଧ୍ୟରେ ୪ ଅଣ୍ଡିରା ୩ ମାଈଙ୍କୁ ନେଇ ବର୍ତ୍ତମାନ ସମୟରେ ମୋଟ ୨୧ଟି ସିଂହ ନନ୍ଦନକାନନରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା; ନନ୍ଦନକାନନରୁ ପଶ୍ଚିମବଙ୍ଗ ଗଲା ବାଘୁଣୀ, ଆସିଲା ବିଲେଇ

ସିଂହୀ ବିଜିଲି କିଏ ?

୨୦୨୦ ମସିହାରେ ବିଜିଲିଙ୍କୁ ଇନ୍ଦୋର ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା। ବର୍ତ୍ତମାନ ବିଜିଲିକୁ ୯ ବର୍ଷ । ଏହା ସିଂହୀ ବିଜିଲିର ଚତୁର୍ଥ ଥର ଜନ୍ମ ଗ୍ରହଣ କରିଛି । ୨୦୨୧ ମସିହାରେ ପ୍ରଥମ କରି ଗର୍ଭବତୀ ହୋଇ ୩ଟି ଶାବକ ଜନ୍ମ ଦେଇଥିଲା । ସେଥିରେ ୨ଟିର ମୃତ୍ୟୁ ହୋଇଥିବା ବେଳେ ଜଣେ ସୁସ୍ଥ ରହିଥିଲା । ଯାହା ବର୍ତ୍ତମାନ ସେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଛି । ସେହିପରି ୨୦୨୨ ମସିହା ମାର୍ଚ୍ଚ ମାସରେ ଦ୍ଵିତୀୟ ଗର୍ଭଧାରଣ କରିଥିଲା ବିଜିଲି । ଯାହା ଗୋଟିଏ ମାତ୍ର ଶାବକକୁ ଜନ୍ମ ଦେଇଥିଲା । ଏପରିକି ତୃତୀୟ ଭାବରେ ଗର୍ଭବତୀ ହେବା ପରେ ୨୦୨୨ ନଭେମ୍ବର ମାସରେ ୫ଟି ଶାବକଙ୍କୁ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ଜଣେ ଶାବକର ମୃତ୍ୟୁ ଘଟିଥିବା ବେଳେ ବାକି ୪ଟି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଛନ୍ତି । ତେବେ ଚତୁର୍ଥ ଥର ୫ଟି ଶାବକକୁ ଜନ୍ମ ଦେଇଛି ବିଜିଲି । ବର୍ତ୍ତମାନ ସମୟରେ ସିଂହ ବିଜିଲି ସମସ୍ତ ଶାବକମାନଙ୍କର ଯତ୍ନ ନେଉଛି । ଶାବକ ମାନଙ୍କ ଠାରୁ ବିଜିଲି ଅଲଗା ହୋଇନାହିଁ । ମାଆ ଏବଂ ଶାବକ ମାନେ ସିସିଟିଭି ନଜରରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ।


ଏହା ମଧ୍ୟ ପଢନ୍ତୁ:ନନ୍ଦନକାନନକୁ ନୂଆ ଅତିଥି, ଗୋଟିଏ ଶାବକକୁ ଜନ୍ମଦେଲା ଧଳା ବାଘୁଣୀ ମୌସୁମୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details