ଓଡିଶା

odisha

ଖରା ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା: ଲାଗିଛି କୁଲର, ପଶୁଙ୍କ ଖାଦ୍ୟରେ ତରଭୁଜ ସହ ସୁପର ଫ୍ରୁଟ୍ସ - HEAT WAVE

By ETV Bharat Odisha Team

Published : Apr 3, 2024, 11:04 AM IST

Nandankanan Zoo: ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ଦିଆଯାଉଛି ତରଭୁଜ, ଆଖୁ ଭଳି ସୁପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ । ଅଧିକ ପଢନ୍ତୁ

Nandankanan Zoo
Nandankanan Zoo

Nandankanan Zoo

ଭୁବନେଶ୍ବର:ରାଜ୍ୟରେ ଆରମ୍ଭ ହେଲାଣି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନିବର୍ଷା । ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା । ଏହାକୁ ନେଇ ଅଂଶୁଘାତ ମୁକାବିଲା ପାଇଁ ଏସଆରସି ନିର୍ଦ୍ଦେଶାବଳୀ ଜାରି କରିଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ତରଭୁଜ, ଆଖୁ ଭଳି ଗ୍ରୀଷ୍ମ ନିରୋଧୀ ଖାଦ୍ୟ ସମେତ ଆଣ୍ଟି ହିଟ୍ ମେଡିସିନ ଦିଆଯାଉଛି । ଏନକ୍ଲୋଜର ଗୁଡ଼ିକୁ ବାଉଁଶ ତାଟି ଓ ବେଣାଚେର ସ୍କ୍ରିନରେ ଘୋଡ଼ାଯାଉଛି । ସବୁ ଏନକ୍ଲୋଜରକୁ ୨୪ ଘଣ୍ଟିଆ ପାଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଖରା ଦାଉରୁ ରକ୍ଷା କରିବାକୁ ସିମ୍ପାଞ୍ଜି ଓ ଗିବନ୍ ପାଇଁ କୁଲର ବ୍ୟବସ୍ଥା ହୋଇଛି । ଭାଲୁ ପାଇଁ ବରଫ ଓ ପାଣିରେ ବୁଡ଼ି ରହିବା ଭଳି ବ୍ୟବସ୍ଥା ହୋଇଛି । ସେହିପରି ପକ୍ଷୀ ମାନଙ୍କ ପାଇଁ କୃତ୍ରିମ ଝରଣା ଓ ସିଞ୍ଚନ ବ୍ୟବସ୍ଥା ହୋଇଛି । ଅଧିକ ତାପମାତ୍ରା ହେଲେ ଜୀବଜନ୍ତୁ ସଂକ୍ରମିତ ହୋଇଥାନ୍ତି । ତେଣୁ ଜୀବଜନ୍ତୁଙ୍କୁ ଖରା ସମୟରେ ଖୁଆଡ଼ ଭିତରକୁ ନଛାଡ଼ିବାକୁ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ - ହିଟ ୱେଭ୍‌କୁ ନେଇ ପ୍ରସ୍ତୁତ ନନ୍ଦନକାନନ, ପ୍ରାଣୀ ସଂକ୍ରମିତ ନହେବା ପାଇଁ ସ୍ବତନ୍ତ୍ର ଟିମର ଦୈନିକ ଯାଞ୍ଚ

ଏହାଛଡ଼ା ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ୫ଟି ଥଣ୍ଡା ପିଇବା ପାଣି କିଓସ୍କ ସମେତ ମୋଟ ୧୪ଟି ପାନୀୟ ଜଳ କିଓସ୍କ ରହିଛି । ଆଉ କିଛି ନୂଆ କିଓସ୍କ ଲଗାଯିବାର ବ୍ୟବସ୍ଥା ମଧ୍ୟ କରାଯାଉଛି । ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୬୬ଟି ପ୍ରଜାତିର ପାଖାପାଖି ୧୬୬୦ଟି ଜୀବଜନ୍ତୁ ଅଧିବାସ କରନ୍ତି । ଏଥିରେ ୬୭ଟି ପ୍ରଜାତିର ସ୍ତନ୍ୟପାୟୀ, ୮୧ ପ୍ରଜାତିର ପକ୍ଷୀ ଓ ୧୮ ଟି ପ୍ରଜାତିର ସରୀସୃପ ରହିଛନ୍ତି । ଏମାନଙ୍କ ପାଇଁ କାଞ୍ଜିଆ ହ୍ରଦ ରହିଥିବାରୁ ନନ୍ଦନକାନନକୁ ପାଣିର କେବେ ବି ଅସୁବିଧା ହୋଇନାହିଁ ବୋଲି କହିଛନ୍ତି ନନ୍ଦନକାନନ ନିର୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details