ଓଡିଶା

odisha

ETV Bharat / state

ନବ ଦାସ ହତ୍ୟା ମାମଲା, CBI ତଦନ୍ତ ପାଇଁ ଲିଖିତ ଜଣାଇବେ ଦୀପାଳି - NABA DAS MURDER CASE

ନବ ଦାସ ହତ୍ୟାକାଣ୍ଡ ମାମଲା । ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ଲିଖିତ ଜଣାଇବେ ଦୀପାଳି ଦାସ । ଗଣମାଧ୍ୟମକୁ ଦେଲେ ପ୍ରତିକ୍ରିୟା ।

ନବ ଦାସ ହତ୍ୟା
ନବ ଦାସ ହତ୍ୟା (ETV Bharat Odisha)

By ETV Bharat Odisha Team

Published : Jan 19, 2025, 2:07 PM IST

ଝାରସୁଗୁଡା:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ବଡ଼ ବୟାନ ଦେଲେ ଝିଅ ଦୀପାଳି ଦାସ । ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ପାଇଁ ସେ ଲିଖିତ ଆକାରରେ ଜଣାଇବେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି କହିଥିଲେ ଦୀପାଳି । ଏବେ ଲିଖିତ ଆକାରରେ ଜଣାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ସିବିଆଇ ତଦନ୍ତ ଦାବି କଲେ ଦୀପାଳି:

ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ପାଇଁ ଲିଖିତ ଆକାରରେ ଜଣାଇବେ ପରିବାର ବର୍ଗ । ଏନେଇ ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଝିଅ ତଥା ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ଦୀପାଳି ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ରାଜନୈତିକ ଫାଇଦା ପାଇଁ ସେମାନେ ମୋ ବାପା ଓ ମୋ ପରିବାରକୁ ଟାର୍ଗେଟ କରୁଛନ୍ତି । ପ୍ରଥମେ କହୁଥିଲେ ସିବିଆଇ ତଦନ୍ତ ପାଇଁ ଦୀପାଳି କହୁ ନାହାନ୍ତି । ଏବେ ମୁଁ ସିବିଆଇ ତଦନ୍ତ ପାଇଁ କହିବା ପରେ ଏବେ ସେମାନେ କହୁଛନ୍ତି ଲିଖିତ ଆକାରରେ ଜଣାନ୍ତୁ । ଆମେ ସାଧାରଣ ଲୋକ । ଯେଉଁ ସରକାର ମୋ ଭାଇଙ୍କୁ 13 ଘଣ୍ଟା ଅଟକ ରଖିପାରୁଛନ୍ତି ସେ ସରକାରଙ୍କୁ ମୋତେ ଡର ଲାଗୁଛି । ନିଶ୍ଚିତ ଭାବେ ଆମେ ଲିଖିତ ଆକାରରେ ଦେବୁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଲା ସେ ଯାହା ନିଷ୍ପତ୍ତି ନେବେ ।

ନବ ଦାସ ହତ୍ୟା (ETV Bharat Odisha)

ସରକାର କହିଥିଲେ ଲିଖିତ ଆକାରରେ ଜଣାନ୍ତୁ ଦୀପାଳି:

ଗତ କିଛି ଦିନ ତଳେ ନବ ଦାସ ହତ୍ୟାକାଣ୍ଡ ମାମଲାକୁ ନେଇ ମୁହଁ ଖୋଲିଥିଲେ ଝିଅ ଦୀପାଳି ଦାସ । ରାଜ୍ୟ ସରକାର ଯଦି ଚାହୁଁଛନ୍ତି ଏହି ଘଟଣାରେ ସିବିଆଇ ତଦନ୍ତ ହେଉ । ଆମ ପରିବାର ସହ ଆଲୋଚନା କରନ୍ତୁ ବୋଲି କହିଥିଲେ ଦୀପାଳି । ଏହା ପରେ ଏ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ତାଙ୍କ ପରିବାର ଚାହୁଁଛନ୍ତି ଯଦି ତଦନ୍ତ ହେଉ । ସେ ଲିଖିତ ଆକାରରେ ଜଣାନ୍ତୁ । ଏହା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଥିଲେ ଆଇନ ମନ୍ତ୍ରୀ ।

ନବଦାସ ହତ୍ୟାକାଣ୍ଡ ରାଜନୀତି:

ବିଜେଡି ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ହତ୍ୟାର 2 ବର୍ଷ ପୂରିବାକୁ ଥିବା ବେଳେ ସିବିଆଇ ତଦନ୍ତକୁ ନେଇ ଜୋର ଧରିଛି ରାଜନୀତି । ଏ ପ୍ରସଙ୍ଗରେ ପୂର୍ବରୁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଥିଲା । ଏ ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠିଥିଲା । ଏବେ ହତ୍ୟାର 2 ବର୍ଷ ପରେ ସିବିଆଇ ତଦନ୍ତ ପାଇଁ ନବ ଦାସଙ୍କ ପରିବାର ଲୋକେ ଲିଖିତ ଆକାରରେ ଜଣାଇବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ନବ ଦାସ ହତ୍ୟା ମାମଲାରେ ହେବ କି CBI ତଦନ୍ତ ?

ନବ ଦାସ ହତ୍ୟା ମାମଲା: ‘ଆଳୁ ଖୋଳିଲେ ନିଶ୍ଚିତ ମହାଦେବ ବାହାରିବେ’

ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ, ରକ୍ତ ଭିଜା ସାର୍ଟ କେଉଁଠି ?

ନବ ଦାସ ହତ୍ୟା ମାମଲା:‘ ପରିବାର ଲିଖିତରେ ଦେଲେ CBI ତଦନ୍ତ କଥା ସରକାର ବିଚାର କରିବେ ’

ନବ ଦାସ ହତ୍ୟା ମାମଲାରେ CBI ତଦନ୍ତ ଦାବି, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ନବ ଦାସ ହତ୍ୟା: CBI ତଦନ୍ତ ଦାବି କଲେ ଝିଅ ଦୀପାଳି, ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ

29 ଜାନୁଆରୀରେ ନବ ଦାସଙ୍କୁ କରାଯାଇଥିଲା ହତ୍ୟା:

ଜାନୁଆରୀ 29, 2023ରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାରେ ଗୁଳି କରି ହତ୍ୟା କରାଯାଇଥିଲା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଯାଉଥିବା ବେଳେ ତାଙ୍କ ସୁରକ୍ଷାରେ ଥିବା ଏଏସଆଇ ଗୋପାଳ ଦାସ ନବଦାସଙ୍କୁ ଗୁଳି କରିଥିଲା । ଫଳରେ ପ୍ରାଣ ହରାଇଥିଲେ ନବ ଦାସ । ଏହି ଘଟଣାରେ ତତ୍କାଳୀନ ବିଜେଡି ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details