ଓଡିଶା

odisha

ETV Bharat / state

ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧିକାର ନୀତିକୁ ସ୍ୱାଗତ କଲା ଓଡିଶା ଶିଳ୍ପ ସଂଘ - Public Procurement Policy

MSME Fraternity‘s Press Meet: ରାଜ୍ୟ ସରକାରଙ୍କ ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧିକାର ନୀତିକୁ ସ୍ୱାଗତ । ଓଡିଶା ଶିଳ୍ପ ସଂଘ ସମୂହ ପକ୍ଷରୁ ନୀତିକୁ ଗ୍ରହଣ କରାଯାଇଛି । ଅଧିକ ପଢ଼ନ୍ତୁ,

ଓଡିଶା ଶିଳ୍ପ ସଂଘ
ଓଡିଶା ଶିଳ୍ପ ସଂଘ

By ETV Bharat Odisha Team

Published : Jan 28, 2024, 10:06 AM IST

ଓଡିଶା ଶିଳ୍ପ ସଂଘ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧିକାର ନୀତିକୁ ସ୍ୱାଗତ । ଓଡିଶା ଶିଳ୍ପ ସଂଘ ସମୂହ ପକ୍ଷରୁ ନୀତିକୁ ଗ୍ରହଣ କରାଯାଇଛି । ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ମାନଙ୍କ ପାଇଁ ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧିକାର ନୀତି ୨୦୨୩ ଲାଗୁ କରାଯିବ । ଏନେଇ ସଂଘ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ।

ରାଜ୍ୟ ସରକାର ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧିକାର ନୀତି ୨୦୨୩ (ଓଡିଶା ପବ୍ଲିକ୍ ପ୍ରୋକ୍ୟୋରମେଣ୍ଟ ପ୍ରିଫରେନ୍ସ ପଲିସି 2023)କୁ ଲାଗୁ କରିଛନ୍ତି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଓଡିଶା ଶିଳ୍ପ ସଂଘ । ଏହି ନୀତିକୁ ସଂଘ ପକ୍ଷରୁ ଗ୍ରୀନ ଫ୍ଲାଗ ମିଳିଛି । ଏନେଇ ଭୁବନେଶ୍ୱର ଏକ ହୋଟେଲରେ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଛି ଓଡିଶା ଶିଳ୍ପ ସଂଘ । ଏହି ପଲିସି ଏକ ସହାୟକ, ସକ୍ରିୟ, ପ୍ରଗତିଶୀଳ ଏବଂ ଭବିଷ୍ୟତକୁ ଲକ୍ଷ୍ୟ ରଖି ଲାଗୁ କରାଯାଇଥିବା ବହୁ ପ୍ରତିକ୍ଷିତ ନୀତି ଅଟେ । ଏହା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ରାଜ୍ୟର ଭବିଷ୍ୟତର ଅଭିବୃଦ୍ଧିର ପଥରେ ରଖିବାକୁ ସହାୟକ ହେବ । ଏନେଇ ସଂଘ ପକ୍ଷରୁ କୁହାଯାଇଛି,‘‘ ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ଏହି ନୀତି ଆସିଛି । ଏମଏସଏମଇ ସଦସ୍ୟଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏମଏସଏମଇ ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ତଥା ବିଭାଗର ଅନ୍ୟ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । ’’

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ କର୍ମଜୀବୀ ମହିଳାଙ୍କ ପାଇଁ ଖୋଲିଲା ହଷ୍ଟେଲ, ମନ୍ତ୍ରୀ କହିଲେ ଜିଲ୍ଲା ପାଇଁ ମାଇଲଷ୍ଟୋନ

ଏହି ୪ଟି ବୈଶିଷ୍ଠ୍ୟକୁ ନେଇ ବର୍ତ୍ତମାନର ଅଣୁ ଓ କ୍ଷୁଦ୍ର ଉତ୍ପାଦନ ଉଦ୍ୟୋଗଗୁଡ଼ିକୁ ଉତ୍ସାହିତ କରିବାରେ ସରକାରଙ୍କ ଏହି ବହୁ ପ୍ରତିକ୍ଷିତ ନୀତି ନିଶ୍ଚିତ ଭାବରେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିବ ଏବଂ ଏହା ମଧ୍ୟ ସ୍ଥାନୀୟ ଉଦ୍ୟୋଗୀମାନଙ୍କର ଏକ ଦୀର୍ଘ ଦିନର ଚାହିଦା ପୂରଣ କରିବାରେ ସଫଳ ହୋଇଛି ବୋଲି କହିଛି ସଂଘ । ଏହି ସାମ୍ବାଦିକ ସମ୍ମିଳନୀରେ ଜଏଣ୍ଟ ଆକ୍ସନ କମିଟି ଅଫ ଇଣ୍ଡଷ୍ଟ୍ରି ଆସୋସିଏସନ ତରଫରୁ ଓସିଆର ଅଧ୍ୟକ୍ଷ ସ୍ମରଜିତ ମହାନ୍ତି, ଓସମେର ମହାସଚିବ ସାତ୍ତ୍ବିକ ସ୍ୱାଇଁ, ଓଇଆର ଅଧ୍ୟକ୍ଷ ଅବନୀ କାନୁନଗୋ, ଓଇଆର ମହାସଚିବ ବିଜୟ କୁମାର ମହାନ୍ତି, ଉପମାର ଅଧ୍ୟକ୍ଷ ସୁବ୍ରତ ଗରାବଡୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧିକାର ନୀତି ୨୦୨୩ର ପ୍ରମୁଖ ବୈଶିଷ୍ଠ୍ୟ ଗୁଡିକ ହେଲା:

1. ରାଜ୍ୟର ସ୍ଥାନୀୟ ଅଣୁ ଓ କ୍ଷୁଦ୍ର ଉତ୍ପାଦନ ଉଦ୍ୟୋଗ ଦ୍ୱାରା ଉତ୍ପାଦିତ ସମସ୍ତ ସାମଗ୍ରୀ କ୍ରୟ କରିବା ।

2.ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ରେଟ୍ କଣ୍ଟ୍ରାକ୍ଟ ହୋଲ୍ଡିଂ ୟୁନିଟ୍ ଗୁଡିକ ଠାରୁ ବାଧ୍ୟତାମୂଳକ ଭାବେ କ୍ରୟ କରାଯିବ ।

3. ସୀମିତ ଟେଣ୍ଡର ମାଧ୍ୟମରେ ସ୍ଥାନୀୟ ଓଡିଶା ଅଣୁ ଓ କ୍ଷୁଦ୍ର ଉତ୍ପାଦନ ଉଦ୍ୟୋଗ ଖୋଲା ଟେଣ୍ଡର ମାଧ୍ୟମରେ କ୍ରୟ କରାଯିବ ନାହିଁ।

4. ରେଟ୍ କଣ୍ଟ୍ରାକ୍ଟ ଏବଂ ଏକ୍ସକ୍ଲୁସିଭ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବା ଦ୍ରବ୍ୟର କ୍ରୟ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କରାଯିବ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details